ବ୍ୟବସାୟ ଓ ଅର୍ଥନୀତି

ପୁରୁଣା ପେନସନ୍‌ ସ୍କିମକୁ ନେଇ ଆସିଲା ଖୁସି ଖବର, ମୋଦି ସରକାର କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ

Old ପେନସନକୁ ନେଇ ସରକାର ଦେଲେ ବଢ଼ିଆ ଖବର । ବହୁତ ଜଲଦି ପେନସନ୍‌ ସ୍କିମକୁ ନେଇ ମୋଦି ସରକାର ଆଣିପାରନ୍ତି ବଡ ପରିବର୍ତ୍ତନ । ହଁ ବହୁତ ଜଲଦି ଅନେକ ରାଜ୍ୟରେ ପୁଣି ଫେରିବ ପୁରୁଣା ପେନସନ୍‌ ଯୋଜନା । ସାରା ଦେଶରେ ପୁରୁଣା ପେନସନ ଯୋଜନାକୁ ନେଇ ଲଗାତାର ଭାବେ ଦାବି କରାଯାଉଛି । ନୂଆ ପେନସନ ଯୋଜନା ଅନୁସାରେ, ପୁରୁଣା ପେନସନ ଯୋଜନାକୁ ଅଧିକାଂଶ ରାଜ୍ୟରେ ଫେରାଇ ଆଣିବା ପାଇଁ ଦାବି ହେଉଛି । ଏପରିକି ଅନେକ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରି ଦିଆଯାଇଛି । ତେବେ ଏହାମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାକୁ ନେଇ ଆଣିଛନ୍ତି ଏକ ବଡ ଖୁସି ଖବର । ନୂଆ ପେନସନ ଯୋଜନାରେ କିଛି ବଡ ପରିବର୍ତ୍ତନ ଆଣିପାରନ୍ତି ମୋଦି ସରକାର ।

ସୂଚନା ଅନୁସାରେ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ରାଜ୍ୟରେ ପ୍ରଥମରୁ ହିଁ ନୂଆ ପେନସନ ଯୋଜନା ବନ୍ଦ କରି ପୁରୁଣା ପେନସନ ଯୋଜନା ଲାଗୁ କରି ଦିଆଯାଇଛି । ସରକାରୀ ସମ୍ପତ୍ତି ଉପରେ କୌଣସି ବୋଝ ନ ଦେଇ ସରକାର ବର୍ତ୍ତମାନର ପେନସନ ସିଷ୍ଟମରେ ପରିବର୍ତ୍ତନ କରିବା ପାଇଁ କହିଛନ୍ତି ସରକାରୀ କର୍ମଚାରୀ । ଏହାଦ୍ୱାରା କର୍ମଚାରୀମାନଙ୍କୁ କିମ୍ବା ସେମାନଙ୍କ ପେନସନରେ କୌଣସି ଅସୁବିଧା କିମ୍ବା କ୍ଷତିର ସାମନା କରିବାକୁ ପଡିବ ନାହିଁ । ଅଧିକାରୀମାନଙ୍କ କହିବା ଅନୁସାରେ, ସରକାର ଏନପିଏସରେ ଏମିତି ଏକ ପରିବର୍ତ୍ତନ କରନ୍ତୁ ଯେଉଁଥିରେ ୪୧.୭ପ୍ରତିଶତର ଏକ ବଡ ଆମାଉଣ୍ଟ ରିଟର୍ଣ୍ଣ ମିଳିପାରିବ । ଏହି ମଡେଲ ଓପିସିର ବିପରୀତ ଏବଂ ଏହା ଏକମାତ୍ର ସମସ୍ୟା ବୋଲି କହିଛନ୍ତି ଅଧିକାରୀ ।

ତେବେ ପୁରୁଣା ପେନସନ ଯୋଜନା ଏହା ଅପେକ୍ଷା ଖୁବ ଭିନ୍ନ । ଓପିଏସରେ ଅବସର ପରେ କର୍ମଚାରୀଙ୍କୁ ଦରମାର ଅଧା ଟଙ୍କା ପେନସନ ଆକାରରେ ଦିଆଯାଇଥାଏ । କିନ୍ତୁ ନୂଆ ପେନସନ ସ୍କିମରେ କର୍ମଚାରୀଙ୍କ ବେସିକ ସାଲାରୀ ସହିତ ଡିଏ ୧୦ ପ୍ରତିଶତ କାଟ୍ ହୋଇଥାଏ । ପୁରୁଣା ପେନସନ ଯୋଜନାରେ କର୍ମଚାରୀ ସମ୍ପୂର୍ଣ୍ଣ ପେନସନ ପାଇଥାନ୍ତି । ଏହାବ୍ୟତୀତ ପୁରୁଣା ପେନସନ ଯୋଜନାରେ ୬ ମାସ ପରେ ମିଳୁଥିବା ଡିଏର ମଧ୍ୟ ପ୍ରାବଧାନ ରହିନଥାଏ ଏବଂ ଏହା ସରକାରଙ୍କ ଟ୍ରେଜେରୀ ଦ୍ୱାରା ହିଁ ପେମେଣ୍ଟ କରାଯାଏ । ଯାହା ନୂଆ ପେନସନ ଯୋଜନାରେ କୌଣସି ନିଶ୍ଚିତତା ରହିନାହିଁ ।

ପୁରୁଣା ପେନସନ୍‌ ଯୋଜନା ବିଷୟରେ କହିବା ତ ଏଥିରେ ରିଟାୟର୍ଡ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ମଧ୍ୟ ତାଙ୍କ ପରିଜନଙ୍କୁ ପେନସନ୍‌ ମିଳିଥାଏ । ଉଦାହରଣ ଭାବେ କହିବୁ ତ ଯଦି ଏବେ କୌଣସି କର୍ମଚାରୀଙ୍କୁ ୮୦,୦୦୦ ଟଙ୍କା ସାଲାରୀ ମିଳୁଛି, ତାହେଲେ ପରେ ପୁରୁଣା ପେନସନ୍‌ ଯୋଜନା ହିସାବରେ ତାଙ୍କୁ ପ୍ରାୟ ୩୫ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌ ମିଳିବ । ଏହାବ୍ୟତୀତ ନୂଆ ପେନସନରେ ଏହି କର୍ମଚାରୀଙ୍କୁ ୮୦୦ ରୁ ୧୦୦୦ ଟଙ୍କା ପେନସନ୍‌ ମିଳିବ ।

Pritiparna

Recent Posts

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

10 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

15 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago