ଏହି ଦୁଇ ନିବେଶ ସ୍କିମରେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ, ବଜେଟରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ : ସରକାର ଦୁଇଟି ଏକ୍ସଚେଞ୍ଜ ଟେଡ୍ରର୍ସ ଫଣ୍ଡ ସିପିଏସଇ(CPSE) ଏବଂ ଭାରତ-୨୨ ଇଟିଏଫ୍‌ ରେ ରିଟେଲ ନିବେଶକଙ୍କୁ ଟ୍ୟାକ୍ସ ରିହାତି ଦେବା ପାଇଁ କରୁଛନ୍ତି ଚିନ୍ତା। ସୂଚନା ମୁତାବକ, ଡିପାର୍ଟମେଣ୍ଟ ଅଫ୍‌ ଇନଭେଷ୍ଟମେଣ୍ଟ ଏଣ୍ଡ ପବ୍ଳିକ୍‌ ଏସେଟ ମେନେଜମେଣ୍ଟ (DIPAM) କେନ୍ଦ୍ରୀୟ ପ୍ରତ୍ୟାକ୍ଷ ଅର୍ଥିକ ବୋର୍ଡକୁ ଚିଠି ଲେଖି ଏନେଇ ପ୍ରଶ୍ନ ପଚାରିଛି। ‘ କଣ ଇନକମ୍‌ ଟ୍ୟାକ୍ସ ଆକ୍ଟର ଧାରା ୮୦ସି ଦ୍ୱାରା ଇକ୍ୱିଟୀ ସହ ଜଡିତ ଥିବା ସଞ୍ଚୟ ଯୋଜନା (ELSS)ର ଫାଇଦା ଏହି ETFରେ ରିଟେନେଲ ନିବେଶକଙ୍କୁ ଦିଆଯାଇପାରିବ।

DIPAM ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାରେ CPSE ଏବଂ Bharat-22କୁ ରିଟେଲ ନିବେଶକଙ୍କୁ ELSS ମ୍ୟୁଚୁଆଲ ଫଣ୍ଡ ଭଳି ଟ୍ୟାକ୍ସରେ ରିହାତିର ବିକଳ୍ପ ଦିଆଯିବ। କିନ୍ତୁ ଏଥିରେ ତାଙ୍କର ନିବେଶ ତିନି ବର୍ଷ ପର୍ଯ୍ୟନ୍ତ ଲକ ହୋଇ ରହିବ। ଏହି ନିବେଶକକୁ ELSS ବିଭାଗକୁ ଚୟନ କରିବାର ବିକଳ୍ପ ମିଳିବ ନାହିଁ। ଯାହା ଫଳରେ ସେ ନିଜ ବିଭାଗରେ ବିନା କୌଣସି ବାଧାରେ ବ୍ୟବସାୟ କରିପାରିବେ। ତେବେ ଏହି ସମ୍ବନ୍ଧରେ ବଜେଟରେ ଘୋଷଣା ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.