ଲଞ୍ଚ ହେଲା ମିନି କୁପର କାର, ରହିଛି ଲାଟେଷ୍ଟ ଫିଚର୍ସ

ଲାଟେଷ୍ଟ କାର ନିର୍ମାତା କମ୍ପାନୀ ମିନି ଇଣ୍ଡିଆ ନିକଟରେ ଦେଶରେ ଏହାର ଦୁଇଟି ନୂଆ କାର ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ MINI କୁପର୍ S ଏବଂ ଏକ ଅଲ-ଇଲେକ୍ଟ୍ରିକ୍ MINI କଣ୍ଟ୍ରିମ୍ୟାନ୍‌ କୁ ଭାରତୀୟ ବଜାରରେ ଲଞ୍ଚ କରିଛି ।

New MINI Cooper S
ଏହି ମିନି କାରରେ କମ୍ପାନୀ ଏକ ଲମ୍ବା ହ୍ୱିଲ୍ ବେସ୍ ଏବଂ ଏକ ଛୋଟ ବୋନେଟ୍ ସହିତ ବଡ ଚକ ଦେଇଛି । ଏହା ବ୍ୟତୀତ କାରର ବଡି ଏବଂ ୱିଣ୍ଡୋ ଅତ୍ୟନ୍ତ ଆକର୍ଷଣୀୟ ରହିଛି । MINI କାରର ଡିଜାଇନ୍ ମଧ୍ୟ ବହୁତ ଆକର୍ଷଣୀୟ ରହିଛି । ଏଥିରେ ଏକ ୨୪୦ ମିମିର OLED ଟଚସ୍କ୍ରିନ ଡିସପ୍ଲେ ମଧ୍ୟ ଅଛି ଯାହା ଗୋଲ ଆକାରର ରହିଛି । ଏହା ବ୍ୟତୀତ ଅପରେଟିଂ ସିଷ୍ଟମ୍ ଏବଂ ଭଏସ୍ କଣ୍ଟ୍ରୋଲ୍ ଭଳି ଭଲ କନେକ୍ଟିଭିଟି ଫିଚର ଅଛି ।

ବର୍ତ୍ତମାନ ଏହି କାରର ଇଞ୍ଜିନ୍ ବିଷୟରେ କହିବାକୁ ଗଲେ କମ୍ପାନୀ ଏଥିରେ ମିନି ଟ୍ୱିନ୍ ପାୱାର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଯୋଗାଇ ଦେଇଛି । ଏହି ଇଞ୍ଜିନ୍ ସର୍ବାଧିକ ୨୦୪ HP ର ପାଓ୍ଵାର ସହିତ ୩୦୦ Nm ର ପିକ୍‌ ଟର୍କ ଜେନେରେଟ କରେ । ଏହି କାରର ଟପ୍‌ ସ୍ପିଡ୍‌ ୨୪୨ କିଲୋମିଟର ରହିଛି ।

MINI Countryman EV
ଏହି ମିନି ଇଲେକ୍ଟ୍ରିକ୍ କାରରେ କମ୍ପାନୀ ୧୫୦ କିଲୋୱାଟର ବ୍ୟାଟେରୀ ପ୍ୟାକ୍ ଦେଇଛି । ଏହି ଇଞ୍ଜିନ୍ ସର୍ବାଧିକ ୨୦୪ HP ପାଓ୍ଵାର ସହିତ ୨୫୦ Nm ର ପିକ୍‌ ଟର୍କ ଜେନେରେଟ୍‌ କରେ । ଏହି କାର ୪୬୨ କିଲୋମିଟର ଟପ୍‌ ସ୍ପିଡ୍‌ ଦେଇଥାଏ ।

ସୂଚନା ଥାଉ କି କମ୍ପାନୀ ମିନି କୁପର୍ S ୨୦୨୪ ର ଏକ୍ସ-ସୋ’ରୁମ୍ ଦାମ୍‌ ୪୪.୯୦ ଲକ୍ଷ ଟଙ୍କା ରଖିଛି । ଏଥିସହ କମ୍ପାନୀ ଏହାକୁ ୧୦ ଟି ଭିନ୍ନ କଲରରେ ବଜାରରେ ଲଞ୍ଚ କରିଛି । ଅନ୍ୟପଟେ ମିନି କୁପର୍ ଅଲ-ଇଲେକ୍ଟ୍ରିକ୍ କଣ୍ଟ୍ରିମ୍ୟାନ୍ ଇଭିର ଏକ୍ସ ସୋ’ରୁମ୍ ଦାମ୍‌ ୫୪.୯୦ ଲକ୍ଷ ଟଙ୍କା ରଖାଯାଇଛି । ଏଥିସହ କମ୍ପାନୀ ଏହାକୁ ୯ ଟି ଭିନ୍ନ କଲରରେ ଲଞ୍ଚ କରିଛି ।