ବିଶ୍ବର ଟପ୍ ୧୦ ଧନୀଙ୍କ ତାଲିକାରେ ମୁକେଶ୍ ଅମ୍ବାନୀ, ଜାଣନ୍ତୁ ରିଲାଏନ୍ସ ମାଲିକଙ୍କ ସମ୍ପତ୍ତି କେତେ ?

ବିଶ୍ବର ୧୦ ସବୁଠାରୁ ଧନୀଙ୍କ ତାଲିକାରେ ସାମିଲ୍ ହେଲେ ମୁକେଶ୍ ଅମ୍ବାନୀ । ମୁକେଶଙ୍କ ନିକଟରେ ଏବେ ଅଛି ୫୪ ଅରବ ଡଲାର୍। ଅର୍ଥାତ୍ ୩.୮୩ ଲକ୍ଷ କୋଟି ଟଙ୍କାର ମାଲିକ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ । ଧନୀଙ୍କ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୁକେଶ୍ । ଅମ୍ବାନୀଙ୍କ ରିଲାଏନ୍ସରେ ପ୍ରାୟ ୫୨ % ସେୟାର୍ ଅଛି । ତେବେ ଲଗାତାର ଦ୍ବିତୀୟ ବର୍ଷ ମଧ୍ୟ ଦ ହୁରୁନ୍ ଗ୍ଲୋବାଲ ରିଚ୍ ଲିଷ୍ଟର ଶୀର୍ଷରେ ଅଛନ୍ତି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ।
ମଙ୍ଗବଳାର ଜାରି ହୋଇଥିବା ଏହି ରିପୋର୍ଟ ମୂତାବକ, ଦ୍ବିତୀୟ ସବୁଠାରୁ ଧନୀ ଭାରତୀୟ ହେଉଛନ୍ତି ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଏସପି ହିନ୍ଦୁଜା । ତୃତୀୟ ଧନୀ ଭାରତୀୟ ହେଉଛନ୍ତି ୱିପ୍ରୋ ଚେୟାରମ୍ୟାନ୍ ଅଜିମ୍ ପ୍ରେମଜି । ହିନ୍ଦୁଜାଙ୍କ ସମ୍ପତ୍ତି ୨୧ ଅରବ ଡଲାର୍ ହୋଇଥିବା ବେଳେ ଅଜିମ୍ ପ୍ରେମଜିଙ୍କ ସମ୍ପତ୍ତି ହେଉଛି ୧୭ ଅରବ ଡଲାର । ସେହିପରି ୧୩ ଅରବ ଡଲାର ସମ୍ପତ୍ତି ସହ ପୁନାୱାଲା ସମୂହର ଚେୟାରମ୍ୟାନ୍ ସାଇରସ୍ ଏସ୍ ପୁନାୱାଲା ହେଉଛନ୍ତି ଚତୁର୍ଥ ଧନୀ ଭାରତୀୟ ।