ଭାରତର ସବୁଠାରୁ ଶସ୍ତା Disc Brake ଥିବା ମୋଟରସାଇକେଲ୍‌, ଫିଚର୍ସ ଏମିତି ଦିଓ୍ଵାନା ହୋଇଯିବେ ଆପଣ

ଡିସ୍କ ବ୍ରେକ ଭାରତୀୟ ବାଇକ ଗୁଡିକରେ ବହୁତ ପୂର୍ବରୁ ରହିଛି। ଏହାକୁ ବାଇକରେ ଲଗାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରାଇଭିଙ୍ଗରେ ସୁରକ୍ଷାକୁ ବଢ଼ାଇବା। କିନ୍ତୁ କମ୍‌ ସିସି ଥିବା ମୋଟରସାଇକେଲରେ ଏହାର ବ୍ୟବହାର ହୁଏନି। କାହିଁକିନା ଏହାର ମ୍ୟାକ୍ସିମମ୍‌ ସ୍ପିଡକୁ ଡ୍ରମ୍‌ ବ୍ରେକରେ ମଧ୍ୟ କଣ୍ଟ୍ରୋଲ କରାଯାଇପାରେ। କିନ୍ତୁ Bajaj ନିଜର ଏଣ୍ଟ୍ରି ଲେବଲ ମୋଟରସାଇକେଲରେ ମଧ୍ୟ ଏହି ଫିଚର ଅଫର କରିଛି । ଯାହାଦ୍ୱାରା ରାଇଡରଙ୍କ ସେଫ୍ଟି ନେକ୍ସଟ ଲେବଲ ପର୍ଯ୍ୟନ୍ତ ପହଁଚିଯାଏ। ଆଜି ଆମେ ଆପଣଙ୍କୁ ବଜାଜର ସବୁଠାରୁ ଶସ୍ତା ବାଇକ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଡିସ୍କ ବ୍ରେକ ଅଫର କରାଯାଉଛି।

ଯେଉଁ ମୋଟରସାଇକେଲ କଥା ଆମେ କହୁଛୁ ତାହା ହେଉଛି Bajaj Platina 110। ଏହା ବହୁତ ପପୁଲାର ମୋଟରସାଇକେଲ। ଏହା Electronic Injection ଟେକନିକ ସହ ଲେସ ରହିଛି, ଯାହାର ମାଇଲେଜ୍‌ ସାଧାରଣ ବାଇକ୍ସ ତୁଳନାରେ ସାମାନ୍ୟ ଅଧିକ। ମୋଟରସାଇକେଲରେ କମ୍ପାନୀ 115.45 ccର ଇଞ୍ଜିନ୍‌ ଲଗାଇଛି। ଏହି ଇଞ୍ଜିନ୍‌ 7000 rpmରେ 6.33 kWର ମ୍ୟାକ୍ସିମମ୍‌ ପାଓ୍ଵାର ଏବଂ 5000 rpmରେ 9.81 Nm ର ପିକ୍‌ ଟର୍କ ଜେନେରେଟ କରିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଏଥିରେ ଆପଣଙ୍କୁ ୫ ସ୍ପିଡ୍‌ ଗିୟରବକ୍ସ ମିଳିଥାଏ। ଏହି ମୋଟରସାଇକେଲ 90 kmphର ଟପ୍‌ ସ୍ପିଡ ଉପରେ ସହଜରେ ପହଁଚିପାରେ।

ମୋଟରସାଇକେଲରେ ଗ୍ରାହକଙ୍କୁ 11 L କ୍ଷମତାର ଫୁଏଲ୍‌ ଟ୍ୟାଙ୍କ୍‌ ଦିଆଯାଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୋଟରାଇକେଲ୍‌ ଫ୍ରଣ୍ଟରେ ଆପଣଙ୍କୁ ହାଇଡ୍ରଲିକ, ଟେଲିସ୍କୋପିକ ଫୋର୍କ ମିଳିଥାଏ। ସେହିପରି ରିୟର ବିଷୟରେ କହିବା ତ ଏଥିରେ ଆପଣଙ୍କୁ SOS nitrox canister ମିଳିଥାଏ। ବ୍ରେକ୍ସ ବିଷୟରେ କହିବା ତ ଫ୍ରଣ୍ଟରେ 130 mm ଡ୍ରମ ଏବଂ 240 mm ଡିସ୍କ ବ୍ରେକ ମିଳିଥାଏ। ସେହିପରି ରିୟରରେ 110 mm ଡ୍ରମ୍‌ ବ୍ରେକ ମିଳିଥାଏ। ସେହିପରି ଦର୍ଶକବନ୍ଧୁ ଆମେ ଦାମ୍‌ ବିଷୟରେ କହିବା ତ ଗ୍ରାହକ ଏହାକୁ ୬୯,୨୧୬ ଟଙ୍କାର ଏକ୍ସ-ଶୋରୁମ ଦାମ୍‌ ଉପରେ କିଣିପାରିବେ। ଡିଜାଇନ୍‌ ଏବଂ ଖାସିୟତ୍‌ ମାମଲାରେ ଏହି ମୋଟରସାଇକେଲ ଏକଦମ୍‌ ପରଫେକ୍ଟ। ସେଗମେଣ୍ଟରେ ଏହା ସବୁଠାରୁ ଶସ୍ତା ଡିସ୍କ ବ୍ରେକ ମୋଟରସାଇକେଲ, ଏଥିପାଇଁ ଗ୍ରାହକଙ୍କ ଭିତରେ ଏହାର ବହୁତ ଭଲ ଡିମାଣ୍ଡ ରହିଛି। ଯଦି ଆପଣ ଏହାକୁ ପରଚେଜ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ମଧ୍ୟ ଏହା ଭଲ ଅପ୍ସନ ପ୍ରମାଣିତ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.