ଟଙ୍କା ଜମା କରିବା ର ସମୟ ସୀମାକୁ କମାଇଲା NPS, ଜାଣନ୍ତୁ ଓ ଶେଷ ତାରିଖ ପୂର୍ବରୁ ନିଜର ଭୁଗତାନ କରନ୍ତୁ

ଯଦି ଆପଣ ବି ନ୍ୟାସନାଲ ପେନସନ ସ୍କିମରେ ଇନଭେଷ୍ଟ କରିଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ସରକାର ଏହି ଯୋଜନା ଅନ୍ତର୍ଗତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପିଏଫଆରଡିଏ ତରଫରୁ କରାଯାଇଛି। କ’ଣ ଏହି ନିୟମ ଜାଣନ୍ତୁ…

ପିଏଫଆରଡିଏ ଏନପିଏସ୍‌ ରେ ଭୁଗତାନ କରିବାର ଶେଷ ସମୟ ସୀମାକୁ କମାଇଦେଇଛି। PFRDA ତରଫରୁ ପେନସନ ଫଣ୍ଡ କଷ୍ଟୋଡିୟନ ରେ ଏନପିଏସ୍‌ ର ସିଷ୍ଟମ ଇଣ୍ଟରଫେସ୍‌ ରେ ପରିବର୍ତ୍ତନ ହୋଇଛି। ଏହା ଅନ୍ତର୍ଗତ ବିଭିନ୍ନ ଲେଣଦେଣରେ ସମୟସୀମା କୁ କମ କରି ନିଜ ସୂଚନା ପ୍ରାଦ୍ୟୋଗିକ କ୍ଷମତାକୁ ବଢ଼ାଇଛି।

ଏହି ପରିବର୍ତ୍ତନ ଅନ୍ତର୍ଗତ ଅଂଶଧାରକ ଙ୍କୁ ନିକାସୀ ଅନୁରୋଧର ଟି+୪ ପରିବର୍ତ୍ତେ ଟି+୨ ଦିନ କରାଯିବ। ଏଠାରେ ଟି ର ମାନେ ହେଉଛି ଅଂଶଧାରକ ଯେଉ ଦିନ ଅନୁରୋଧ କରିଛି। ମାନେ ଅନୁରୋଧ କରିବା ପରେ ଦୁଇ ଦିନ ମାନେ ମୋଟ ୩ ଦିନ ମିଳିବ। ପୂର୍ବରୁ ଏହି କାମ ପାଇଁ ୫ଦିନ ସମୟ ଥିଲା।

ନୁଆ ବ୍ୟବସ୍ଥା ଅନୁସାରେ ସିଆରଏ ସମ୍ବନ୍ଧିତ ଅନୁରୋଧ ସକାଳ ୧୦.୩୦ ସମୟରେ କରିବା ଦ୍ୱାରା ଟି+୨ ଆଧାରରେ କାମ କରାଯିବ। ସେମିତି କେଫିନ ଟେ କ୍ନୋଲୋଜି ଲିମିଟେଡ ଓ ସିଏଏମଏସ୍‌ ସିଆରଏ ସହ ଜଡ଼ିତ ଅଂଶଧାରକ ସକାଳ ୧୧ ଟା ପର୍ଯ୍ୟନ୍ତ ମିଳିଥିବା ଅନୁରୋଧକୁ ମାନି କାମ କରିବା ପାଇଁ ଟି+୨ ଆଧାରରେ କାମ କରାଯିବ। ତେବେ ଏହା ପୂର୍ବରୁ ମଧ୍ୟ ଏନପିଏସ୍‌ କୁ ନେଇ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି।
ଏନପିଏସ୍‌ ରେ ଇ–ନାମାଙ୍କନ ପ୍ରୋସେସରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୁଆ ନିୟମ ୧ ଅକ୍ଟୋବରରୁ ଲାଗୁ ହେବ। ଏମିତରେ ନୋଡ଼ାଲ ଅଧିକାରୀ ଇ-ନାମାଙ୍କନ ଆବେଦନକୁ ସ୍ୱିକାର କିମ୍ବା ଖାରଜ କରିପାରିବେ। ଯଦି ଆବେଦନ କରିବାର ୩୦ ଦିନ ପର୍ଯ୍ୟନ୍ତ ନୋଡାଲ ଅଧିକାରୀ ଇ ନାମାଙ୍କନର ନିଷ୍ପତ୍ତି ନ ନିଅନ୍ତି ତେବେ ରିକ୍ୱେଷ୍ଟ ସେଣ୍ଟ୍ରାଲ ରିଫଣ୍ଡ କିପିଂ ସିଷ୍ଟମ ଜରିଆରେ ଏହାକ ୁ ସ୍ୱିକାର କରାଯିବ ।

ପୂର୍ବରୁ ଅଂଶ ଧାରକଙ୍କୁ ଏଥିପାଇଁ ଏକ ଏଗଜିଟ୍‌ ଫର୍ମ ଭରିବାକୁ ପଡ଼ୁଥିଲା। ଏହାସହିତ ଲାଇଫ ଇନସୁ ରାନ୍ସ କମ୍ପାନୀ ରେ ଆନ୍ୟୁଟି ପ୍ଳାନ କିଣିବା ରେ ଫର୍ମ ଭରିବା ଜରୁରୀ ଥିଲା। କିନ୍ତୁ ଏବେ ଏଗଜିଟ୍‌ ଫର୍ମ ଭରିବା ପରେ ଆପଣ ଅନ୍ୟୁଟି ପାଇଁ ଆବେଦନ କରିପାରିବେ।

ଏମିତିରେ ଏବେ ଏନପିଏସ୍‌ ପେନସନ ଭୋଗୀ ଡିଜିଟାଲ ଲାଇଫ ସାର୍ଟିଫିକେଟ ଜମା କରିପାରିବେ। ଏହା ଆଧାର ଭେରିଫିକେସନ ଉପରେ ନିର୍ଭର କରେ। ଏହି କାମକୁ ଆପଣ ଫେସଆରଡି ଆପ୍‌ ରେ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.