୯କୋଟିରୁ ଅଧିକ ଲୋକଙ୍କୁ ମଳିଛି ଫ୍ରି ଏଲପିଜି କନେକସନ, ଆପଣ ବି ଉଠାନ୍ତୁ ଫାଇଦା

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ରନ୍ଧନ ଗ୍ୟାସକୁ ନେଇ ସମସ୍ତ ସୁବିଧା ଯୋଗାଇବାକୁ ଯାଉଛନ୍ତି। ତେବେ ଆମେ କହୁଛୁ ପ୍ରଧାନମନ୍ତ୍ରୀଙ୍କ ଉଜ୍ୱଳା ଯୋଜନା ସମ୍ପର୍କରେ..ଏହି ଯୋଜନା ଅନ୍ତର୍ଗତ ୯ କୋଟିରୁ ଅଧିକ ଲୋକ ଏହାର ଫାଇଦା ଉଠାଇସାରିଲେଣି। ଏହା ସମ୍ପର୍କରେ ସମସ୍ତ ସୂଚନା ଇଣ୍ଡିଆନ ଅଏଲ ନିଜର ଟ୍ଵିଟର ଆକାଉଣ୍ଟରେ ଦେଇଛି। ଏବେ ଜାଣନ୍ତୁ କିପରି ଫ୍ରିରେ ଏଲପିଜି ଗ୍ୟାସ ସିଲିଣ୍ଡରର ଫାଇଦା ଉଠାଇବେ।

ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନାରେ ସରକାର ଦାରିଦ୍ର ସୀମାରେଖା ତଳେ ଥିବା ଲୋକମାଙ୍କ ପରିବାରରେ ଘରୋଇ ଗ୍ୟାସ ମାନେ ଏଲପିଜି କନେକସନକୁ ଦେବାରେ ଆଗଭର ହୋଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ଭାରତ ସରକାରଙ୍କ ଦ୍ୱାରା ଦେଶର ଏପିଏଲ, ବିପିଏଲ ତଥା ରାସନ କାର୍ଡ ଧାରକ ମହିଳାମାନଙ୍କ ଫ୍ରି ଗ୍ୟାସ କନେକସନ ଦିଆଯିବ। ସୂଚନା ଅନୁଯାୟୀ, ଏବେ ପର୍ଯ୍ୟନ୍ତ ଯୋଜନାରେ ୯ କୋଟିରୁ ଅଧିକ ଲୋକ ଫାଇଦା ପାଇସାରିଲେଣି। ସେମାନଙ୍କୁ ଫ୍ରିରେ ଏଲପିଜି ଗ୍ୟାସ ଦିଆଯାଇଛି।

ତେବେ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ମଇ ମାସ ୧ତାରିଖ ୨୦୧୬ ରେ ଆରମ୍ଭ କରିଥିଲେ। ଏବେ ଜାଣନ୍ତୁ ଆପଣ କିପରି ଏହି ଯୋଜନାରୁ ଫାଇଦା ଉଠାଇପାରିବେ।

ଏପରି କରନ୍ତୁ ଆବେଦନ:
-ଯୋଜନାର ଲାଭ ଉଠାଇବା ପାଇଁ ପ୍ରଥମେ ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ। ଏହାର ଅଫିସିଆଲ େଓ୍ଵବସାଇଟ ହେଉଛି pmujjwalayojana.com

-ଏବେ ଆପଣଙ୍କ ଫର୍ମକୁ ଡାଉନଲୋଡ କରନ୍ତୁ।
-ପରେ ଫର୍ମରେ ମଗାଯାଇଥିବା ସମସ୍ତ ସୂଚନାକୁ ଏଣ୍ଟର କରାନ୍ତୁ।
-ପରେ ଏହି ଫର୍ମକୁ ନେଇ ଏଲପିଜି କେନ୍ଦ୍ରରେ ଜମା କରନ୍ତୁ।
-ପରେ ଏହା ସମ୍ବନ୍ଧିତ ସମସ୍ତ ଦସ୍ତାବିଜକୁ ମଧ୍ୟ ସେଠାରେ ଜମା କରନ୍ତୁ।
-ତେବେ ଏହି ସମୟରେ ଆପଣ କ୍ଲିୟର କରି କହିଦିଅନ୍ତୁ ଯେ ଆପଣଙ୍କୁ ୧୪.୨ କିଲୋଗ୍ରାମ ସିଲିଣ୍ଡର ଆବଶ୍ୟକ ଅବା ୫ କିଲୋଗ୍ରାମ ସିଲିଣ୍ଡର।
-ଶେଷରେ ଡକ୍ୟୁମେଣ୍ଟସ୍‌ ଭେରିଫାଏ ପରେ ଆପଣ ଏଲପିଜି କନେକ୍ସନ ପାଇଯିବେ।

ଏଥିପାଇଁ ଆବ୍ୟାକ ହେଉଥିବା ଡକ୍ୟୁମେଣ୍ଟସ୍‌ ହେଉଛି:
.ବିପିଏଲ କାର୍ଡ
.ଆଧାରକାର୍ଡ
.ମୋବାଇଲ ନମ୍ବର
.ପାସପୋର୍ଟ ସାଇଜ ଫଟୋ
.ଆୟୁ ପ୍ରମାଣ ପତ୍ର
.ବିପିଏଲ ସୂଚୀରେ ନାମର ପ୍ରିଣ୍ଟ ପେପର
.ବ୍ୟାଙ୍କ ଫଟୋ କପି
.ରାସନ କାର୍ଡ ଫଟୋ କପି

ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ:

-ଉଜ୍ୱଳା ଯୋଜାନାରେ ଆବେଦନ କରିବା ପାଇଁ ଆପଣ ମହିଳା ହୋଇଥିବା ଜରୁରୀ।
-ମହିଳାଙ୍କ ବୟସ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବା ଜରୁରୀ।
-ମହିଳା ଜଣକ ବିପିଏଲ ପରିବାର ର ହୋଇଥିବେ।
-ମହିଳାଙ୍କ ପାଖରେ ବିପିଏଲ କାର୍ଡ ତଥା ରାସନ କାର୍ଡ ରହିବା ଅନିବାର୍ଯ୍ୟ।
-ଆବେଦକଙ୍କ ପରିବାରରେ କୌଣସିବ୍ୟକ୍ତି ଏଲପିଜି କନେକସନ ନେଇ ନଥିବା ଜରୁରୀ।
-ଶେଷରେ ନିଜ ପ୍ରମାଣ ପତ୍ର ସହ ଠିକଣା ପ୍ରମାଣ ପତ୍ର ଦେଇ ଏହାର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.