ବଜେଟରେ ହିଟ୍, ସେଫ୍ଟିରେ ଫିଟ, ୬-ଏୟାରବ୍ୟାଗ୍ ସହିତ ଆସିଛି ଏହି ୫ଟି କାର୍, ଲିଷ୍ଟରେ ସାମିଲ୍ ହୋଇଛି ଏହି ନାମଗୁଡିକ
ଭାରତୀୟ ବଜାରରେ ଅନେକ କାର୍ ଉପଲବ୍ଧ ରହିଛି, କିନ୍ତୁ ଯେତେବେଳେ ଆପଣ ଏକ କାର୍ କିଣିବାକୁ ଯାଆନ୍ତି, ସେତେବେଳେ ଆପଣଙ୍କର ପ୍ରଥମ କନର୍ସନ କାରର ସେଫ୍ଟି ହେବା ଉଚିତ୍ । ବର୍ତ୍ତମାନ କମ୍ପାନୀମାନେ ଏହି ବିଷୟରେ ବିଶେଷ ଯତ୍ନ ନେବା ଆରମ୍ଭ କରିଛନ୍ତି । ଅଧିକାଂଶ କମ୍ପାନୀ ଷ୍ଟାଣ୍ଡାର୍ଡ ଭାବରେ ନିଜର କାରରେ ୬ ଏୟାରବ୍ୟାଗ୍ ଦେଉଛି । କେବଳ ଏତିକି ନୁହେଁ ଆପଣଙ୍କୁ ଏହି କାରଗୁଡିକରେ ଶସ୍ତା ଅପ୍ସନ ମଧ୍ୟ ମିଳିବ ।
ଏଠାରେ ଆପଣଙ୍କୁ ଏପରି ୫ଟି କାର୍ ବିଷୟରେ କହିବୁ ଯାହା ୬-ଏୟାରବ୍ୟାଗ ସହିତ ଆସିଥାଏ ଏବଂ ବଜେଟରେ ମଧ୍ୟ ସମ୍ପୁର୍ଣ୍ଣ ଫିଟ୍ ହୋଇଥାଏ । ଏଗୁଡିକର ଏକ୍ସ-ସୋରୁମ୍ ପ୍ରାଇସ୍ ୭ ଲକ୍ଷ ଟଙ୍କାରୁ କମ୍ ରହିଛି ।
Hyundai Grand i10 Nios :
ପ୍ରଥମ କାର୍ ହେଉଛି Hyundai Grand i10 Nios, ଯାହାର ଆରମ୍ଭ ଏକ୍ସ-ସାରୁମ୍ ପ୍ରାଇସ୍ ୫ ଲକ୍ଷ ୯୨ ହଜାର ଟଙ୍କା । ଏହା ଭାରତୀୟ ବଜାରରେ ୬-ଏୟାରବ୍ୟାଗ୍ ସହିତ ଆସିଥାଏ ଏବଂ ଏହା ଏକ ଅଫରଡେବଲ୍ କାର ହୋଇଛି । କାରରେ ଆପଣଙ୍କୁ ୧.୨ ଲିଟର କପ୍ପା ପେଟ୍ରୋଲମୋଟର ମିଳିଥାଏ, ଯାହାକି ୮୩ PS ପାୱାର ଏବଂ ୧୧୩.୮ Nm ପିକ୍ ଟର୍କ ଜେନେରେଟ୍ କରିଥାଏ । Hyundai ର ଏହି କାରରେ Type C ଫ୍ରଣ୍ଟ USB ଚାର୍ଜିଂ ଏବଂ ଟାୟାର ପ୍ରେସର ମନିଟାରିଂ ସିଷ୍ଟମ୍ ଅଛି ।
Maruti Suzuki Swift New gen :
ସେକେଣ୍ଡ କାର୍ ହେଉଛି Maruti Suzuki Swift New gen ହୋଇଛି । ଯାହାର ଏକ୍ସ-ସୋରୁମ୍ ପ୍ରାଇସ୍ ୬.