ଜବତ ହେବ ଭିଡିଓକନ୍ର ପ୍ରବର୍ତ୍ତକଙ୍କ ସମ୍ପତ୍ତି। କର୍ପୋରେଟ୍ ମାମଲାରେ ମନ୍ତ୍ରାଳୟର ଏକ ପିଟିସନ୍ ପରେ ଜାତୀୟ କମ୍ପାନୀ ଆଇନ୍ ନ୍ୟାୟାଧିକରଣ (ଏନ୍ସିଏଲ୍ଟି) ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏନ୍ସିଏଲ୍ଟିର ମୁମ୍ବାଇ ଖଣ୍ଡପୀଠ ପକ୍ଷରୁ ସେଣ୍ଟ୍ରାଲ ଡିପୋଜିଟରୀ ସର୍ଭିସେସ୍ ଲିମିଟେଡ୍(ସିଡିଏସ୍ଏଲ୍) ଓ ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟରୀ ଲିମିଟେଡ୍(ଏନ୍ଏସ୍ଡିଏଲ୍)କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭିଡିଓକନ୍ର ପ୍ରବର୍ତ୍ତକଙ୍କ ଅଧୀନରେ କିମ୍ବା ତାଙ୍କ ପାଖରେ ଥିବା ସମସ୍ତ କମ୍ପାନୀ ଓ ସୋସାଇଟିରେ ରଖାଯାଇଥିବା ସମ୍ପତ୍ତିକୁ ଜବତ କରାଯାଉ ଓ ତାହାର ହସ୍ତାନ୍ତର ଉପରେ ରୋକ୍ ଲଗାଯାଉ।
ଖଣ୍ଡପୀଠ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନର ସମସ୍ତ ବିବରଣୀ କର୍ପୋରେଟ୍ ମାମଲାର ମନ୍ତ୍ରାଳୟ (ଏମ୍ସିଏ)କୁ ଦିଆଯିବା ଦରକାର। ଏହି ଖଣ୍ଡପୀଠ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଭିଡିଓକନ୍ର ପ୍ରବର୍ତ୍ତକଙ୍କ ସମସ୍ତ ସମ୍ପତ୍ତି ବିଷୟରେ ସୂଚନା ଦିଅନ୍ତୁ। ଫଳରେ ସମସ୍ତ ସମ୍ପତ୍ତିକୁ ଜବତ କରିହେବ। ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ ଏନ୍ସିଏଲ୍ଟି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏଥିରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ଭିଡିଓକନ୍ର ପ୍ରବର୍ତ୍ତକଙ୍କର ସମସ୍ତ ବ୍ୟାଙ୍କ ଖାତା, ଲକର ଆଦି ବିଷୟରେ ସୂଚନା ଦିଅନ୍ତୁ। ଏଥିସହ ଉକ୍ତ ବ୍ୟାଙ୍କ ଖାତା ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି।
ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…
କଣ୍ଟାବାଞ୍ଜି(କେନ୍ୟୁଜ୍): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…
ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…
ମହାକାଳପଡ଼ା(କେନ୍ୟୁଜ୍): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…
ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…
ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…