ୟୁଏନ ସହିତ ଆଧାର ନମ୍ବର ମିଶାଇବା ନେଇ ଇପିଏଫଓ ତରଫରୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ନଭେମ୍ବର ୩୦ ତାରିଖକୁ ଶେଷ ତାରିଖ ରଖାଯାଇଛି । ଏହି ଅବଧି ପୂର୍ବରୁ ଯେଉଁମାନେ ୟୁଏନ – ଆଧାର ଲିଙ୍କ କରିନଥିବେ ସେମାନଙ୍କ ପିଏଫ ଆକାଉଣ୍ଟ ସ୍ୱତଃ ବନ୍ଦ ହୋଇଯିବ । କହିରଖିବା ହେବକି ପୂର୍ବରୁ ଇପିଏଫଓ ତରଫରୁ ଆଉ ଥରେ ଯୁଏନ- ଆଧାର ଲିଙ୍କ ସମୟସୀମାକୁ ବଢ଼ାଇ ଦିଆଯାଇଥିଲା । ଯେବେକି ପୂର୍ବରୁ ଚଳିତ ବର୍ଷ ଏହି ତାରିଖ ଅଗଷ୍ଟ ୩୧ ରଖାଯାଇଥିଲା । କିନ୍ତୁ ପରେ କରୋନା କାରଣରୁ ଏହି ତାରିଖକୁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଆଗକୁ ଏହି ତାରିଖକୁ ଆଉ ଅଧିକ ଘୁଞ୍ଚାଇବାର କୌଣସି ପ୍ରକାର ସମ୍ଭାବନା ନାହିଁ । ଆଉ ଯେଉଁମାନେ ଏଯାବତ ଏହି କାମ ପୁରା କରିନାହାନ୍ତି ସେମାନଙ୍କ ପାଖରେ ଆଉ ମାତ୍ର ଦୁଇ ଦିନ ଅଛି ଏହି କାମ ଶେଷ କରିବାକୁ । ଆଉ ଏହି ଶେଷ ଦୁଇ ଦିନରେ ଯେଉଁମାନେ ଏହି କାମ କରିବାକୁ ସକ୍ଷମ ନହୁଅନ୍ତି ତେବେ ସେମାନଙ୍କ ପିଏଫ ଆକାଉଣ୍ଟ ବ୍ୟାଜ୍ୟାପ୍ତ ହୋଇଯାଇପାରେ । ଏହା ସହ ଅନ୍ୟାନ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
ଇପିଏଫଓ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଯେଉଁ ଶବସ୍କ୍ରାଇବର ମାନେ ସମୟ ସୀମା ଭିତରେ ଯୁଏନ ସହ ଆଧାର ଲିଙ୍କ ନକରନ୍ତି ସେମାନେ ଆଉ ପିଏଫ ଆକାଉଣ୍ଟରେ ଡିପୋଜିଟ କରିପାରିବେ ନାହିଁ କି ଟଙ୍କା ଉଠାଇ ପାରିବେ ନାହିଁ । କୋଭିଡ-19ର ଭୟାବହତା କାରଣରୁ କଷ୍ଟମର ମାନେ ପିଏଫ ଆକାଉଣ୍ଟକୁ ନେଇ ଦିଆଯାଇଥିବା ଫ୍ୟାସିଲିଟି ଗୁଡିକର ଲାଭ ନେଇପାରିବେ ନାହିଁ ।
ଆଉ ମଧ୍ୟ ଯେଉଁମାନେ ଯୁଏନ ସହିତ ଆଧାର ଲିଙ୍କ ସମୟ ଅନୁସାରେ କରାଇନଥିବେ ସେମାନଙ୍କର ଇନ୍ସୁରାନ୍ସ ନେଇ ବି ସମସ୍ୟା ଦେଖା ଦେଇପାରେ । କାରଣ ଇନ୍ସୁରାନ୍ସ ସହ ଲିଙ୍କ କରିବା ନେଇ ବି ଇପିଏଫଓ ପକ୍ଷରୁ ଯୁଏନ- ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯାଇଥିଲା । ନଚେତ ଇନ୍ସୁରାନ୍ସ ଧାରୀମାନେ ପ୍ରିମିୟମ ଭରି ନ ପାରିବେ ନାହିଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଇନ୍ସୁରାନ୍ସ କ୍ଷୟ ହୋଇଯିବ ।