Fastag ରିଚାର୍ଜ କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହଇରାଣ ହୋଇପାରନ୍ତି

ଟୋଲ ପ୍ଲାଜା ନିକଟରେ ଲମ୍ବା ଲାଇନରୁ ତ୍ରାହି ପାଇବା ପାଇଁ ସରକାର Fastag ବ୍ୟବସ୍ଥାର ଆରମ୍ଭ କରିଥିଲେ  ।  Fastag ହେଉଛି ଏମିତି ଏକ ବ୍ୟବସ୍ଥା ଯେଉଁଥିରେ କାହାରିକୁ ଗାଡି ଅଟକାଇବା ପରେ ନଗଦ ଟୋଲ ଫି ଦେବାକୁ ପଡିବ ନାହିଁ  ।  ଏହି ପ୍ରକ୍ରିୟାରେ ଆପଣ ନିଜ ଗାଡି ନେଇ ଯାଇପାରିବେ ଆଉ ସେପଟେ Fastag ମାଧ୍ୟମରେ ଟୋଲ ଫି ଦାଖଲ ହୋଇଯିବ  ।  କିନ୍ତୁ ଆପଣଙ୍କୁ ଯାହା ଫାସଟ୍ୟାଗ ଜରିଆରେ ରିଚାର୍ଜ କରିବାକୁ ପଡିବ  ।

କିନ୍ତୁ Fastag ରିଚାର୍ଜ କରିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ  ।  ଯଦି ଆପଣ ଏମିତି ନକରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଯିବ ଆଉ ରିଚାର୍ଜ ବି ହେବ ନାହିଁ  ।  Paytm, Phonpeରୁ Fastag ରିଚାର୍ଜ କରିବା ପୂର୍ବରୁ ଆପଣଙ୍କୁ ଗାଡି ନ,ବାର ରେଜିଷ୍ଟ୍ରେସନ କରିବାକୁ ପଡିବ  ।  ଯଦି ଗାଡି ନମ୍ବର ଭୁଲ ଟାଇପ ହୋଇଯାଏ ତେବେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ  ।  ଆଉ Fastag ରିଚାର୍ଜ ବି ହେବନାହିଁ  ।

fastag image
image credit: Paytm.com

ଏହା ସହ ଆପଣଙ୍କୁ ଏହା ବି ଧ୍ୟାନ ରଖିବାକୁ ପଡିବଯେ ଆପଣଙ୍କ Fastag କେଉଁ ବ୍ୟାଙ୍କ ସହିତ ଲିଙ୍କ ଅଛି  ।  କାରଣ ବ୍ୟାଙ୍କ ସହିତ ଲିଙ୍କ ହେବା ନିହାତି ଜରୁରୀ  ।  ଯଦି ଆପଣ Paytmରେ ରିଚାର୍ଜ କରିବାକୁ ଯାଉଛନ୍ତି ସର୍ବ ପ୍ରଥମେ ଆପଣଙ୍କୁ ବ୍ୟାଙ୍କ ସହ ଜଡିତ ପ୍ରଶ୍ନ ପଚରାଯିବ  ।  ଆଉ ବ୍ୟାଙ୍କ ସହ ଜଡିତ ପ୍ରଶ୍ନର ଉତ୍ତର ଠିକ ଠିକରେ ଦେବାକୁ ପଡିବ  । ଏଠି ଯଦି ଆପଣ ଭୁଲ ତଥ୍ୟ ଦିଅନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯିବ  ।  ତେଣୁ ଚେଷ୍ଟା କରନ୍ତୁ ଯେମିତି ଟୋଲ ପ୍ଲାଜା ପୂର୍ବରୁ ଆପଣଙ୍କ ଆକାଉଣ୍ଟ ରିଚାର୍ଜ ହୋଇଯିବ  ।

କହିରଖିବା ଉଚିତ ହେବକି ଯଦି ଆପଣଙ୍କ ପାଖରେ Fastag ନାହିଁ ତେବେ ତୁରନ୍ତ ଷ୍ଟିକରକୁ ଆପଣଙ୍କ କାରରେ ଲଗାଇ ଦିଅନ୍ତୁ  ।  ନଚେତ ଆପଣଙ୍କୁ ଅଧିକ ଟଙ୍କା ଭରିବାକୁ ପଡିବ  ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.