ଖୁବଶୀଘ୍ର ଭାରତରେ ଲଞ୍ଚ ହେବ ମିଡ୍‌ ସାଇଜ୍‌ SUV, ଜାଣନ୍ତୁ କାହାକୁ ଦେବ ଟକ୍କର

ଜିପ୍ ର ଆଗାମୀ ମିଡ ସାଇଜ୍ SUV ୫ ଏବଂ ୭ ସିଟ୍‌ କନଫିଗେରେସନ୍‌ ରେ ଆସିବ ଏବଂ ଏକ ବକ୍ସି ଲୁକ୍ ସହିତ ସିଗନେଚର ଜିପ୍ ଷ୍ଟାଇଲରେ ଲଞ୍ଚ କରାଯିବ । ଏହା ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ କମାଣ୍ଡିଂ ଡ୍ରାଇଭିଂ ସହିତ ଲୋକପ୍ରିୟ ଜିପ୍ କମ୍ପାସ୍ ଠାରୁ କିଛି ଡିଜାଇନ୍ ଏଲିମେଣ୍ଟସ୍‌ ସହିତ ଆସିବ ।

ଆମେରିକୀୟ କାର ନିର୍ମାତା ଜିପ୍ ଭାରତୀୟ ବଜାରରେ ଏକ ମିଡ୍‌ ସାଇଜ୍‌ SUV ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ ଏହା ୨୦୨୫ରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏହି ଗାଡ଼ିକୁ ସିଟ୍ରୋନ୍ ସାହାଯ୍ୟରେ ମାର୍କେଟରେ ଅଣାଯିବ । ଏହି ନୂଆ SUV ଭାରତରେ ହୁଣ୍ଡାଇ କ୍ରେଟା, ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା, କିଆ ସେଲ୍ଟୋସ, ହୋଣ୍ଡା ଏଲିଭେଟ, ସ୍କୋଡା କୁଶାକ ଏବଂ ଫୋଲ୍ସୱାଗନ ଟାଇଗୁନକୁ ଟକ୍କର ଦେବ ।

ଜିପ୍ ର ଆଗାମୀ ମିଡ ସାଇଜ୍ SUV ୫ ଏବଂ ୭ ସିଟ୍‌ କନଫିଗେରେସନ୍‌ ରେ ଆସିବ ଏବଂ ଏକ ବକ୍ସି ଲୁକ୍ ସହିତ ସିଗନେଚର ଜିପ୍ ଷ୍ଟାଇଲରେ ଲଞ୍ଚ କରାଯିବ । ଏହା ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ କମାଣ୍ଡିଂ ଡ୍ରାଇଭିଂ ସହିତ ଲୋକପ୍ରିୟ ଜିପ୍ କମ୍ପାସ୍ ଠାରୁ କିଛି ଡିଜାଇନ୍ ଏଲିମେଣ୍ଟସ୍‌ ସହିତ ଆସିବ । ଲାଟେଷ୍ଟ କାରର କ୍ୟାବିନରେ ସିଟ୍ରୋନ୍ ସି 3 ଏୟାରକ୍ରସ୍ ଅପେକ୍ଷା ଅଧିକ ଫିଚର ରହିବ ବୋଲି ଆଶା କରାଯାଉଛି । ସୂଚନା ଥାଉ କି କମ୍ପାନୀ ଜିପ୍ ମେରିଡିଆନ୍ ର ଫେସଲିଫ୍ଟ ମଡେଲ୍ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି ।

ନୂଆ ଜିପ୍ SUV ରେ ସିଟ୍ରୋନ୍ ଗାଡି ପରି ୧.୨ ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ରହିବ, ଯାହା ୧୦୯ bhp ପାଓ୍ଵାର ଏବଂ ୨୦୫ Nm ଟର୍କ ଜେନେରେଟ କରେ । ଟ୍ରାନ୍ସମିସନ୍ ପାଇଁ ଏହା ୬-ସ୍ପିଡ୍ ମାନୁଆଲ୍ ଏବଂ ୬-ସ୍ପିଡ୍ AMT ଗିଅରବକ୍ସ ସହିତ ଯୋଡ଼ା ଯାଇଛି । ଏହାର ଏକ୍ସ ସୋ’ରୁମ୍ ଦାମ୍‌ ୧୫ ଲକ୍ଷରୁ ୧୮ ଲକ୍ଷ ଟଙ୍କା ମଧ୍ୟରେ ରଖାଯିବ ।

 

Leave A Reply

Your email address will not be published.