ଆମାଜନ ପରେ ଏବେ ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ବଡ଼ ଝଟକା, ୧୧,୦୦୦ କର୍ମଚାରୀ ହୋଇପାରନ୍ତି ଛଟେଇ !

ଆମାଜନ ପରେ ମାଇକୋସଫ୍ଟ କର୍ମଚାରୀଙ୍କୁ ବଡ ଝଟକା । ଆମାଜନ ପ୍ରଥମେ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଲକ୍ଷ୍ୟରେ ରହିଥିବା ବେଳେ ଏବେ ମାଇକ୍ରୋସଫ୍ଟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ନିଜ କର୍ମଚାରୀଙ୍କ ମଧ୍ୟରୁ ୫ ପ୍ରତିଶତ କର୍ମଚାରୀ ଅର୍ଥାତ୍‌ ୧୧ ହଜାର କର୍ମଚାରୀଙ୍କୁ ବାହାର କରିବାକୁ ପ୍ରସ୍ତୁତ ହେଉଛି ମାଇକ୍ରୋସଫ୍ଟ ।

ରିପୋର୍ଟ ମୁତାବକ, କମ୍ପାନୀ ଏହି ଛଟେଇରେ ଇଂଜିନିୟରିଂ ବିଭାଗରୁ କର୍ମଚାରୀକୁ ବିଦା କରିବାକୁ ଯୋଜନା କରୁଛି । ଆର୍ଥିକ ମାନ୍ଦାବସ୍ଥା ଏବଂ ଚାହିଦା କମ୍‌ ହେବା ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ବଡ ପ୍ରଭାବ ପଡୁଛି । ତେଣୁ କମ୍ପାନୀ କର୍ମଚାରୀ ଛଟେଇ ପାଇଁ ଯୋଜନା କରୁଛି । ଆଜିଠାରୁ ‘ମାଇକ୍ରୋସଫ୍ଟ୍’ ତା’ର ଇଞ୍ଜିନିୟରିଂ ଡିଭିଜନ୍ଗୁଡ଼ିକରୁ କର୍ମଚାରୀ ଛଟେଇ ଘୋଷଣା କରିପାରେ। କିନ୍ତୁ, ଏହାକୁ ଗୁଜବ କହି ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବାକୁ ‘ମାଇକ୍ରୋସଫ୍ଟ୍’ର ଜଣେ ମୁଖପାତ୍ର ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଅକ୍ଟୋବରରେ କୁହାଯାଇଥିଲା କି, ମାଇକ୍ରୋସଫ୍ଟ ପକ୍ଷରୁ ଅନେକ ଡିଭିଜନରେ ୧,୦୦୦ରୁ କମ୍‌ କର୍ମଚାରୀଙ୍କର ଛଟେଇ ହୋଇଥିଲା । ତେବେ କମ୍ପାନୀରେ ଥିବା ୨ ଲକ୍ଷ ରୁ ଅଧିକ କର୍ମଚାରୀଙ୍କର ୧ ପ୍ରତିଶତ ପ୍ରଭାବିତ ହୋଇଥିଲେ । ଜୁଲାଇରେ କିଛି ଛଟେଇ ହୋଇଥିଲା। କିନ୍ତୁ ତା’ ପରେ କର୍ମଚାରୀଙ୍କ ସଂଖ୍ୟାବ ୃଦ୍ଧି ପାଇଥିଲା । ଜୁନ୍‌ ୩୦ ଠାରୁ କମ୍ପାନୀରେ ୨୨୧,୦୦ ୦ ଫୁଲ୍‌ ଟାମ କର୍ମଚାରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୨୨,୦୦୦ ୟୁଏସଏ ଏବଂ ଅନ୍ୟ ୯୯,୦୦୦ ଅର୍ନ୍ତଜାତୀୟ ସ୍ତରରେ କାମ କରୁଥିଲେ ।

ସୂଚନାଯୋଗ୍ୟ, ଆମାଜନ ମଧ୍ୟ ମାନ୍ଦାବସ୍ଥା କାରଣ ଦଶାଇ ପ୍ରାୟ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଏହା ପୂର୍ବରୁ ୧୦ ହଜାର କର୍ମଚାରୀଙ୍କୁ ନଭେମ୍ବର ମାସରେ କମ୍ପାନୀ ଛଟେଇ କରିବ ବୋଲି ଘୋଷଣା କରିଥିଲା । ତେବେ ଆମାଜନ କର୍ମଚାରୀ ଯେଭଳି ହଇରାଣ ନ ହୁଅନ୍ତି , ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବା ଲାଗି  ‘ସେପାରେସନ୍ ପେମେଣ୍ଟ୍’, ‘ଟ୍ରାଞ୍ଜିସ୍ନାଲ୍ ହେଲ୍ଥ୍ ଇନ୍ସ୍ୟୁରାନ୍ସ୍’ ଏବଂ ‘ଏକ୍ସଟର୍ନାଲ୍ ଜବ୍ ପ୍ଲେସମେଣ୍ଟ ସପୋର୍ଟ’ ଆଦି ପ୍ୟାକେଜ୍ ମିଳିବ ।

ମହାମାରୀ ସମୟରେ ‘ଆମାଜନ୍’ ବହୁସଂଖ୍ୟକ କର୍ମଚାରୀଙ୍କୁ ଦ୍ରୁତ ନିଯୁକ୍ତି ଦେଇଥିଲା। ଯାହା ଏବେ କମ୍ପାନୀର ଅଭିବୃଦ୍ଧିର କାରଣ ପାଲଟିଛି। ଏଥିପାଇଁ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ବବ୍ୟାପୀ ‘ଆମାଜନ୍’ ଗ୍ରୁପରେ୧୫ ଲକ୍ଷ କର୍ମଚାରୀ ଥିଲେ। ଆମାଜନର ଅଭିବୃଦ୍ଧି ଦ୍ରୁତ ଭାବେ ହ୍ରାସ ପାଉଥିବାରୁ ହଜାର ହଜାର କର୍ମଚାରୀଙ୍କୁ ଏଭଳି ଭୋଗିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.