ଚେକ୍‌ ଦେବା ବେଳେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନଚେତ୍‌ ଖାଲି ହୋଇଯାଇପାରେ ଆକାଉଣ୍ଟ

ବ୍ୟାଙ୍କ ଠକେଇ ମାମଲା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଦେଶରେ ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟାଙ୍କରେ ଏଭଳି ମାମଲା ସାମ୍ନାକୁ ଆସୁଛି। ଏଣୁ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି। ତେବେ ଚେକ୍‌ ମାଧ୍ୟମରେ ପେମେଣ୍ଟ କରିବା ବେଳେ ବି ଠକେଇ ହେଉଥିବାର କେତେକ ମାମଲା ଏବେ ଦେଖିବାକୁ ମିଳୁଛି। ଏଣୁ ଚେକ୍‌ ଲେଖିବା ବେଳେ ସାବଧାନ ରହିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଚେତନ କରାଯାଉଛି। ତେବେ ଗ୍ରାହକମାନେ ଚେକ୍‌ ଲେଖିବା ବେଳେ ସାଧାରଣତଃ କେତେକ ସାଧାରଣ ଭୁଲ କରିଥାନ୍ତି, ଯାହା ଫଳରେ ଠକେଇର ଶିକାର ହୋଇଥାନ୍ତି। ଆଜି ଆସନ୍ତୁ ଜାଣିବା ଚେକ୍‌ ଲେଖିବା ବେଳେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍‌…

  • କେବେ ବି ଖାଲି ଚେକ୍‌ ବା ବ୍ଲାଙ୍କ୍‌ ଚେକ୍‌ରେ ଦସ୍ତଖତ କରନ୍ତୁ ନାହିଁ। ସବୁବେଳେ ଟଙ୍କା ଦେଉଥିବା ବ୍ୟକ୍ତିଙ୍କ ନାଁ ଓ ତାରିଖ ଥିବା ଚେକ୍‌ରେ ହିଁ ସାଇନ୍‌ କରନ୍ତୁ।
  • ଚେକ୍‌ରେ ଦସ୍ତଖତ କରିବା ବେଳେ ସବୁ ବେଳେ ପେନ୍‌ ବ୍ୟବହାର କରନ୍ତୁ, ଯେମିତି ଲେଖା ନ ଲିଭିବ।
  • ଚେକ୍‌ ଦେବା ବେଳେ କେବେ ବି ଖାଲି ସ୍ଥାନ ଛାଡ଼ନ୍ତୁ ନାହିଁ। ଖାଲି ଜାଗାରେ ଗାର ଟାଣି ଦିଅନ୍ତୁ।
  • ଚେକ୍‌ରେ କିଛି ପରିବର୍ତ୍ତନ କରିବା ବେଳେ ଭେରିଫିକେସନ୍‌ ସ୍ଥାନରେ ସାଇନ୍‌ କରନ୍ତୁ।
  • ଚେକ୍‌ କ୍ୟାନ୍‌ସଲ କରିବା ବେଳେ ସବୁବେଳେ MICR ବ୍ରାଣ୍ଡ୍‌କୁ ଚିରି ଦିଅନ୍ତୁ ଓ ପୂରା ଚେକ୍‌ ଉପରେ କ୍ୟାନ୍‌ସଲ ଲେଖନ୍ତୁ।
  • ଚେକ୍‌ ଲେଖିସାରିବା ପରେ ପୁଣି ଥରେ କ୍ରସ୍‌ ଚେକ୍‌ କରନ୍ତୁ।
  • ଚେକ୍‌ ବୁକ୍‌କୁ ସବୁବେଳେ ନିଜ ପାଖରେ ଅତି ଯତ୍ନରେ ରଖନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.