ଭାରତର ଔଷଧ ନିୟାମକ ଦ୍ୱାରା କରାଯାଇଥିବା ଗୁଣାତ୍ମକ ପରୀକ୍ଷଣରେ ୫୦ରୁ ଅଧିକ ଔଷଧ ବିଫଳ ହୋଇଛି । ଏହି ଔଷଧ ତାଲିକାରେ ପାରାସିଟାମୋଲ ସମେତ ଅନେକ ଟାବଲେଟ ବିଫଳ ହୋଇଥିବା ଜଣାପଡିଛି । ମଧୁମେହ, ଉଚ୍ଚ ରକ୍ତଚାପ, ଭିଟାମିନ୍, କ୍ୟାଲସିୟମ୍ D3 ସପ୍ଲିମେଣ୍ଟ, ବ୍ୟାକ୍ଟେରିଆ ସଂକ୍ରମଣ ଏବଂ ଏସିଡ୍ ରିଫ୍ଲକ୍ସ ସହିତ ଜଡିତ ଔଷଧ ଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ନୁହେଁ ।
ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ଅଗଷ୍ଟ ପାଇଁ ଏକ ‘ଅଣ-ମାନକ ଗୁଣବତ୍ତା’ ଆଲର୍ଟ ଜାରି କରି କହିଛି ଯେ, କେତେକ ବିକ୍ରି ହେଉଥିବା ଔଷଧ ଆଲକେମ୍ ଲାବୋରେଟୋରୀ, ହେଟେରୋ ଡ୍ରଗ୍, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ ଏବଂ କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ପରି ଜଣାଶୁଣା ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
ମାନକ ଗୁଣବତ୍ତା ସହିତ ମେଳ ଖାଉ ନ ଥିବା ଔଷଧ ଗୁଡ଼ିକରେ ପାରାସିଟାମୋଲ ଟାବଲେଟ୍ (500 ମିଗ୍ରା), ଆଣ୍ଟି-ଡାଇବେଟିସ୍ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମା ଏଚ୍ (ଟେଲମିସାର୍ଟାନ୍ 40 ମିଗ୍ରା), ଏସିଡ୍ ରିଫ୍ଲକ୍ସ ଔଷଧ ପାନ ଡି ଏବଂ କ୍ୟାଲସିୟମ୍ ସପ୍ଲିମେଣ୍ଟ ସେଲକାଲ୍ ଅନ୍ତର୍ଭୁକ୍ତ । ଭିଟାମିନ C ଏବଂ D3 ଅନ୍ତର୍ଭୁକ୍ତ ।
କୋଲକାତାର ଏକ ସରକାରୀ ଲ୍ୟାବରେ ଆଲକେମ୍ ହେଲ୍ଥ ସାଇନ୍ସର ଆଣ୍ଟିବାୟୋଟିକ୍, କ୍ଲାଭାମ 625 ଏବଂ ପାନ୍ ଡି ମଧ୍ୟ ବେକାର ବୋଲି ପ୍ରମାଣିତ ହେଇଛି । ଏକ୍ସପି 50 ଡ୍ରାଏ ସସ୍ପେନସନ, ଯାହା ପିଲାମାନଙ୍କଠାରେ ଗୁରୁତର ଜୀବାଣୁ ସଂକ୍ରମଣ ପାଇଁ ନିର୍ଦ୍ଧିଷ୍ଟ ତାହା ଗୁଣାତ୍ମକ ମାନରେ ବିଫଳ ହୋଇଛି ।
CDSCO ଏହି କ୍ୱାଲିଟି ଟେଷ୍ଟରେ ଫେଲ ହୋଇଥିବା ଔଷଧ ମାନଙ୍କର ୨ଟି ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ୪୮ଟି ଔଷଧ ନାମ ରହିଥିବା ବେଳେ ଦ୍ୱିତୀୟ ଲିଷ୍ଟରେ ୫ଟି ଔଷଧର ନାମ ରହିଛି । ଆଣ୍ଟିବାୟୋଟିକ୍ସ, ସୁଗାର, ବ୍ଲଡ ପ୍ରେସର, ଭିଟାମିନ ଔଷଧ ଇତ୍ୟାଦି ଟେଷ୍ଟରେ ଫେଲ ହୋଇଛନ୍ତି । ହି ତାଲିକାରେ ଭିଟାମିନ C, D3, ଶେଲକାଲ 500, ଭିଟାମିନ୍ କମ୍ପେଲକ୍ସ ଇତ୍ୟାଦି ଏହି ଯାଞ୍ଚରେ ଫେଲ ହୋଇଛନ୍ତି ।