ବଜାରକୁ ଆସିଲା ଏମଆଇର ଆଉ ଏକ ସ୍ମାର୍ଟଫୋନ : ଆସନ୍ତୁ ଜାଣିବା କଣ ରହିଛି ଫିଚର

ନୂଆଦିଲ୍ଳୀ : ସାଓମି ତାହାର ଫେବଲେଟ ସିରିଜରେ ଏକ ନୂତନ ମଡ଼େଲ ଏମଆଇ ମ୍ୟାକ୍ସ ୩ ଲଞ୍ଚ କରିବାକୁ ଯାଉଛି। ଏହାକୁ ଚାଇନାରେ ଆୟୋଜିତ ହେବାକୁ ଥିବା ଏକ ଇଭେଣ୍ଟରେ ଭାରତୀୟ ସମୟନୁଯାୟୀ ସନ୍ଧ୍ୟା ୫ଟାରେ ଲଞ୍ଚ କରାଯିବାର ସୂଚନା ରହିଛି। ତେବେ ଲଞ୍ଚ ପୂର୍ବରୁ ହିଁ ମୋବାଇଲଟିର ଅନେକ ଫିଚର ଏବଂ ମୂଲ୍ୟର ଖୁଲାସା ହୋଇସାରିଛି। ଏହା ପୂର୍ବରୁ କମ୍ପାନୀ ତରଫରୁ ଆଧିକାରୀକ ଭାବେ ମଡ଼େଲର ଲୁକ୍ ଲଞ୍ଚ କରାଯାଇଥିଲା। ଏହା ଦେଖିବାକୁ ପ୍ରାୟତଃ ଏମଆଇ ନୋଟ ୫ ପ୍ରୋ ଭଳି ରହିଛି।

xiaomi_mi_max_3

ସୂଚନା ଅନୁଯାୟୀ , ଏମଆଇ ମ୍ୟାକ୍ସ ୩ର ମୂଲ୍ୟ ଚାଇନା ୟୁଆନରେ ୧,୦୯୯ ରୁ ୧,୯୯୯ ରହିଛି। ଅର୍ଥାତ୍ ଭାରତୀୟ ମୂଦ୍ରାରେ ୧୧,୨୦୦ ରୁ ୨୦,୪୦୦ ଟଙ୍କା ମଧ୍ୟରେ ରହିବ। ତେବେ ମୋବାଇଲଟିର ଡ଼ିସପ୍ଳେ ୬.୯ ରହିଛି। ଏଥିରେ ଅକ୍ଟାକୋର କ୍ବାଲକମ୍ ସ୍ନାପଡ଼୍ରାଗନ୍ ୬୩୬ ପ୍ରୋସେସର ବ୍ୟବହାର କରାଯାଇଛି। ଏହା ୧ଜିବି/୬୪ଜିବି ଏବଂ ୬ଜିବି/ ୧୨୮ ଜିବିରେ ଉପଲବ୍ଧ ହେବାକୁ ଯାଉଛି।

ଏମଆଇ ମ୍ୟାକ୍ସ ୩ର କ୍ୟାମେରା କ୍ବାଲିଟି ବହୁତ ଭଲ ରହିଛି। ଏହାର ପ୍ରାଇମେରୀ କ୍ୟାମେରା ୧୨ ଏବଂ ୫ ମେଗାଫିକ୍ସଲ ଡ଼ୁଆଲ ରେୟାର କ୍ୟାମେରା ରହିଛି। ଏହାର ଫ୍ରଣ୍ଟ କ୍ୟାମେରା ୮ ମେଗାଫିକ୍ସଲ ରହିଛି। ଏହାର ବ୍ୟଟେରୀ ଏମଆଇ ସ୍ମାର୍ଟଫୋନ ମାନଙ୍କ ମଧ୍ୟରେ ସବୁଠାରୁ ଭଲ ରହିଛି। ଏହି ମଡ଼େଲରେ ୫୫୦୦ ଏମଏଚ ବ୍ୟାଟେରୀ ରହିଥିବା ବେଳେ ୩.୦ ଫାଷ୍ଟ ଚାଜିଂ ସପୋଟ ରହିଛି। ଏହା ବ୍ଲାକ୍ , ଗୋଲ୍ଡ ଏବଂ ବ୍ଲୁ ରଙ୍ଗରେ ଉପଲବ୍ଧ ଅଛି। ଏହାର ଲଞ୍ଚ ପୂର୍ବରୁ ବୁଧବାର ଦିନ ସାଓମିର କୋ- ଫାଉଣ୍ଡର ଲି ବେନ୍ ଏକ ପୋଷ୍ଟ ଜରୀଆରେ ଏମଆ ମ୍ୟାକ୍ସ ୨ ଏବଂ ଏମଆଇ ମ୍ୟକ୍ସ ୩ ମଧ୍ୟରେ ତୁଳନା କରିଥିଲେ।

Leave A Reply

Your email address will not be published.