ମୋଦୀ ଆଣୁଛନ୍ତି ନୂଆ ବ୍ୟାଙ୍କ ଆକାଉଣ୍ଟ : ଉଭୟ ଟଙ୍କା ଏବଂ ସୁନା କାଢ଼ିବାର ରହିଛି ସୁବିଧା

ନୂଆଦିଲ୍ଲୀ : ଜନ ଧନ ଯୋଜନା ଆକାଉଣ୍ଟ ପରେ ମୋଦୀ ସରକାର ଏବେ ଆଉ ଏକ ଆକାଉଣ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଆକାଉଣ୍ଟର ନାମ ଗୋଲ୍ଡ ସେଭିଂ ରଖାଯାଇଛି। ନିକଟରେ ହିଁ ଅର୍ଥ ମନ୍ତ୍ରୀ ଗୋଲ୍ଡ ସେଭିଂ ଆକାଉଣ୍ଟ ଆରମ୍ଭ କରିବା ବିଷୟରେ ଆଲୋଚନା କରିଛନ୍ତି। ଏହାକୁ ଯେକୌଣସି ବ୍ଯକ୍ତି ଖୋଲି ପାରିବେ ଏବଂ ସାଧାରଣ ବ୍ଯଙ୍କ ଭଳି ଏହାର ବ୍ରାଞ୍ଚ ମଧ୍ୟ ଖୋଲା ଯିବ।
ଟଙ୍କା ଜମା କଲେ ପାସବୁକରେ ସାମିଲ ହେବ ସୁନା :
ଏହି ଆକାଉଣ୍ଟର ଖାସ କଥା ହେଉଛି ଆପଣ ବ୍ଯଙ୍କରେ ଟଙ୍କା ଜମା କରିବେ କିନ୍ତୁ ଆପଣଙ୍କ ଆକାଉଣ୍ଟରେ ଟଙ୍କା ବଦଳରେ ସୁନାର ମାତ୍ରା ବଢ଼ିବ। ଉଦାହରଣ ସ୍ବରୁପ ଆପଣ ଯଦି ବ୍ଯଙ୍କରେ ୧୫ହଜାର ଟଙ୍କା ଜମା କରୁଛନ୍ତି ଏବଂ ସେହି ସମୟରେ ୧୦ଗ୍ରାମ ପ୍ରତି ୩୦ହଜାର ଟଙ୍କା ସୁନା ରହିଛି ତେବେ ଆପଣଙ୍କ ଆକାଉଣ୍ଟରେ ୫ ଗ୍ରାମ ସୁନା ଯୋଡ଼ି ହୋଇଯିବ। ଆପଣଙ୍କୁ କମସେ କମ ଗୋଟିଏ ଗ୍ରାମ ସୁନାର ଟଙ୍କା ବ୍ଯାଙ୍କରେ ଜମା କରିବାକୁ ପଡ଼ିବ।
ନିଶ୍ଚିତ ପଢ଼ନ୍ତୁ: ମିଛ ଖବରର କର ସମାଧାନ : ହ୍ବାଟ୍ସଆପକୁ ସରକାରଙ୍କ ତାଗିଦ୍
ସବୁଠାରୁ ଭଲ କଥା ହେଉଛି ଆବଶ୍ଯକତା ସମୟରେ ଗ୍ରାହକ ବ୍ଯାଙ୍କରୁ ଉଦ୍ଭୟ ଟଙ୍କା ଏବଂ ସୁନା ଉଠାଇ ପାରିବେ। ଆପଣ ଏହି ବ୍ଯାଙ୍କରୁ ୩୦ଲକ୍ଷ ପର୍ଯ୍ଯନ୍ତ ଟଙ୍କା ଏବଂ ୧କିଲୋଗ୍ରାମ ସୁନା ଉଠାଇ ପାରିବେ। ଆପଣଙ୍କୁ ସାଧାରଣ ସେଭିଂ ଆକାଉଣ୍ଟ ଭଳି ଏହି ଆକାଉଣ୍ଟରେ ମଧ୍ୟ କରଜରେ ଟଙ୍କା ନେଇ ପାରିବେ। ଏହା ଆପଣଙ୍କ ଖାତାରେ ଯୋଡ଼ା ଯିବ ଯାହାର ପଛେ ସୁଧ ଯୋଡ଼ି ହେବ। ଆପଣ ସାଧାରଣ ସେଭିଂ ବ୍ଯଙ୍କ ଭଳି ଟଙ୍କା ଏବଂ ସୁନା ଉଠାଇପାରିବେ।