ଆପଣଙ୍କ ପାଖରେ ରହିଛି କି ଏହି ଯୋଗ୍ୟତା? ତେବେ NCRTC ରେ ନିଯୁକ୍ତି ପାଇଁ ତୁରନ୍ତ କରନ୍ତୁ ଆବେଦନ

NCRTC ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଚାକିରି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଇଛୁକ ଆବେଦନକାରୀ ଏହି ଚାକିରିରେ ନିଯୁକ୍ତି ପାଇଁ ନିର୍ଦ୍ଦାରିତ ସମୟ ସୀମା ଅର୍ଥାତ ୦୪ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୦୪ ଡିସେମ୍ବର ୨୦୨୦

ବେତନମାନ: ୨୭୫୦୦ – ୯୭୩୫୦ (ପ୍ରତିମାସକୁ)

ncrtc-recruitmentପଦବୀ ନାମ ଏବଂ ପଦ ସଂଖ୍ୟା:

ଜୁନିୟର ଇଂଜିନିୟର- II (ସିଭିଲ): ୫୨

ବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୨୮ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ଉକ୍ତ ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ପାଖରେ ସିଭିଲ୍‌ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ।

ncrtcଏପରି କରନ୍ତୁ ଆବେଦନ:

ଇଛୁକ ଆବେଦନକାରୀ ଆବେଦନ ପତ୍ର ଏବଂ ସମସ୍ତ ପ୍ରମାଣପତ୍ର ସହ ଏଚଆର ବିଭାଗ, ଏନସିଆରଟିସି, ୭/୬ ସିରି ଫୋର୍ଟ ଇଷ୍ଟିଚ୍ୟୁସନାଲ ଏରିଆ, ଅଗସ୍ତ କ୍ରାନ୍ତି ମାର୍ଗ, ନୂଆଦିଲ୍ଲୀ- ୧୧୦୦୪୯ ଜରିଆରେ ୦୪ ଡିସେମ୍ବର ୨୦୨୦ ମଧ୍ୟରେ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଆବେଦନ ଶୁଳ୍କ:

ଉକ୍ତ ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

Leave A Reply

Your email address will not be published.