ଗ୍ରାହକଙ୍କୁ ନିରାଶ କଲା ଏମ୍‌ଜି! ପୂଜା ପୂର୍ବରୁ କାର୍‌ଗୁଡ଼ିକୁ କରିଦେଲା ମହଙ୍ଗା…ଜାଣନ୍ତୁ କ’ଣ ରହିଛି ନୂଆ ଦାମ୍‌

ଏମ୍‌ଜି ବଢ଼ାଇଲା ଦାମ୍। ଏହି କାର୍‌ କମ୍ପାନୀ ନିଜର ହେକ୍ଟର, ହେକ୍ଟର ପ୍ଲସ୍ ଏବଂ ଏଷ୍ଟର ଏସ୍‌ୟୁଭିର ମୂଲ୍ୟ ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଚଳିତ ବର୍ଷ ୩ ଏସ୍‌ୟୁଭି ପାଇଁ ଏହା ହେଉଛି ଦ୍ୱିତୀୟ ମୂଲ୍ୟ ବୃଦ୍ଧି। ଏମ୍‌ଜି ପ୍ରଥମେ ନିଜ ହେକ୍ଟର, ହେକ୍ଟର ପ୍ଲସ୍‌ର ଦାମ ଏପ୍ରିଲ ମାସରେ ବୃଦ୍ଧି କରିଥିଲା ଏବଂ ଏଷ୍ଟରର ମୂଲ୍ୟ ଜୁଲାଇ ମାସରେ ବଢ଼ାଇଥିଲା। ଏମ୍‌ଜିର ଗ୍ଲୋଷ୍ଟର ଓ ଜେଡ୍ଏସ୍ ଇଭିର ଦାମ୍‌ ଏଥର ବୃଦ୍ଧି କରାଯାଇ ନାହିଁ।

ହେକ୍ଟରର ଡିଜେଲ ଏବଂ ପେଟ୍ରୋଲ ପାଓ୍ଵାରଟ୍ରେନ ଭାରିଆଣ୍ଟର ମୂଲ୍ୟ ୨୦,୦୦୦ରୁ ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାର ଷ୍ଟାଇଲ ଏବଂ ସାଇନ୍‌ ଟ୍ରିମ୍ସରେ ସର୍ବାଧିକ ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ସ୍ମାର୍ଟ ଟ୍ରିମ୍ସରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାପରେ ଏହାର ଏକ୍ସ ଶୋ’ ରୁମ୍‌ ପ୍ରାରମ୍ଭିକ ମୂଲ୍ୟ ୧୪.୧୫ ଲକ୍ଷ ବଦଳରେ ୧୪.୪୩ ଲକ୍ଷ ଟଙ୍କା ହୋଇଯିବ। ଏହାର ଟପ୍ ଭାରିଆଣ୍ଟ ମୂଲ୍ୟ ୨୦.୩୬ ଲକ୍ଷ ହେବ।

ହେକ୍ଟର ପ୍ଲସର ୬ ସିଟ୍ ବିଶିଷ୍ଟ ଯାନରେ ୨୫,୦୦୦ ଟଙ୍କା ଏବଂ ୭ ସିଟ୍ ବିଶିଷ୍ଟ ଯାନରେ ୨୮,୦୦୦  ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ୭ ସିଟ୍ ବିଶିଷ୍ଟ ଷ୍ଟାଇଲ୍ ପେଟ୍ରୋଲ ମାନୁଆଲ ଭାରିଆଣ୍ଟ ସହ ୬ ସିଟ୍ ବିଶିଷ୍ଟ ସୁପର ଡିଜେଲ ଭାରିଆଣ୍ଟ ପାଇଁ କୌଣସି ମୂଲ୍ୟ ବୃଦ୍ଧି କରାଯାଇ ନାହିଁ, ଯାହାଫଳରେ ଏହାର ଏକ୍ସ ଶୋ’ ରୁମ୍‌ ପ୍ରାରମ୍ଭିକ ମୂଲ୍ୟ ୧୮.୬୫ ଲକ୍ଷ ଟଙ୍କା ବଦଳରେ ୧୮.୯୦ ଲକ୍ଷ ଟଙ୍କା ହୋଇଯିବ। ଏଥି ସହିତ ଏହାର ଟପ୍ ଭାରିଆଣ୍ଟ ମୂଲ୍ୟ୨୦.୩୫ ଲକ୍ଷ ଟଙ୍କା ହେବ।

ଏଷ୍ଟରର ଭାରିଆଣ୍ଟ ଲାଇନ-ଅପ୍‌ରେ ସମସ୍ତ ଭାରିଆଣ୍ଟରେ ୧୦,୦୦୦ ଟଙ୍କାର ଏକ ସମାନ ବୃଦ୍ଧି କରାଯାଇଛି। ଜୁଲାଇ ୨୦୨୨ରେ ଲଞ୍ଚ ହୋଇଥିବା ଏଷ୍ଟର ଇଏକ୍ସ ଭାରିଆଣ୍ଟ ଦାମ୍‌ରେ କୌଣସି ବୃଦ୍ଧି କରାଯାଇ ନାହିଁ, ଯାହାପରେ ଏହାର ଏକ୍ସ ଶୋ’ ରୁମ୍‌ର ପ୍ରାରମ୍ଭିକ ମୂଲ୍ୟ ୧୦.୩୨ ଲକ୍ଷ ଟଙ୍କା ହେବ। ସେପଟେ ଏହାର ଟପ୍‌ ଭାରିଆଣ୍ଟର ମୂଲ୍ୟ ହେବ ୧୮.୧୩ ଲକ୍ଷ ଟଙ୍କା। ଏମ୍‌ଜି ଏଷ୍ଟରକୁ ଆନୁଷ୍ଠାନିକ ଭାବରେ ୨୦୨୧, ଅକ୍ଟୋବର ୧୧ରେ ଲଞ୍ଚ କରାଯାଇଥିଲା। ଏହାକୁ ୯.୭୮ ଲକ୍ଷ ଟଙ୍କା ପ୍ରାଥମିକ ମୂଲ୍ୟରେ ବଜାରକୁ ଛଡ଼ାଯାଇଥିଲା।

ଏମ୍‌ଜି ହେକ୍ଟର ଇଞ୍ଜିନ:

ଏମ୍‌ଜି ହେକ୍ଟରରେ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନର ବିକଳ୍ପ ମିଳିଥାଏ। ୧.୫ ଲିଟର ଟର୍ବୋ ପେଟ୍ରୋଲ ୟୁନିଟ ୬ ସ୍ପିଡ୍ ଏମ୍‌ଟି ଏବଂ ଅପ୍ସନାଲ ୮ ସ୍ପିଡ ସିଭିଟି ଗିଅର ବକ୍ସ ସହିତ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.