ଖୁବଶୀଘ୍ର ଆସୁଛି ନୂଆ ଲଗ୍ଜରୀ କାର MG M9, ଡ୍ରାଇଭିଂ ସହିତ ମିଳିବ ମସାଜର ଆନନ୍ଦ

JSW MG ମୋଟର ଇଣ୍ଡିଆ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । କମ୍ପାନୀ ନିଜର ପରବର୍ତ୍ତୀ ଲଗ୍ଜରୀ limousine M9 EV ର ପରଦା ଉଠାଇଛି । ଏହା ବ୍ୟତୀତ କମ୍ପାନୀ ଏହାର ନୂଆ ନାମ ମଧ୍ୟ ଲୋକଙ୍କ ସାମ୍ନାରେ ରିବଲ କରିଛି । ଏହି ନୂଆ ବ୍ରାଣ୍ଡେଡ୍ କାରକୁ ‘MG Select’ ନାମ ଦିଆଯାଇଛି । କମ୍ପାନୀ ଏହି କାରକୁ ଚ୍ୟାନେଲ୍ ମାଧ୍ୟମରେ ସେଲ୍ ପାଇଁ ପ୍ଲାନ୍ କରୁଛି । ଏହି ଦମଦାର୍ କାର୍ ଭାରତରେ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ପ୍ରିମିୟର ହେବ । ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ହେଉଛି ଏକ ଅଟୋ ଏକ୍ସପୋ । ନୂଆଦିଲ୍ଲୀର ଭାରତ ମଣ୍ଡପ ଠାରେ ଏହା ଆୟୋଜିତ ହେବ । ବିଶ୍ବର ବିଭିନ୍ନ ସ୍ଥାନରୁ ଅଟୋ କମ୍ପାନୀଗୁଡିକ ସେମାନଙ୍କର ଗାଡ଼ି ଏଠାରେ ପ୍ରଦର୍ଶିତ କରିବେ । ଜାନୁଆରୀ ୧୭ ରୁ ଆରମ୍ଭ ହୋଇ ୨୨ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଏହା ଚାଲିବ ।
MG Select ବହୁତ ଖାସ୍ ହେବାକୁ ଯାଉଛି । ଏଥିରେ ଅନେକ ଦାମଦାର୍ ଫିଚର୍ସ ଦେଖିବାକୁ ମିଳିବ । ଇଣ୍ଟ୍ରେଷ୍ଟିଂ କଥା ହେଉଛି ଯେ ଏହି ସିଟଗୁଡିକରେ ୮ଟି ମସାଜ୍ ମୋଡ୍ ଅଛି । ଏହାର ଅର୍ଥ ହେଉଛି ଆପଣ ଡ୍ରାଇଭିଂ ସହିତ ମସାଜର ମଧ୍ୟ ଆନନ୍ଦ ନେଇପାରିବେ । ଏହି କାରରେ ତିନୋଟି ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ଅଛି । ଟେକ୍ନୋଲୋଜି ସହିତ ଲ୍ୟାସ୍ ଏହି କାରକୁ ହ୍ୟାଣ୍ଡରେଲରେ ଥିବା ଟଚସ୍କ୍ରିନ୍ ପ୍ୟାନେଲରୁ କଣ୍ଟ୍ରୋଲ୍ କରାଯାଇପାରିବ ।
ଆପଣ ଏହି କାରକୁ ଦୁଇଟି କଲର ଅପ୍ସନରେ ପାଇବେ । ପ୍ରଥମ Black Pearl ଏବଂ ସେକେଣ୍ଡ White Pearl ରହିଛି । ଯଦି ଏହା ଏକ EV କାର୍ ତେବେ ଏହାର ବ୍ୟାଟେରୀ ବିଷୟରେ କହିବା ଉଚିତ୍ । ଏଥିରେ ୯୦ kWh ର ବ୍ୟାଟେରୀ ଦିଆଯାଇଛି । ଏହା ଆପଣଙ୍କୁ ୫୮୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଚ ଦେବ । ଏହା ସହିତ ଆପଣଙ୍କୁ ୧୧ କିଲୋୱାଟର ଚାର୍ଜର ମିଳିବ । ଏହା ଆପଣଙ୍କ ଗାଡ଼ିକୁ ୮.୫ ଘଣ୍ଟାରେ ୧୦୦% ଚାର୍ଜ କରିଦିଏ । ସେହିଭଳି DC ଫାଷ୍ଟ ଚାର୍ଜିଂ ମାତ୍ର ୩୦ ମିନିଟ୍ ସମୟ ନେଇଥାଏ ।
ଏଥିରେ ୨୪୧ BHP ସହିତ ଟର୍କ ଆଉଟପୁଟ୍ ୩୫୦ NM ରହିଛି । ଏହି କାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୧୮୦ କିଲୋମିଟର ଯାଏ । ଏହି ଦମଦାର କାରର ସାଇଜ୍ ବିଷୟରେ କହିବାକୁ ଗଲେ ଏହାର ଲମ୍ଭ ୫,୨୭୦ mm ହୋଇଥାଏ ଏବଂ ଏହାର ମୋଟେଇ ୨,୦୦୦ mm ରହିଛି । ଏହାର ଉଚ୍ଚତା ୧,୮୪୦ mm ଅଛି । ହୁଇଲ ବେସ୍ ବିଷୟରେ କହିବାକୁ ଗଲେ ଏହା ୩,୨୦୦ mm ରହିଛି । MG M9 EV କୁ MG Select ମାଧ୍ୟମରେ ସାଇବରଷ୍ଟାର ସହିତ ସେଲ୍ କରାଯିବ ।