ବ୍ୟବସାୟ ଓ ଅର୍ଥନୀତି

ଗରିବଙ୍କୁ ମୋଦି ସରକାରଙ୍କ ଆଶ୍ୱସ୍ତୀ! ମାଗଣାରେ ବନାନ୍ତୁ ‘ଆୟୁଷ୍ମାନ କାର୍ଡ’, ଚିକିତ୍ସା ପାଇଁ ମିଳିବ ୫ ଲକ୍ଷ

ନିଜ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଗରିବ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ, ଯାହା ଅଧୀନରେ ପଞ୍ଜୀକୃତ ଲାଭାର୍ଥୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ। ଏଥିପାଇଁ ସେମାନଙ୍କୁ ଆୟୁଷ୍ମାନ କାର୍ଡ ବନାଇବାକୁ ପଡ଼ିଥାଏ। ଏହି କାର୍ଡ ବନାଇବା ପାଇଁ ପ୍ରଥମେ ୩୦ ଟଙ୍କା ଶୁଳ୍କ ଦେବାକୁ ହୋଇଥାଏ। କିନ୍ତୁ କରୋନା କାଳରେ ମୋଦି ସରକାର ଲୋକମାନଙ୍କୁ ବଡ଼ ଆଶ୍ୱସ୍ତୀ ଦେଇଛନ୍ତି। ଏବେ କୌଣସି ବି ବ୍ୟକ୍ତି ଆୟୁଷ୍ମାନ ଭାରତ କାର୍ଡ ବିଲକୁଲ ମାଗଣାରେ ବନାଇପାରିବେ ଏବଂ ଚିକିତ୍ସା ପାଇଁ ଆର୍ଥିକ ଲାଭ ମଧ୍ୟ ଉଠାଇ ପାରିବେ।

ଆୟୁଷ୍ମାନ କାର୍ଡର ଫାଇଦା

ଆୟୁଷ୍ମାନ ଭାରତ ସ୍କିମ୍‌ ଅଧୀନରେ କାର୍ଡଧାରୀ ସରକାରୀ ହସ୍ପିଟାଲରେ ସହଜରେ ନିଜ ରୋଗର ଚିକିତ୍ସା କରେଇ ପାରିବେ। ଏହା ଜରିଆରେ ସେମାନଙ୍କୁ ଚିକିତ୍ସାରେ ଲାଗିବାକୁ ଥିବା ବୀମା ପଇସା ମିଳିପାରିବ। ଏହି କାର୍ଡ ଜରିଆରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଦିଆଯାଇଥାଏ।

କେମିତି ବନାଇବେ

କାର୍ଡ ବନାଇବା ପାଇଁ ଆପଣ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ସମ୍ପର୍କ କରିପାରିବେ। ନଚେତ୍‌ ଯୋଜନାର ଅଫିସିଆଲ େଓ୍ଵବସାଇଟରେ ଆବେଦନ କରିପାରିବେ। ପଞ୍ଜୀକୃତ ହେବା ପରେ ଅଭିଯାନ ସହ ଜଡ଼ିତ କର୍ମଚାରୀ ଆପଣଙ୍କ ଘରକୁ ଆସି ପୂରା ତଥ୍ୟ ସଂଗ୍ରହ କରିବେ। ଏହାପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିଯିବ। ଏହା PVC ଫର୍ମରେ ରହିବ। ଅର୍ଥାତ୍‌ ବିଲ୍‌କୁଲ ଏଟିଏମ୍‌ କାର୍ଡ ଭଳି ଦେଖାଯିବ, ଯାହାକି ଖରାପ ହେବ ନାହିଁ।

ଏପ୍ରିଲ ୩୦ ସୁଦ୍ଧା ମାଗଣାରେ ବନାଇ ପାରିବେ କାର୍ଡ

ମାଗଣାରେ କାର୍ଡ ବନାଇବା ପାଇଁ ସରକାରଙ୍କ ତରଫରୁ ଏକ ବିଶେଷ ଅଭିଯାନ ଚାଲିଛି। ଏହା ଅଧୀନରେ ଆପଣ ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଏହି ସୁବିଧାର ଲାଭ ଉଠାଇ ପାରିବେ। ଏହାକୁ ଗୋଲ୍ଡେନ କାର୍ଡ ନାଁରେ ବି ଜଣାଯାଇଥାଏ।

Roshni

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

7 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

52 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

57 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago