ଆଜି ଲଞ୍ଚ ହେବ MG Windsor Pro, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

MG Motor Indiaର ପପୁଲାର ଇଲେକ୍ଟ୍ରିକ୍ କାର Windsor ଏବେ ଏକ ନୂତନ ଏବଂ ଆଡଭାନ୍ସ ଅବତାର MG Windsor Pro ପାଉଛି । ଏହା ୬ମେ, ୨୦୨୫ ଅର୍ଥାତ୍ ଆଜି ଲଞ୍ଚ ହେବ । ଏଥି ସହ ପୂର୍ବ ଅପେକ୍ଷା ଅଧିକ ଫିଚର୍ସ, ପାୱାର ଏବଂ ସେଫ୍ଟି ସହିତ ଆସିବ । ନୂଆ MG Windsor Pro ଏକ ପାୱାରଫୁଲ୍ ଏବଂ ସ୍ମାର୍ଟ ଇଲେକ୍ଟ୍ରିକ୍ କାର ଭାବରେ ସାମ୍ନାକୁ ଆସିଛି । ଏହି ଭର୍ସନ କମ୍ପାନୀର ଥିବା EV ଲାଇନଅପ୍କୁ ଏକ ପ୍ରିମିୟମ୍ ଟଚ୍ ଦେବ ଏବଂ Tata Nexon EV, Mahindra XUV400 ଭଳି କାରଗୁଡ଼ିକୁ ସିଧାସଳଖ ଟକ୍କର କରିପାରିବ ।
ବ୍ୟାଟେରୀ ଏବଂ ପରଫରମାନ୍ସ :
MG Windsor Pro ରେ ୪୬୦ କିଲୋମିଟର ଡ୍ରାଇଭିଂ ରେଞ୍ଜ, ଲେଭଲ୍-2 ADAS, ବଡ ବ୍ୟାଟେରୀ ପ୍ୟାକ୍ ଏବଂ ନୂଆ ଡିଜାଇନ୍ ଏବଂ ଇଣ୍ଟେରିୟର ଅପଗ୍ରେଡ୍ ସାମିଲ ଅଛି । ଏଥିରେ ୫୦.୬ kWh ଲିଥିୟମ ଆୟନ ବ୍ୟାଟେରୀ ଅଛି ଯାହା ଇଣ୍ଡୋନେସିଆ ବଜାରରେ ମଧ୍ୟ ସଫଳ ହୋଇଛି । ଏଥି ସହ ଏହାକୁ ଥରେ ଚାର୍ଜ କଲେ ୪୬୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇପାରିବ । କାରର ମୋଟରକୁ ପୁରୁଣା ମୋଟର ଭାବରେ ରଖାଯାଇଛି, ଯାହା ୧୩୬ bhp ପାୱାର ଏବଂ ୨୦୦ Nmର ଟର୍କ ଜେନେରେଟ୍ କରେ, ଏବଂ ଫ୍ରଣ୍ଟ ହୁଇଲ ଡ୍ରାଇଭ୍ ଭାବରେ, ଏକ ଦ୍ରୁତ, ସ୍ଥିର ଏବଂ ସ୍ମୁଥ୍ ଡ୍ରାଇଭିଂ ଏକ୍ସପେରିୟନ୍ସ ପ୍ରଦାନ କରେ ।
ଡିଜାଇନ୍ ଏବଂ ସେଫ୍ଟି :
ସେଫ୍ଟି ଦୃଷ୍ଟିରୁ, Windsor Pro ରେ ଲେଭଲ-୨ ADAS ଟେକ୍ନୋଲୋଜିରେ ଲେସ୍ । ଏହି ସିଷ୍ଟମରେ ଅଟୋମେଟିକ୍ ଏମର୍ଜେନ୍ସି ବ୍ରେକିଂ, ଲେନ୍ କିପ୍ ଆସିଷ୍ଟ, ବ୍ଲାଇଣ୍ଡ ସ୍ପଟ୍ ଆଲର୍ଟ ଏବଂ ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ଫିଚର୍ସଗୁଡ଼ିକ ସାମିଲ, ଯାହା ଡ୍ରାଇଭିଂକୁ ସୁରକ୍ଷିତ କରିଥାଏ । ଏଥି ସହ ହାଇୱେରେ ଯାତ୍ରାକୁ ମଧ୍ୟ ସ୍ମାର୍ଟ କରିଥାଏ । ଡିଜାଇନ୍ ଦୃଷ୍ଟିରୁ, ଏହି କାରଟି ଏହାର ପୁରୁଣା ମଡେଲଠାରୁ ବହୁତ ଭିନ୍ନ ଦେଖାଯିବ ନାହିଁ, କିନ୍ତୁ ଫ୍ରଣ୍ଟ ଗ୍ରୀଲ୍, ହେଡଲାଇଟ୍ ଡିଜାଇନ୍ ଏବଂ ଡୁଆଲ୍-ଟୋନ୍ ପେଣ୍ଟ୍ ସ୍କିମ୍ରେ subtle ପରିବର୍ତ୍ତନ ଏହାକୁ ଏକ ଫ୍ରେସ୍ ଏବଂ ପ୍ରିମିୟମ୍ ଲୁକ୍ ଦେବ । କ୍ୟାବିନରେ ବ୍ଲାକ୍ ଏବଂ ବ୍ରାଉନ୍ ଡୁଆଲ୍-ଟୋନ୍ ଉଡେନ୍ ଟେକ୍ସଚର୍ ସହିତ ଇଣ୍ଟେରିୟରକୁ ଆହୁରି ଉନ୍ନତ କରାଯାଇଛି । ଯାହା ଏହାକୁ ଏକ ହାଇ ଲେଭଲ ଆକର୍ଷଣ ପ୍ରଦାନ କରେ ।
MG Windsor Pro ର ରେଞ୍ଜ ଏବଂ ପ୍ରାଇସ୍ :
ଏହାର ମୂଲ୍ୟ ବିଷୟରେ କହିବାକୁ ଗଲେ, ବର୍ତ୍ତମାନର MG Windsor ର ମୂଲ୍ୟ ୯.୯୯ ଲକ୍ଷ ଟଙ୍କାରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥି ସହ ଯେତେବେଳେ Windsor Pro ର ମୂଲ୍ୟ ଏହାର ଫିଚର୍ସ ଏବଂ ବ୍ୟାଟେରୀ ଅପଗ୍ରେଡ୍ ଉପରେ ନିର୍ଭର କରି ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ହେଲେ ନୂଆ ମଡେଲଟି BAAS ଅର୍ଥାତ୍ (ବ୍ୟାଟେରୀ ଆଜ୍ ଏ ସର୍ଭିସ୍) ଅପ୍ସନ ସହିତ ଆସିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । MG Windsor ପୂର୍ବରୁ ଭାରତରେ EV ସେଗମେଣ୍ଟରେ ଏକ ପ୍ରମୁଖ ଖେଳାଳି ହୋଇସାରିଛି ଏବଂ ସେଲରେ Tata Motors ଭଳି ବଡ଼ କମ୍ପାନୀଗୁଡ଼ିକୁ ଚ୍ୟାଲେଞ୍ଜ କରିଛି । ବିଶେଷକରି ଲଙ୍ଗ ରେଞ୍ଚ ଏବଂ ସ୍ମାର୍ଟ ସେଫ୍ଟି ସହିତ ଏକ ନିର୍ଭରଯୋଗ୍ୟ EV ଖୋଜୁଥିବା ଗ୍ରାହକମାନଙ୍କୁ ଆଖି ଆଗରେ ରଖି MG ୱିଣ୍ଡସର ପ୍ରୋ ସହିତ ଏହାକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । ଏଥି ସହ ଯଦି ଆପଣ ଏକ ପାୱାରଫୁଲ୍ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି କାର୍ ବେ.୍ଟ ହୋଇପାରିବ ।
Also raed : ସାମ୍ନାକୁ ଆସିଲା JSW MG Windsor EVର ଲଞ୍ଚ ଡେଟ୍, ଟାଟା ଏବଂ ମହିନ୍ଦ୍ରା ସହ ହେବ ମୁକାବିଲା