ପ୍ରକାଶ ପାଇଲା କୋଟିପତି ଲିଷ୍ଟ, ଅମ୍ବାନୀ ଦେଶର ନମ୍ବର ୧ ଧନୀ ବ୍ୟକ୍ତି ହୋଇଥିବା ବେଳେ ଲିଷ୍ଟରୁ ହଟିଲା ଅଦାନୀ ଗ୍ରୁପ

ଦେଶରେ ଗତ କାଲି ବଜେଟ ଉପସ୍ଥାପନା ସହିତ ଅନ୍ୟପଟେ ବିଶ୍ୱର କୋଟିପତି ମାନଙ୍କ ଲିଷ୍ଟ ପ୍ରକାଶ ପାଇଥିଲା। ଏଥିରେ ଚଳିତ ଥର ଶ୍ରେଷ୍ଠ ଧନୀ ତାଲିକାରେ ଥିବା ଲୋକଙ୍କ ନାମ ସିଲେକ୍ଟ ହୋଇ ରହିଥିଲା। ତେବେ ଏହାରି ମଧ୍ୟରେ ବିଶ୍ୱର ବଡ଼ ବଡ଼ ଧନୀଙ୍କ ସମ୍ପତି ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।। ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରାକଶ ପାଇବା ପରେ ଭାରତର ବିତ୍ତଶାଳୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଲାଗିଛି ବଡ଼ ଝଟକା। ବୁଧବାର ଆଦାନିଙ୍କ ସମ୍ପତ୍ତିରେ ପୁଣି ହ୍ରାସ ପାଇବା ସହିତ ସେ ବିଶ୍ୱର ଧନୀ ତାଲିକାରୁ ଖସି ୧୫ ତମ ସ୍ଥାନରେ ପହଞ୍ଚିଛନ୍ତି।

୨୪ ଜାନୁଆରୀରେ ହିଣ୍ଡେନ୍‌ବର୍ଗ ପକ୍ଷରୁ ଏକ ରିପୋର୍ଟ ଆସିଥିଲା। ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସାମ୍ରାଜ୍ୟରେ ସୁନାମୀ ଆସିଛି। ଯେଉଁ ରିପୋର୍ଟରେ ଆଦାନୀ ସମୁହ ଋଣ ଭାରରେ ବୁଡ଼ିି ରହିଥିବା କୁହାଯାଇଥିଲା। କମ୍ପାନୀର ମୂଳଦୁଆ ସୁଦୃଢ଼ ନଥିବାରୁ ଏହାର ବଜାର ମୁଲ୍ୟ ପ୍ରାୟ ୮୦ % ହ୍ରାସ ପାଇବ ବୋଲି ହିଣ୍ଡେନ୍‌ବର୍ଗ କହିଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀଙ୍କ ସମ୍ପତି ତାଲିକ। ଦୈନିକ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ଆଦାନୀ ଟପ-୧୦ରୁ ବାହାର ହୋଇଥିଲେ। ଏବେ ସେ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ଗତ ୨୪ ଘଣ୍ଟାରେ ଆଦାନୀଙ୍କ ସମ୍ପତିରେ ୧୩.୧ ବିଲିୟନ ଡଲାର ହ୍ରାସ ପାଇବା ସହ ୭୫.୧ ବିଲୟନ ଡଲାରକୁ ଖସି ଆସିଛି।