୪୯ ଲକ୍ଷ ଟଙ୍କା ରହିଛି । Swift ର ଭ୍ୟାରିଆଣ୍ଟରେ ଆପଣଙ୍କୁ LXi, VXi, VXi (o), ZXi, ZXi+ ଏବଂ ZXI+ Dual Tone ମିଳିବ । Swift ର ପେଟ୍ରୋଲ୍ ଇଞ୍ଜିନ୍ ୮୦ bhp ର ପାୱାର ଏବଂ ୧୧୨ Nm ର ଟର୍କ ଜେନେରେଟ୍ କରିଥାଏ । କାରରେ ଆପଣ ଅନେକ ସେଫ୍ଟି ଫିଚର୍ସ ପାଇବାକୁ ଯାଉଛନ୍ତି, ଯେଉଁଥିରେ ହିଲ୍ ହୋଲ୍ଡ କଣ୍ଟ୍ରୋଲ୍, ESP, ନୂଆ ସସପେନ୍ସନ୍ ଏବଂ ପ୍ରତ୍ୟେକ ଭ୍ୟାରିଆଣ୍ଟ ପାଇଁ ୬-ଏୟାରବ୍ୟାଗ୍ ମିଳିବ ।
New Gen Maruti Dzire :
ତୃତୀୟ କାର୍ ହେଉଛି New Gen Maruti Dzire, ଯାହାର ଏକ୍ସ-ସୋରୁମ୍ ପ୍ରାଇସ୍ ୬ ଲକ୍ଷ ୭୯ ହଜାର ଟଙ୍କା ରହିଛି । ଏହି କାରରେ ଆପଣଙ୍କୁ ସେଫ୍ଟି ଫିଚର୍ସ ଅନୁଯାୟୀ, ରିୟର ପାର୍କିଂ ସେନ୍ସର, ୩୬୦-ଡିଗ୍ରୀ କ୍ୟାମେରା, ESC ଏବଂ ୬-ଏୟାରବ୍ୟାଗ୍ ରହିଛି । ଏହା ସହିତ କାରରେ ୧.୨ ଲିଟର, ୩-ସିଲଇଣ୍ଡର, ନ୍ୟାଚୁରାଲ୍ ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି । ଯାହାକି ୮୦ bhp ର ମ୍ୟାକ୍ସିମମ୍ ପାୱାର୍ ଏବଂ ୧୧୨ Nm ର ଟର୍କ ଜେନେରେଟ୍ କରିଥାଏ ।
Skoda Kylaq :
Skoda Kylaq ହେଉଛି କମ୍ପାନୀର ସବୁଠାରୁ ଶସ୍ତା SUV, ଯାହାର ଆରମ୍ଭ ଏକ୍ସ-ସୋରୁମ୍ ପ୍ରାଇସ୍ ୭ ଲକ୍ଷ ୮୯ ହଜାର ଟଙ୍କା ହେବ । କାରରେ ଆପଣଙ୍କୁ ୧୬-ଇଞ୍ଚ ଷ୍ଟିଲ୍ ହୁଇଲ୍, ୬-ଏୟାରବ୍ୟାଗ୍ ଅଟୋ ଇଞ୍ଜିନ୍ ସହିତ ପାୱାର ୱିଣ୍ଡୋ ଏବଂ ଅନ୍ୟାନ୍ୟ ଫିଚର୍ସ ମିଳିବ । ଏଥିରେ ଡିଜିଟାଲ୍ MID ସହିତ ଆନଲଗ୍ ଡାୟଲ, ଫ୍ରଣ୍ଟ ସେଣ୍ଟର ଆରମରେଷ୍ଟ, ୧୨V ଚାର୍ଜିଂ ସକେଟ୍ (ଫ୍ରଣ୍ଟ), ଟିଲ୍ଟ ଷ୍ଟଅରିଂ ଆଡଜଷ୍ଟ, ଫେବ୍ରିକ୍ ସିଟ୍ ଏବଂ ୪ଅସ୍ପିକର ସାମିଲ୍ ଅଛି ।
Hyundai Exter :
ଲାଷ୍ଟ କାର ହେଉଛି Hyundai Exter, ଯାହାର ଏକ୍ସ-ସୋରୁମ୍ ପ୍ରାଇସ୍ ୬.୧୩ ଲକ୍ଷ ଟଙ୍କା ହୋଇଛି । ଏଥିରେ ୧.୨ ପେଟ୍ରୋଲ MT ଇଞ୍ଜିନ୍ ରହିବ । କାରର ସେଫ୍ଟି ପାଇଁ ୬-ଏୟାରବ୍ୟାଗ୍, ABS ସହିତ EBD, ସେଣ୍ଟ୍ରାଲ୍ ଲକିଂ, ଡ୍ରାଇଭର ସିଟ୍ ହାଇଟ୍ ଆଡଜଷ୍ଟେମେଣ୍ଟ ସହିତ ଅନେକ ଫିଚର୍ସ ସାମିଲ୍ ଅଛି ।