ମହଙ୍ଗା ହେଲା ଦେଶରେ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍, ବର୍ତ୍ତମାନ ଏହି ପ୍ରାଇସରେ ପାଇବେ MG Comet EV

କାର୍ ମେକର କମ୍ପାନୀଗୁଡିକ ନୂଆ ବର୍ଷର ଆରମ୍ଭ ସହିତ ନିଜ ଗାଡିର ମୂଲ୍ୟ ବଢ଼ିବା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ କମ୍ପାନୀ ମଧ୍ୟରୁ MG Motor India ନିଜର Comet EV ର ମୂଲ୍ୟ ୧୦୦୦ ରୁ ୩୨, ୦୦୦ ଟଙ୍କାକୁ ବଢ଼ାଇଛି । ଯଦି ପ୍ରତିଶତର ହିସାବରେ ଦେଖାଯାଏ ତେବେ କମ୍ପାନୀ କାରର ମୂଲ୍ୟ ୩.୩୬% ବଢ଼ାଇଛି । ଆସନ୍ତୁ ଜାଣିବା MG Comet EV ର କେଉଁ ଭ୍ୟାରିଆଣ୍ଟର ପ୍ରାଇସ୍ କେତେ ରହିଛି ।
MG Comet EV ର Executive ଭ୍ୟାରିଆଣ୍ଟର ପ୍ରାଇସ୍ ୬ ଲକ୍ଷ ୯୮ ହଜାର ୮୦୦ କୁ ୧,୦୦୦ ଟଙ୍କା ବଢ଼ାଇ ୬ ଲକ୍ଷ ୯୯ ହଜାର ୮୦୦ ଟଙ୍କା ହୋଇଛି । ଏହି EV ର Exclusive FC 100Y ଭ୍ୟାରିଆଣ୍ଟରେ ୩୨ ହଜାର ଟଙ୍କା ବଢ଼ାଯାଇଛି । ଏହି ଭ୍ୟାରିଆଣ୍ଟର ପୁରୁଣା ପ୍ରାଇସ୍ ୯ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଥିଲା, ଯାହା ପରେ ନୂଆ ପ୍ରାଇସରେ ୯ ଲକ୍ଷ ୮୪ ହଜାର ୮୦୦ ଟଙ୍କା ହେଲା । ଏହିପରି ନୂଆ EV ର ପ୍ରାଇସରେ ୩.୩୬% ବଢ଼ାଯାଇଛି ।
MG Comet EV ର ପାୱାରଟ୍ରେନ୍ :
MG Comet EV ର ଫିଚର୍ସ ବିଷୟରେ କହିଲ ଏଥିରେ ୧୭.୩ kWh ର ବ୍ୟାଟେରୀ ପ୍ୟାକ୍ ପ୍ରଦାନ କରାଯାଇଛି । ଏହି କାର୍ ୪୨PS ର ପୱାର ସହିତ ୧୧୦ Nm ଟର୍କ ପ୍ରଡ୍ୟୁସ୍ କରିଥା, । ଏହା ବ୍ୟତୀତ ଏହି କାରରେ ୩.୩ କିଲୋୱାଟର ଚାର୍ଜର ଦିଆଯାଇଛି, ଯାହା ସାହାଯ୍ୟରେ ଏହି କାର ୫ ଘଣ୍ଟାରେ ୮୦% ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ ।
ଏଥି ସହ ଫୁଲ୍ ଚାର୍ଜ ହେବାକୁ ୭ ଘଣ୍ଟା ସମୟ ଲାଗିଥାଏ । ୭.୪ କିଲୋୱାଟ୍ ଏସି ଫାଷ୍ଟ ଚାର୍ଜର ସାହାଯ୍ୟରେ ଏହି କାର୍ ମାତ୍ର ୨.୫ ଘଣ୍ଟା ମଧ୍ୟରେ ୦ ରୁ ୮୦% ଚାର୍ଜ କରାଯାଇପାରିବ । କମ୍ପାନୀ କହିବାନୁସାରେ ଏହି କାରଟି ଥରେ ଚାର୍ଜ ହେବା ପରେ ୨୩୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ ।
MG Comet EV ରେ ଥିବା ପିଚର୍ସ :
MG Comet EV ରେ ୧୦.୨୫ ଇଞ୍ଚର ଇନଫୋଟେନ୍ମେଣ୍ଟେ ସ୍କ୍ରିନ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟର୍ନ-ବାୟ –ଟର୍ନ ନେବିଗେସନ୍, ରିୟଲ ଟାଇମ୍ ଟ୍ରାଫିକ୍ ଅପଡେଟ୍ ସହିତ ୱେଦର ଇନଫରମେସନ୍ ଭଳି ଫିଚର୍ସ ଦିଆଯାଇଛି ।