ଗୃହ ମନ୍ତ୍ରଣାଳୟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
![MHA](https://knewsodisha.com/wp-content/uploads/2022/06/MHA.jpg)
କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାର ଇଚ୍ଛା ସମସ୍ତଙ୍କର ରହିଥାଏ। ତେବେ ଏଠାରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା Custodian of Enemy Property for India ରେ ଖାଲିପଡିଛି ବିଭିନ୍ନ ପଦବୀ। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି।
ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ଦିଲ୍ଲୀ ସ୍ଥିତ ମୁଖ୍ୟାଳୟ, ମୁମ୍ବାଇ, କୋଲକତା ଏବଂ ଲକ୍ଷ୍ମୌ ସ୍ଥିତ ଶାଖା କାର୍ଯ୍ୟାଳୟରେ କରାଯିବ। ଏଠାରେ ଲ’ ଅଫିସର, ଆଡମିନ୍ ଅଫିସର, ଚିଫ୍ ସୁଭରଭାଇଜର/କନସଲାଣ୍ଟ, ସୁପରଭାଇଜର/ କନସଲାଣ୍ଟ ଇତ୍ୟାଦିରେ ୪୨ଟି ପଦବୀ ଖାଲିପଡିଛି।
ପଦବୀ ବିବରଣୀ : ୪୨
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୪ ଜୁନ୍ ସନ୍ଧ୍ୟା ୫ଟା ଯାଏଁ ରହିଛି।
ବୟସ ସୀମା : ସବୁ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ସୀମା ସର୍ବାଧିକ ୬୨ ବର୍ଷ ରହିଛି।
ଶିକ୍ଷାଗତ ଯୋଗ୍ୟତା :
ଲ ଅଫିସର : ଲ’ରେ ଡିଗ୍ରୀ ଏବଂ ୫ ବର୍ଷର ଅଭିଜ୍ଞତା।
ଆଡମିନ ଅଫିସର: ସେବାନିବୃତ୍ତ ସରକାରୀ କର୍ମଚାରୀ
ଚିଫ୍ ସୁପରଭାଇଜର/ କନସଲଣ୍ଟାଣ୍ଟ : ସେବାନିବୃତ୍ତ ସରକାରୀ କର୍ମଚାରୀ
ସୁପରଭାଇଜର/ କନସଲଣ୍ଟାଣ୍ଟ: ଏମବିଏ/ବିବିଏ ସହିତ ହିନ୍ଦୀ ଏବଂ ଇଂଲିଶରେ ଜ୍ଞାନ
ସର୍ଭେୟର : କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଗଣିତରେ ଅତିକମରେ ୬୦ ପ୍ରତିଶତ ମାର୍କ ସହିତ ୧୨ପାସ୍ କରିଥିବା ଜରୁରୀ।
![govt of india](https://knewsodisha.com/wp-content/uploads/2021/02/govt-of-india-300x169.jpg)
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିବାକୁ ହେବ। ଏଥିପାଇଁ ଗୃହ ମନ୍ତ୍ରଣାଳୟର ଅଫିସିଆଲ େଓ୍ଵବସାଇଟ୍ mha.gov.in କିମ୍ବା CEPI ଅଫିସିଆଲ େଓ୍ଵବସାଇଟ୍ enemyproperty.mha.gov.in କୁ ଯାଇ ଭର୍ତ୍ତି ସେକ୍ସନରେ ଦେଇଥିବା ଲିଙ୍କକୁ ଯାଇ ଫର୍ମ ଡାଉନଲୋଡ କରି ଆବେଦନ କରିପାରିବେ।
ଅଫଲାଇନ କରିବାର ବିକଳ୍ପ :
ଏହି ଫର୍ମକୁ ଡାଉନଲୋଡ କରିବା ପରେ ପ୍ରିଣ୍ଟ ଆଉଟ୍ କାଢନ୍ତୁ। ଏହା ପରେ ଫର୍ମକୁ ଭଳ ଭାବେ ପୂରଣ କରି ସ୍କାନ କରନ୍ତୁ। ସ୍କାନ କରିଥିବା କପିକୁ ଇମେଲରେ ଆଟାଚ୍ କରି [email protected] ଆଇଡିରେ ମେଲ୍ କରିଦିଅନ୍ତୁ। ଅଫଲାଇନ ମୋଡରେ ପ୍ରାର୍ଥୀ ୨୪ ଜୁନ୍ ସନ୍ଧ୍ୟା ୫ଟା ଯାଏଁ ନିଜ ଫର୍ମକୁ ଜମା କରିପାରିବେ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://www.mha.gov.in/sites/default/files/CEPIvacancies_07062022..pdf