୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା, ୫୦୦୦ ନୂଆ ଭର୍ତ୍ତି ପ୍ରକ୍ରୀୟା ବି ବନ୍ଦ

ଫେସବୁକର ପେରେଣ୍ଟ କମ୍ପାନୀ ମେଟା ୧୦ ହଜାର କର୍ମୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କମ୍ପାନୀ ପକ୍ଷରୁ ଏହାର ଘୋଷଣା ବି କରିଦିଆଯାଇଛି । ସୂଚନା ମୁତାବକ ହେବାକୁ ଥିବା ଏହି ଛଟେଇରେ ୫ ହଜାର ନୂଆ ଭର୍ତ୍ତିକୁ ମଧ୍ୟ ରଦ୍ଦ କରାଯାଇପାରେ । ଚାରି ମାସ ଭିତରେ କମ୍ପାନୀ ଦ୍ୱିତୀୟ ଥର ପାଇଁ ହଜାର ହଜାର ଲୋକଙ୍କୁ ବାହାରର ରାସ୍ତା ଦେଖାଇଛି ।

ଫେସବୁକର ପେରେଣ୍ଟ କମ୍ପାନୀ ମେଟା ୧୦ ହଜାର କର୍ମୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କମ୍ପାନୀ ପକ୍ଷରୁ ଏହାର ଘୋଷଣା ବି କରିଦିଆଯାଇଛି । ସୂଚନା ମୁତାବକ ହେବାକୁ ଥିବା ଏହି ଛଟେଇରେ ୫ ହଜାର ନୂଆ ଭର୍ତ୍ତିକୁ ମଧ୍ୟ ରଦ୍ଦ କରାଯାଇପାରେ । ଚାରି ମାସ ଭିତରେ କମ୍ପାନୀ ଦ୍ୱିତୀୟ ଥର ପାଇଁ ହଜାର ହଜାର ଲୋକଙ୍କୁ ବାହାରର ରାସ୍ତା ଦେଖାଇଛି ।

ମେଟାର ସିଇଓ ମାର୍କ ଜୁକରବର୍ଗ କର୍ମଚାରୀଙ୍କୁ ଦେଇଥିବା ମେସେଜରେ କହିଛନ୍ତି ଯେ ଆମେ ଆମର କମ୍ପାନୀରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛୁ ଏବଂ ୫ ହଜାର ଅତିରିକ୍ତ ଭର୍ତ୍ତିକୁ ମଧ୍ୟ ବନ୍ଦ କରିବାକୁ ଯାଉଛୁ । କୁହାଯାଉଛି ଯେ କରୋନା ମହାମାରୀ ପର ଠାରୁ ମାନ୍ଦାବସ୍ତା ଦେଇ ଗତି କରୁଥିବା କମ୍ପାନୀ ମେଯା ଫ୍ୟୁଚରିଷ୍ଟିକ ମେଟାବର୍ସରେ ଆରବ ଡଲାର ଖର୍ଚ୍ଚ କରୁଛି । କମ୍ପାନୀ ସୁଧ ଦରର ଚାପରେ ରହିଛି ଆଉ ଏଥିପାଇଁ ଏହି ଛଟେଇ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ମୁତାବକ ମେଟା ବର୍ତ୍ତମାନ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଡିଜିଟାଲ କଲେକ୍ଟିବଲ୍ସ ସହିତ ନିଜର କାମ ବନ୍ଦ କରୁଛି । କୁହାଯାଉଛି ଯେ ମେଟା ଇନଷ୍ଟାଗ୍ରାମରେ ଏନଏଫଟି ବନାଇବା ଏବଂ ବିକ୍ରି କରିବା ଟେଷ୍ଟିଙ୍ଗକୁ ବି ଅଟକାଇଦେବ । ୟୁଜର୍ସଙ୍କ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଏନଏଫଟି ସେୟାର କରିବାର କ୍ଷମତାକୁ ମଧ୍ୟ ବନ୍ଦ କରିଦିଆଯିବ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନଭେମ୍ବର ୨୦୨୨ରେ ମଧ୍ୟ ମେଟା ପ୍ରାୟ ୧୧ ହଜାର ଲୋକଙ୍କୁ ଚାକିରିରୁ ବାହାର କରିଦେଇଥିଲା । ଏହା କମ୍ପାନୀର ଇତିହାସର ସବୁଠାରୁ ବଡ ଛଟେଇ ଥିଲା । ଚାରି ମାସରେ ହିଁ କମ୍ପାନୀ ଦ୍ୱିତୀୟ ବଡ ସଂଖ୍ୟାର ଛଟେଇ କରିବାକୁ ଯାଉଛି । ଏମିତି ଦେଖିବାକୁ ଗଲେ କେବଳ ଫେସବୁକ୍‌ ଗୋଟିଏ କମ୍ପାନୀ ନୁହେଁ ଯେ କର୍ମଚାରୀଙ୍କୁ ଛଟେଇ କରିଛି । ବଡ ସଂଖ୍ୟାରେ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିବାରେ ଗୋଲଡମ୍ୟାନ୍‌ ସାଚସ ଏବଂ ମୋର୍ଗାନ ଷ୍ଟେନଲୀ ଭଳି ଓ୍ଵାଲ ଷ୍ଟ୍ରିଟ ବ୍ୟାଙ୍କ ଠାରୁ ନେଇ ଆମାଜନ ଏବଂ ମାଇକ୍ରୋସଫ୍ଟ ଭଳି ବଡ ଟେକ କମ୍ପାନୀ ଗୁଡିକ ମଧ୍ୟ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.