NDA ଆଶାୟୀ ତୁରନ୍ତ କରନ୍ତୁ ଆବେଦନ, ଆଜି ଶେଷ ତାରିଖ

ଏନଡିଏ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ୨୦୨୧ ଏନଡିଏ ପରୀକ୍ଷା ପ୍ରଥମ ସଂସକଣ ଆବେଦନ ପାଇଁ ଆଜି ହେଉଛି ଶେଷ ତାରିଖ । ଯେଉଁ ମାନେ ଏଯାବତ ଆବେଦନ କରିନାହାନ୍ତି ସଂଘ ଲୋକ ସେବା ଆୟୋଗ ବା ୟୁପିଏସସି ଆପ୍ଲିକେସନ ପୋର୍ଟାଲରେ ଦିଆଯାଇଥିବା ଅନଲାଇନ ଆପ୍ଲିକେସନ ଫର୍ମ ଜରିଆରେ ତୁରନ୍ତ ଆବେଦନ କରାଇ ନିଅନ୍ତୁ । କହିରଖିବା ଉଚିତ ହେବକି, ୟୁପିଏସସି ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ଏବଂ ନୌସେନା ଏକାଡେମୀ ପରୀକ୍ଷା ପାଇଁ ଡିସେମ୍ବର ୩୦ ରେ ଅଧିସୂଚନା ଜାରି କରାଯାଇଥିଲା ।

upsc.gov.in ରେ ନୋଟିଫିକେସନ ଜାରି ହେବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ୟୁପିଏସସି ଏନଡିଏ ନୋଟିଫିକେସନ ୨୦୨୧ ମୁତାବକ ରେଜିଷ୍ଟ୍ରେସନ ପାଇଁ ଥିବା ଦୁଇଟି ଚରଣ ପାର୍ଟ ୧ ଓ ପାର୍ଟ ୨ କୁ ଜାନୁଆରୀ ୧୯ ତାରିଖ ଅର୍ଥାତ ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ପୁରା କରିବାକୁ ହେବ । ଯଦି କୌଣସି ସଂଶୋଧନ କରିବାକୁ ଚାହୁଁଥିବେ ତେବେ ଫ୍ରେସ ଆପ୍ଲିକେସନ ସବମିଟ କରିବାକୁ ହେବ ।

ସୂଚନା ଅନୁଯାୟୀ ଚେନ୍ନାଇ, ଦିଶପୁର, କୋଲକାତା, ନାଗପୁର ପରି ସ୍ଥାନକୁ ଛାଡ଼ି ଅନ୍ୟ ସମସ୍ତ କେନ୍ଦ୍ରରେ ଆବେଦନକାରୀଙ୍କ ସଂଖ୍ୟା ସୀମିତ ରହିବ । ଆଉ ନିର୍ଦ୍ଧାରିତ ସିଟ ସଂଖ୍ୟା ପୂର୍ଣ୍ଣ ହୋଇଗଲେ ଆବେଦନକୁ ବନ୍ଦ କରିଦିଆଯିବ ।

Leave A Reply

Your email address will not be published.