ଅଦାନୀ ଏଣ୍ଟରପ୍ରାଇଜେଜ ଲିମିଟେଡ ନିଜର ୨୦ ହଜାର କୋଟି ଟଙ୍କାର ସେୟାର ଏଫପିଓକୁ ଫେରସ୍ତ ନେଇସାରିଛି। ଇନଭେଟେର୍ସଙ୍କ ଟଙ୍କାକୁ ଫେରାଇବା ପାଇଁ ଏହି ନିଷ୍ପତ୍ତି ଆଦାନୀ ନେଇଛନ୍ତି । ଫଲୋ ଅନ୍‌ ପବ୍ଲିକ ଅଫର FPO ପ୍ରତ୍ୟାହାର ପରେ ଏହି ବାର୍ତ୍ତା ଦେଇଛନ୍ତି ଅଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନୀ। କମ୍ପାନୀର ୨୦ ହଜାର କୋଟି ଟଙ୍କାର FPO ସଂପୂର୍ଣ୍ଣ ବିକ୍ରୀ ହୋଇ ସାରିଥିଲା। କିନ୍ତୁ ଅଚାନକ ଗତକାଲି FPO ପ୍ରତ୍ୟାହାର କରି ନେଇଥିଲା ଅଦାନୀ ଗ୍ରୁପ। ବଜାରର ସ୍ଥିତି କୁ ଦେଖି ସେ ଏଫପିଓକୁ ଫେରାଇ ନେବାର ନିଷ୍ପତ୍ତି ନେଇଥିଲେ।

ଗୌତମ ଅଦାନୀ କହିଛନ୍ତି, ଗତକାଲି ମାର୍କେଟ୍‌ରେ ଅସ୍ଥିରତା ଦେଖା ଦେଇଥିଲା। ତେଣୁ କମ୍ପାନୀ ବୋର୍ଡ ଅନୁଭବ କଲା, FPOକୁ ଜାରି ରଖିବା ନୈତିକତା ଦୃଷ୍ଟିରୁ ଠିକ୍‌ ହେବ ନାହିଁ। ଆମେରିକାର ଫରେନ୍‌ସିକ ଫାଇନାନ୍‌ସିଆଲ କମ୍ପାନୀ ହିଣ୍ଡେନବର୍ଗର ପ୍ରତିକୂଳ ରିପୋର୍ଟ ପରେ ଅଦାନୀ ଗ୍ରୁପର ସେୟାର ହ୍ରାସ ପାଇଛି। ଅଦାନୀ ଗ୍ରୁପର କମ୍ପାନୀରେ ଅନିୟମିତତା ତଥ୍ୟ ପ୍ରକାଶ କରିଥିଲା ହିଣ୍ଡେନବର୍ଗ। ଯାହାକୁ ଅଦାନୀ ଗ୍ରୁପ୍‌ ଖଣ୍ଡନ କରିଥିଲା। ତଥାପି ସେୟାର ମାର୍କେଟରେ ଅଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଚାଲିଛି। ତେଣୁ ନିବେଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଫ୍‌ପିଓ ପ୍ରତ୍ୟାହାର କରାଯାଇଥିବା ଗୌତମ ଅଦାନୀ କହିଛନ୍ତି।

ଧନୀ ତାଲିକାରେ ଏହି ତଳ ଉପର ମଧ୍ୟରେ ଆଦାନୀ ଯେତେବେଳେ ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକା ରେ ବାଦ୍ ପଡ଼ିଛନ୍ତି, ଏହି ସମୟରେ ଭାରତର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ହୋଇଛନ୍ତି। ମୁକେଶ ଅମ୍ବାନୀ ୮୩.୭ ବିଲିୟନ ଡଲାର ସହିତ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ନବମ ସ୍ଥାନରେ ପହଞ୍ଚିଛନ୍ତି।

ଶ୍ରେଷ୍ଠ -୧୦ ଧନିକଙ୍କ ତାଲିକା ଦେଖିବାକୁ ଗଲେ ବର୍ତ୍ତମାନ ୨୧୪ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବର୍ନାର୍ଡ ଆର୍ନାଲ୍ଟ ବିଶ୍ବର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ପଛକୁ ୧୭୮.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଏଲନ୍ ମସ୍କ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ସହ ୧୨୬.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଜେଫ୍ ବେଜୋସ୍ ତୃତୀୟ ସ୍ଥାନରେ ଅଛନ୍ତି।

Leave A Reply

Your email address will not be published.