୮୦ କିମି ପର୍ଯ୍ୟନ୍ତ ମାଇଲେଜ୍ ଏବଂ ଦମଦାର୍ ଫିଚର୍ସ, ୬୦ ହଜାରରୁ ବି କମ୍ ଦାମରେ କିଣନ୍ତୁ ଏହି ସବୁ ବାଇକ୍

ଆଜିର ସମୟରେ ବାଇକ୍ ଲୋକଙ୍କ ନିତିଦିନିଆ ଆବଶ୍ୟକତା ପାଲଟିଛି । ଲୋକମାନେ ସବୁବେଳେ ଏଭଳି ଏକ ବାଇକ୍ କିଣିବାକୁ ପସନ୍ଦ କରନ୍ତି ଯାହା ଶସ୍ତା ଏବଂ ଭଲ ମାଇଲେଜ୍ ଦେଇଥାଏ । ଏଠାରେ ଆମେ ଆପଣଙ୍କୁ ଏଭଳି ୩ଟି ବାଇକ୍ ବିଷୟରେ କହିବାକୁ ଯାଉଛୁ ଯାହା ବଜେଟରେ ଫିଟ୍ ହେବା ସହ ଉତ୍କୃଷ୍ଟ ମାଇଲେଜ୍ ମଧ୍ୟ ଦେଇଥାଏ । ଭାରତୀୟ ବଜାରରେ ୧ ଲକ୍ଷ ଟଙ୍କା ବଜେଟରେ ଏଭଳି ଅନେକ ବାଇକ୍ ଅଛି, ଯାହାର ବହୁତ ଭଲ ଫିଚର୍ସ ଅଛି ଏବଂ ଏହି ବାଇକ୍ ଗୁଡିକ ମଧ୍ୟ ଭଲ ମାଇଲେଜ୍ ଦେଇଥାଏ ।

TVS Radeon:

ପ୍ରଥମ ବାଇକ୍ ହେଉଛି ଟିଭିଏସ୍ ରେଡନ୍ ଯାହାର ଡିଜାଇନ୍ ବହୁତ ଆକର୍ଷଣୀୟ । ଏହି ଟିଭିଏସ୍ ବାଇକ୍ ର ମୂଲ୍ୟ ୭୦ ହଜାରରୁ ଆରମ୍ଭ ହୋଇ ୮୩ ହଜାର ଟଙ୍କା ଏକ୍ସ-ଶୋ’ରୁମ୍ ମଧ୍ୟରେ ରହିଛି । TVS Radeon ରେ ୧୦୯.୭cc ସିଙ୍ଗଲ୍ ସିଲିଣ୍ଡର୍ ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା ୮.୦୮ PS ର ପାୱାର୍ ଏବଂ ୮.୭ Nm ର ପିକ୍ ଟର୍କ ଜେନେରେଟ୍ କରେ । ଟିଭିଏସର ଏହି ବାଇକ୍ ଲିଟର ପିଛା ୭୩ କିଲୋମିଟର ମାଇଲେଜ୍ ଦେଇଥାଏ, ଯେଉଁଥିରେ LCD ଇନଷ୍ଟ୍ରୁମେଣ୍ଟ କନସୋଲ୍ ସହିତ ଅନେକ ସେପ୍ଟି ଫିଚର୍ସ ଅଛି ।

Honda Shine:

ଦେଶରେ ବିକ୍ରି ହେଉଥିବା ସବୁଠାରୁ ଲୋକପ୍ରିୟ ବାଇକ୍ ମଧ୍ୟରୁ ହୋଣ୍ଡା ସାଇନ୍ ଅନ୍ୟତମ । ଏହି ମୋଟରସାଇକେଲରେ ୪-ଷ୍ଟ୍ରୋକ, SI ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ ୭,୫୦୦ rpm ରେ ୫.୪୩ kW ର ପାୱାର୍ ଯୋଗାଇଥାଏ ଏବଂ ୫୦୦୦ rpm ରେ ୮.୦୫ Nm ଟର୍କ ଜେନେରେଟ୍ କରେ । ହିରୋର ଏହି ବାଇକ୍ ୫୫ କିଲୋମିଟର ମାଇଲେଜ୍ ଦେବାକୁ ଦାବି କରିଛି । ଦିଲ୍ଲୀର ଏହି ବାଇକ୍ ର ଏକ୍ସ ଶୋ’ରୁମ୍ ମୂଲ୍ୟ ୬୪,୯୦୦ ଟଙ୍କାରୁ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ଏହି ମୂଲ୍ୟରେ ପାର୍ଥକ୍ୟ ଥାଇପାରେ ।

TVS Sport:

ଟିଭିଏସ୍ ସ୍ପୋର୍ଟରେ ଗୋଟିଏ ସିଲିଣ୍ଡର, ୪-ଷ୍ଟ୍ରୋକ, ଫୁଏଲ୍ ଇଞ୍ଜେକ୍ସନ୍, ଏୟାର-କୁଲ୍ଡ ସ୍ପାର୍କ ଇଗ୍ନିସନ୍ ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ ୭,୩୫୦ rpm ରେ ୬.୦୩ kW ର ପାୱାର୍ ଏବଂ ୪,୫୦୦ rpm ରେ ୮.୭ Nm ର ଟର୍କ ଜେନେରେଟ୍ କରେ । ଏହି ବାଇକ୍ ୯୦ କିଲୋମିଟରର ଟପ୍ ସ୍ପିଡ୍ ଦେଇଥାଏ । ଏହି ଟିଭିଏସ୍ ବାଇକ୍ ୮୦ କିଲୋମିଟର ମାଇଲେଜ୍ ଦେଇଥାଏ ବୋଲି ଦାବି କରିଛି । ଏହି ବାଇକ୍ ର ଏକ୍ସ ଶୋ’ରୁମ୍ ମୂଲ୍ୟ ୫୯,୮୮୧ ରୁ ଆରମ୍ଭ ହେଉଛି ।

You might also like