ଦେଶର ସବୁଠାରୁ ଶସ୍ତା ୪-ସିଟର ଇଲେକ୍ଟ୍ରିକ୍ କାରରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେତେ ରହିଛି ନୂଆ ଭ୍ୟାରିଆଣ୍ଟର ପ୍ରାଇସ୍

ଦେଶର ସବୁଠାରୁ ଶସ୍ତା ୪-ସିଟ୍ ଇଲେକ୍ଟ୍ରିକ୍ କାର୍ MG Comet ର Blackstorm ଭର୍ସନ ବଜାରକୁ ଆସିଛି । ଏହି ନୂଆ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୭.୮୦ ଲକ୍ଷ ଟଙ୍କା । ଏହା ସହିତ ଏହି EV ରେ ବ୍ୟାଟେରୀ ପ୍ରତି କିଲୋମିଟର ପାଇଁ ୨.୫୦ ଟଙ୍କା ଭଡାରେ ଉପଲବ୍ଧ । Comet EV ର ଏହି ନୂଆ ଭର୍ସନଟି ସହରରେ ଚଲାଉଥିବା ଇଲେକ୍ଟ୍ରିକ୍ କାରର ଟପ୍ ଏକ୍ସକ୍ଲୁସିଭ୍ ଭ୍ୟାରିଆଣ୍ଟ ଉପରେ ବେସ୍ଡ । ଏହି ଗାଡ଼ିର ଏକ୍ସଟେରିୟର ଏବଂ ଇଣ୍ଟେରିୟରକୁ ବ୍ଲାକ୍ ଥିମ୍ ଦିଆଯାଇଛି ଏବଂ ଏହାକୁ ରେଡ୍ ଆସେଣ୍ଟସ୍ ସହିତ ଡିଜାଇନ୍ କରାଯାଇଛି ।

MG Comet EV ର ବୁକିଂ ଆମାଉଣ୍ଟ ୧୧ ହଜାର ଟଙ୍କା ରହିଛି । BaaS ସର୍ଭିସ୍ ବିନା MG Motors Comet EV ର Blackstorm ଭର୍ସନ ମୂଲ୍ୟ ପ୍ରକାଶ କରିନାହିଁ । ଏହି କାରର ରେଗୁଲାର୍ କୋମେଟ୍ ଏକ୍ସକ୍ଲୁସିଭ୍ ଭ୍ୟାରିଆଣ୍ଟର ମୂଲ୍ୟ ୭.୫୦ ଲକ୍ଷ ଟଙ୍କା ଏବଂ BaaS ସର୍ଭିସ୍ ସହିତ ଏହି ଭ୍ୟାରିଆଣ୍ଟ ପାଇଁ ପ୍ରତି କିଲୋମିଟରରେ ୨.୫୦ ଟଙ୍କା ହାରରେ ବ୍ୟାଟେରୀ ଭଡା ମଧ୍ୟ ଉପଲବ୍ଧ ।

MG Comet EV ର ଏହି Blackstorm ଏଡିସନଟି ମେକାନିକାଲ୍ ଷ୍ଟାଣ୍ଡାର୍ଡ ମୋଡ୍ ସହିତ ସମାନ । ଏହି କାରରେ ୧୭.୩ kWh ର ବ୍ୟାଟେରୀ ପ୍ୟାକ୍ ମିଳିଥାଏ । ଏହି EV ରେ ଥିବା ଇଲେକ୍ଟ୍ରିକ୍ ମୋଟର ୪୨ hp ର ପାୱାର ମିଳିଥାଏ ଏବଂ ୧୧୦ Nm ର ଟର୍କ ଜେନେରେଟ୍ ହୋଇଥାଏ । MG Motors ର ଏହି ଇଲେକ୍ଟ୍ରିକ୍ କାରର MIDC ରେଞ୍ଜ ୨୩୦ କିଲୋମିଟର ରହିଛି । MG ର ଏହା ହେଉଛି ପ୍ରଥମ ଇଲେକ୍ଟ୍ରିକ୍ କାର୍, ଯାହାକୁ Blackstorm ଏଡିସନ୍ ସହିତ ଲଞ୍ଚ କରାଯାଇଛି । ଏହା ବ୍ୟତୀତ, MG ର ସମସ୍ତ ICE ପାବର୍ଡ ମଡେଲ୍ସର ବ୍ଲାକଷ୍ଟର୍ମ ଭର୍ସନ ପୂର୍ବରୁ ଲଞ୍ଚ ହୋଇସାରିଛି ।

Comet EV ର ଫିଚର୍ସ :

Comet EV ର Blackstorm ଏଡିସନରେ ଡୁଆଲ୍ ୧୦.୨୫ ଇଞ୍ଚର ସ୍କ୍ରିନ୍ ଦିଆଯାଇଛି, ଯେଉଁଥିରେ ଏକ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଅନ୍ୟଟି ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ପାଇଁ ରହିଛି । ଏହି ଗାଡ଼ିରେ ୱାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାରପ୍ଲେର ଫିଚର୍ସ ଦିଆଯାଇଛି । ଗାଡ଼ିରେ କନେକ୍ଟେଡ୍ କାର୍ ଫିଚର୍ସ ମଧ୍ୟ ସାମିଲ ଅଛି । ଏହି କାରରେ ରିୟର ପାର୍କିଂ କ୍ୟାମେରା ଏବଂ ସେଫ୍ଟି ପାଇଁ ଡୁଆଲ୍ ଏୟାରବ୍ୟାଗ୍ ଦିଆଯାଇଛି ।