ଖୁବ୍ ଶୀଘ୍ର ଆମାଜନ୍ ରେ ଉପଲବ୍ଧ ହେବ ଗୋବର ତିଆରି ସାବୁନ, ତା’ସାଙ୍ଗକୁ ପାଇପାରିବେ ମୋଦି ଏବଂ ଯୋଗୀଙ୍କ ପୋଷାକ

ଯଦି ଆପଣ ସେହି ଲୋକମାନଙ୍କ ମଧ୍ଯରୁ ଜଣେ ଯେଉଁମାନେ ଗାଈର ମୁତ୍ର ଏବଂ ଗୋବର ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଜିନିଷ ବ୍ଯବହାର କରନ୍ତି, ତେବେ ଅକ୍ଟୋବର ମାସରୁ ଆପଣଙ୍କ ପାଖରୁ ଆସିବାକୁ ଯାଉଛି ଅ।ହୁରି ଅଧିକ ସୁବିଧା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ସମର୍ଥିତ ଫାର୍ମାସୀ ନିଜର ପ୍ରାକୃତିକ ପଦାର୍ଥରୁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ଯ ବର୍ଦ୍ଧକ ସାମଗ୍ରୀ ଏବଂ ଔଷଧୀୟ ଉତ୍ପାଦନ ପ୍ରସ୍ତୁତ କରୁଛି । ଏହି ସବୁ ସାମଗ୍ରୀ ମୁଖ୍ଯତଃ ଗାଈ ମୁତ୍ର ଏବଂ ଗୋବରରୁ ପ୍ରସ୍ତୁତ । ଯାହାକୁ ଆମାଜନ୍ ଆପଣଙ୍କ ପାଖରେ ଅନଲାନ୍ ଦ୍ବାରା ପହଞ୍ଚାଇବ। ଗାଈ ଗୋବରରୁ ସାବୁନ, ପାଉଡର ବ୍ଯତୀତ ଆପଣଙ୍କ ପାଖକୁ ପ୍ରଧାନ ମନ୍ତ୍ରୀ ମୋଦି ଏବଂ ଉତ୍ତର ପ୍ରଦେଶର ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ କୁର୍ତ୍ତା ମଧ୍ଯ ଉପଲବ୍ଧ ହେବ ।

rss2ମଥୁରାରେ ଆରଏସ୍ଏସ୍ ଦ୍ବାରା ପରିଚାଳିତ କେନ୍ଦ୍ର ଦୀନ୍ ଦୟାଲ ଧାମ, ଆରମ୍ଭରୁ ୩୦ଟି ଦ୍ରବ୍ଯ ଉତ୍ପାଦ କରିଛି । ଆରଏସ୍ଏସ୍ ପ୍ରବକ୍ତା ଅରୁଣ କୁମାର କହିଛନ୍ତି କି ଅନଲାଇନ୍ ଉତ୍ପାଦନକୁ ବିକ୍ରି କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସୁବିଧା ଯୋଗାଇ ଦିଆଯିବ । ଯାହା ଦ୍ବାରା ସେମାନେ ଆର୍ଥିକ କ୍ଷେତ୍ରରେ ନିଜକୁ ଆତ୍ମନିର୍ଭରଶୀଳ କରିପାରିବେ । ଏହି ଧାମ ପ୍ରତି ମାସରେ ୧ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ଯ ବର୍ଦ୍ଧକ ସାମଗ୍ରୀ ଏବଂ ଔଷଧ ବିକ୍ରି କରୁଥିବା ବେଳେ, ୩ ଲକ୍ଷ ଟଙ୍କାର ପୋଷାକ ବିକ୍ରି କରୁଛି ।

rssଏହି ଧାମର ଉପସଚିବ ମନୀଷ ଗୁପ୍ତା ସୂଚନା ଦେଇକହିଛନ୍ତି, ଆମର କାମଧେନୁ ଆର୍କ ଉତ୍ପାଦନ ଯେଉଁଥିରେ ପୋଷାକ ଏବଂ ଅନ୍ଯ ଖଦି ଉତ୍ପାଦନରେ ଗାଈର ମୁତ୍ର ଓ ଗୋବର ମିଶ୍ରଣ ହେଉଛି, ଯାହା ଖୁବ୍ ଶିଘ୍ର ଆମାଜନରେ ଉପଲବ୍ଧ ହେବ । ଆମେ ବିକ୍ରି କରୁଥିବା ବିଭିନ୍ନ ପ୍ରଡକ୍ଟ ପାଇଁ ଆବଶ୍ଯକ ହେଉଥିବା ଗାଈର ମୂତ୍ର ଏବଂ ଗୋବର ଆମ ନିଜ ଗୋଶାଳରୁ ସଂଗ୍ରହ କରିଥାଉ । ବର୍ତ୍ତମାନ ଗୋଶାଳାରେ ୯୦ଟି ଗାଈ ଏବଂ ବାଛୁରୀ ଅଛନ୍ତି । ଏଠାରେ ବିକ୍ରି ହେଉଥିବା ସମସ୍ତ ସାମଗ୍ରୀର ମୂଲ୍ଯ ୧୦ଟଙ୍କାରୁ ଆରମ୍ଭ ହୋଇ ମାତ୍ର ୨୩୦ ଟଙ୍କା ଭିତରେ ହିଁ ରହିଛି । ମୋଦି ଏବଂ ଯୋଗୀଙ୍କର କୁର୍ତ୍ତା ମାତ୍ର ୨୨୦ ଟଙ୍କା ମୂଲ୍ଯ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.