ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏଚଡିଏଫସି ବ୍ୟାଙ୍କ ଓ ଏମଏସଏମଇ ବିଭାଗ ମଧ୍ୟରେ ଏମଓୟୁ, ଜାଣନ୍ତୁ କଣ ରହିବ ସୁବିଧା

କେନ୍ୟୁଜ୍(ବ୍ୟୁରୋ):  ଏଚଡିଏଫସି ବ୍ୟାଙ୍କ ଓ ଏମଏସଏମଇ ବିଭାଗ ମଧ୍ୟରେ ଏମଓୟୁ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଏମଓୟୁ କରାଯାଇଛି । ଏହାଦ୍ୱାରା ଷ୍ଟେକ ହୋଲଡରଙ୍କୁ ସେମାନଙ୍କ ଆବଶ୍ୟକୀୟ ସମାଧାନ ପାଇଁ ସୁଯୋଗ ସୃଷ୍ଟି କରିବ । ଷ୍ଟାର୍ଟ ଅପ୍‌ ପାଇଁ ସମସ୍ତ ପ୍ରମୁଖ ବ୍ୟବସାୟ ସହାୟତା ମିଳିବ । ଡିଜିଟାଲ ମାର୍କେଟିଂ, କଣ୍ଟେଣ୍ଟ ରାଇଟିଂ, ଟିକସ ଓ ଆଇନଗତ ପରାମର୍ଶ, ଅନ୍ୟମାନଙ୍କ ସହମତି ଆଦି କ୍ଷେତ୍ରରେ ଏହା ସହଯୋଗ କରିବ । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଯୋଗ ଦେଇଛନ୍ତି । ଷ୍ଟାର୍ଟ ଅଫ ବିଜିନେସ ମାଧ୍ୟମରେ କିଟ୍‌ ଟେକନୋଲୋଜି ବିଜନେସ ଇନକ୍ୟୁବେଟରକୁ ୧ କୋଟି ଟଙ୍କା ଚେକ୍‌ ପ୍ରଦାନ କରାଯାଇଛି । ୨୦୨୦ରେ ୧୦୦୦ ଷ୍ଟାର୍ଟ ଅପଙ୍କୁ ପ୍ରମୋଟ କରାଯିବ । ୫୭୦ ଜଣ ଉଦ୍ୟୋଗୀ ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କରିସାରିଥିବା କହିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ । ସେହିଭଳି ଓଡ଼ିଶାକୁ ଶୀର୍ଷ ୩ଟି ଷ୍ଟାର୍ଟ ଅପ୍‌ ହବ୍‌ ମଧ୍ୟରୁ ଗୋଟିଏ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.