କର୍ମଚାରୀଙ୍କୁ ନିଜ ଅକ୍ତିଆରରେ ରଖିବା ପାଇଁ Microsoft ବଢ଼ାଇଲା ଦରମା

ନିଜ କର୍ମଚାରୀ ମାନଙ୍କୁ ଅଧିକ ବେତନ ପ୍ରଲୋଭନ ଦେଖାଇ ଅକ୍ତିଆର କରି ରଖିବା ନିମନ୍ତେ ଚେଷ୍ଟା କରୁଛି ମାଇକ୍ରୋସଫଟ | ଏହି କାରଣରୁ ନିଜ ବଜେଟକୁ ଦୁଇ ଗୁଣା ପର୍ଯ୍ୟନ୍ତ ବଢାଇ ଦେଇଛି କମ୍ପାନୀ | କର୍ମଚାରୀଙ୍କ ବେତନ ବୃଦ୍ଧି ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି କମ୍ପାନୀ ମୁଖ୍ୟ । କେବଳ ବେତନ ଲାଗି ନୁହେଁ କମ୍ପାନୀ ନିଜ ଷ୍ଟକ୍ କମ୍ପନସେସନ ରେଞ୍ଜକୁ ମଧ୍ୟ ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଜଣାପଡିଛି।

ବ୍ଲୁମବର୍ଗ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଏହି ସଫ୍ଟୱେର କମ୍ପାନୀ ପକ୍ଷରୁ ପ୍ରକାଶଯେ ଏହା ଦ୍ୱାରା ମିଡ କ୍ୟାରିୟରର କର୍ମଚାରୀମାନେ ଅଧିକ ଲାଭବାନ ହେବେ । ସେପଟେ ମାଇକ୍ରେସଫ୍ଟ ସିଇଓ ସତ୍ୟ ନଡେଲା ପ୍ରକାଶ କରିଛନ୍ତିଯେ ବିଭିନ୍ନ ସମୟରେ ଆମେ ଦେଖିଛୁ ଆମ କର୍ମଚାରୀ ମାନଙ୍କର ବଜାରରେ ବେଶ୍ ଚାହିଦା ରହିଛି। କାରଣ ମାଇକ୍ରୋସଫ୍ଟର କର୍ମଚାରୀମାନେ ବେଶ ଭଲ କାର୍ଯ୍ୟ କରିଥାନ୍ତି।

କହିରଖୁଛୁକି ମାଇକ୍ରୋସଫ୍ଟ କମ୍ପାନୀର ସ୍ୟାଲେରୀ ପ୍ୟାକେଜରେ କର୍ମଚାରୀଙ୍କ ବେସିକ୍ ସାଲାରୀ ସମେତ ବୋନସ ଓ ଷ୍ଟକ୍ ମଧ୍ୟ ସାମିଲ ରହିଥାଏ। ବେତନ ବୃଦ୍ଧି ପଦକ୍ଷେପ କମ୍ପାନୀର ୱାର୍କ ଫୋର୍ସଙ୍କ ଉପରେ ଲାଗୁ ହୋଇଥାଏ । ନାଡେଲାଙ୍କ ଅନୁସାରେ ଆମେ ନିର୍ଦ୍ଧିଷ୍ଟ ଭାବେ ଆମର ଗ୍ଲୋବାଲ ମେରିଟ ବଜେଟକୁ ଦୁଇଗୁଣା କରୁଛୁ ଯେବେକି ମେରିଟ ବଜେଟ୍ ଦେଶ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ। ହେଲେ ଷ୍ଟକ ଅଭିବୃଦ୍ଧି କମ୍ପାନୀର ଲେବୁଲ ୬୭ ଅଥବା ଏହାଠାରୁ କମ୍‌ ବର୍ଗର କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.