ବିବାହ ପରେ ବଦଳିଛି କି ଆପଣଙ୍କ ନାମ, ତ ପ୍ୟାନ୍‌ କାର୍ଡ ଅପ୍‌ଡେଟ କରିବା ଜରୁରୀ; ଜାଣନ୍ତୁ କେମିତି ହେବ

ପ୍ୟାନ୍‌ କାର୍ଡ (PAN-Permanent Account Number) ଏକ ଏମିତି ଡକ୍ୟୁମେଣ୍ଟ, ଯାହା ସମସ୍ତଙ୍କ ପାଖରେ ରହିବା ନିହାତି ଦରକାର। ଏଥି ସହିତ ଏହା ମଧ୍ୟ ଜରୁରୀ କି, ଆପଣଙ୍କର ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟରେ ଆପଣଙ୍କର ସମ୍ପୂର୍ଣ୍ଣ ଠିକଣା ଠିକ୍‌ ତଥା ଅପ୍‌ଡେଟେଡ୍‌ ରହିବା ଉଚିତ। ସାଧାରଣତଃ ବିବାହ ପରେ ଅଧିକାଂଶ ମହିଳା ନିଜ ନାମ ସହିତ ନିଜ ସ୍ୱାମୀଙ୍କ ନାମର ଟାଇଟଲ୍‌ ଯୋଡ଼ି ଥାଆନ୍ତି। ନିଜର ଟାଇଟଲ ବଦଳାଇବା ପରେ ପ୍ୟାନ୍‌ କାର୍ଡରେ ମଧ୍ୟ ଅପଡେଟ୍‌ କରିବାକୁ ପଡ଼ିଥାଏ। ବର୍ତ୍ତମାନ କେତେକ ଜରୁରୀ କାର୍ଯ୍ୟରେ ପ୍ୟାନ୍‌ କାର୍ଡ ଆବଶ୍ୟକ ହେଉଛି। ପ୍ୟାନ୍‌ କାର୍ଡରେ କୌଣସି ବି ଭୁଲ୍‌ ସୂଚନା ଆପଣଙ୍କ ପାଇଁ ସମସ୍ୟା ଆଣିପାରେ। ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି, ବିବାହ ପରେ ପ୍ୟାନ୍‌ କାର୍ଡରେ ନିଜ ନାମକୁ କିପରି ସହଜରେ ଅନଲାଇନରେ ବଦଳା ଯାଇପାରିବ।

ବିବାହ ପରେ ପ୍ୟାନ୍‌ କାର୍ଡରେ ନିଜର ଟାଇଟଲ ଏମିତି ବଦଳାନ୍ତୁ

• ପ୍ରଥମେ ଆପଣ https://tin.tin.nsdl.com/pan2/servlet/NewPanCorrectDSC ର ଅଫିସିଆଲ େଓ୍ଵବ୍‌ସାଇଟକୁ ଯାଆନ୍ତୁ।

• ଆବଶ୍ୟକ ତଥ୍ୟ ସହିତ ଆପ୍ଲିକେଶନ ଫର୍ମ ଭରନ୍ତୁ ଏବଂ ଏହାକୁ ଅନଲାଇନ ଜମା କରନ୍ତୁ।

• ସେହି ସେଲକୁ ସିଲେକ୍ଟ କରନ୍ତୁ, ଯାହା ଆପଣଙ୍କ ନାମର ସାମ୍ନାରେ ରହିଥିବ ଏବଂ ଫର୍ମରେ ନିଜ ପ୍ୟାନ୍‌କୁ ମେନଶନ କରନ୍ତୁ।

• ଏବେ ଫର୍ମରେ ଦେଇଥିବା ନିଜର ତଥ୍ୟକୁ ଭେରିଫାଏ କରିବା ପାଇଁ ‘Validate’ ଅପଶନ ଉପରେ କ୍ଲିକ୍‌ କରନ୍ତୁ।

• ଥରେ ଇନ୍‌ଫର୍ମେଶନ ଭେରିଫାଏ ହୋଇଯିବା ପରେ ‘ସବ୍‌ମିଟ’ ବଟନ ଉପରେ କ୍ଲିକ୍‌ କରନ୍ତୁ।

• ଏହାପରେ ଅନଲାଇନ ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ନିଜ ଡେବିଟ୍‌, କ୍ରେଡିଟ୍‌ କିମ୍ବା କ୍ୟାଶ୍‌ କାର୍ଡରୁ ନିଜର ଏହି ରିକ୍ୱେଷ୍ଟକୁ ପ୍ରୋସିଡ୍‌ କରିବା ଲାଗି ପାଇଁ, ଭାରତରେ ନିଜ ଠିକଣା ପାଇଁ ୧୧୦ ଟଙ୍କା ଏବଂ ଭାରତ ବାହାରେ ନିଜ ଠିକଣା ପାଇଁ ୧୦୨୦ ଟଙ୍କା ପେମେଣ୍ଟ କରନ୍ତୁ।

• ପେମେଣ୍ଟ ହୋଇଯିବା ପରେ ପ୍ୟାନ୍‌ ଆପ୍ଲିକେଶନ ଫର୍ମକୁ ଡାଉନଲୋଡ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ ଜରିଆରେ ଫର୍ମର ହାର୍ଡ କପି ବାହାର କରନ୍ତୁ।

• ଏବେ ଆଗାମୀ ଷ୍ଟେପ୍‌ରେ ଫର୍ମରେ ନିଜର ଦୁଇଟି ପାସ୍‌ପୋର୍ଟ ସାଇଜ୍‌ ଫଟୋ ଲଗାନ୍ତୁ ଏବଂ ଏହା ଉପରେ ସାଇନ୍‌ କରନ୍ତୁ।

• ଆପଣ ଆପ୍ଲିକେଶନ ଫର୍ମ ସହିତ ଜରୁରୀ ଡକ୍ୟୁମେଣ୍ଟସ୍‌କୁ ସେଲ୍ଫ ଆଟେଷ୍ଟେଡ୍‌ କରି ଫର୍ମ ସହିତ ସଂଯୋଗ କରନ୍ତୁ।

• ଏହାପରେ ଯଦି ଆପଣ NSDL ଅର୍ଥାତ୍‌ National Securities Depository Limited ପାଇଁ ଆବେଦନ କରିଛନ୍ତି, ତା’ ହେଲେ ପୋଷ୍ଟ ମାଧ୍ୟମରେ NSDLକୁ ଆବେଦନ ପଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.