ମୁକେଶ ଅମ୍ବାନୀ କିଣିଲେ ଦେଶର ସବୁଠୁ ମହଙ୍ଗା କାର, VIP ନମ୍ବର ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା

ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠୁ ଧନି ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ସେ ନିକଟ ଅତୀତରେ ଦେଶର ସବୁଠୁ ମହଙ୍ଗା କାର କିଣିଛନ୍ତି। ଅମ୍ବାନୀ ଅଲଟ୍ରା ଲଗଜରୀ ରୋଲସ୍‌ ରୟାସ କାର କିଣିଛନ୍ତି। ସୂଚନା ଅନୁଯାୟୀ ଏହାର ଦାମ ରହିଛି ୧୩.୧୪ କୋଟି ଟଙ୍କା। ଆରଟିଓ ଅଫିସର କହିବା ଅନୁଯାୟୀ ଏହା ଭାରତର ସବୁଠୁ ଦାମୀ କାର। ଏହି କାରକୁ ସାଉଥ ମୁମ୍ବାଇର ତାରଦେବ କ୍ଷେତ୍ରୀୟ ପରିବହନ କାର୍ଯ୍ୟାଳୟରେ କମ୍ପାନୀ ତରଫରୁ ରେଜିଷ୍ଟ୍ରର କରାଯାଇଛି।

ଦେଶର ସମସ୍ତ ତେଲ ଚାଳିତ କାର ମଧ୍ୟରୁ ଏହା ସବୁଠୁ ଦାମୀ । ତେବେ ଏହି କାରକୁ କିଣିବା ପରେ ଅମ୍ବାନୀ ଏହାର ଭିଆଇପି ନମ୍ବର ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଶୁଣିବାକୁ ମିଳିଛି।

ଏହି ମଡେଲ ପ୍ରଥମ କରି ୨୦୧୮ ମସିହାରେ ବଜାରକୁ ଆସିଥିଲା। ସେହି ସମୟରେ ଏହାର ଦାମ ଥିଲା ୬.୯୫ କୋଟି ଟଙ୍କା। କିନ୍ତୁ ପରେ ଗ୍ରାହକଙ୍କ ଡିମାଣ୍ଡକୁ ଧ୍ୟାନରେ ରଖି କମ୍ପାନୀ ତରଫରୁ ଏକ୍ସଟ୍ରା ଫିଚର ଆଡ କରାଯାଇଥିଲା। ସେହି ଅନୁସାରେ କାରର ଦାମ ମଧ୍ୟ ବଢ଼ିଲା। ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହି ଲଗଜରୀ କାରକୁ ରେଜିଷ୍ଟ୍ରେସନ କରିବା ପାଇଁ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଏହାସହିତ ସଡ଼କ ସୁରକ୍ଷା କର ମାନେ road tax ରେ ୪୦ ହଜାର ଟଙ୍କା ଖର୍ଚ୍ଚର୍ ହୋଇଛି।

ତେବେ ଗାଡ଼ି ରେଜିଷ୍ଟ୍ରେସନର ବୈଧତା ଆଗାମୀ ୨୦୩୭ ମସିହା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ରହିଛି। ସେମିତିରେ ବି ରିଲାୟନ୍ସ କମ୍ପାନୀ ପାଖରେ ଅନେକ ନାମିଦାମୀ କାର ପୂର୍ବରୁ ରହିଛି। କିନ୍ତୁ ଏବେର ଲାଟେଷ୍ଟ ମଡେଲ ରହିଛି ସବୁଠୁ ଦାମୀ। ସୂଚନା ମୁତାବିକ ଏହି ଗାଡ଼ିର ନମ୍ବର ରହିଛି 0001।

ସାଧାରଣ ଭାବେ ଗାଡ଼ିର ଭିଆଇପି ନମ୍ବର ପାଇଁ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମୁକେଶ ଅମ୍ବାନୀ କିନ୍ତୁ ଏହି ଗାଡ଼ିର ଭିଆଇପି ନମ୍ବର ପାଇଁ ଏକ୍ସଟ୍ରା ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମୁକେଶ ଅମ୍ବାନୀ ନିଜ ପତ୍ନୀଙ୍କ ପାଇଁ BMW ର ଆର୍ମର୍ଡ କାର BMW 760Li କିଣିଥିଲେ। ଯାହାର ଦାମ ଥିଲା ପାଖାପାଖି ୯ କୋଟି ଟଙ୍କା। ଏହାସହ ଯେଉଁ ସୁରକ୍ଷା କର୍ମୀ ସେମାନଙ୍କ ପାଇଁ କାମ କରନ୍ତି ସେମାନଙ୍କର ମଧ୍ୟ ପର୍ସନାଲ ବିଲମଡବ୍ଲୁ କାର ଅଛି।