ଅନଲାଇନ୍ ଟ୍ରାଜାକସନ କରିବାରେ ସାଧାରଣ ଲୋକଙ୍କୁ ମିଳିବ ଅଶ୍ଵସ୍ତି, ଡିସେମ୍ବର ୧୬ ଠାରୁ ପରିବର୍ତ୍ତନ ହେଉଛି ଏହି ନିୟମ

ଅନଲାଇନ୍ ଟ୍ରାଜାକସନ୍ କରୁଥିବା ଲୋକଙ୍କୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆରବିଆଇ ବଡ ଅଶ୍ଵସ୍ତି ଦେଇଛି। ଆରବିଆଇ ନିଜର ଏକ ବୟାନରେ କହିଛି ଏବେ ନ୍ୟାସନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର (NEFT) ଦ୍ୱାରା ଟ୍ରାନଜାକସନର ସୁବିଧା ଛୁଟି ବା ଅବକାଶ ସମେତ ସପ୍ତାହର ସାତ ଦିନ ଉପଲବ୍ଧ ହେବ। ଏହାର ଅର୍ଥ ହେଉଛି ଏବେ ଆପଣ ଯେଉଁଠି ଥିଲେ ବି ସବୁ ସମୟରେ NEFT ଜରିଆରେ ଟଙ୍କାର ଲେଣଦେଣ କରିପାରିବେ।
ଆରବିଆଇର ଘୋଷଣା
ରିଜର୍ଭ ବ୍ୟାଙ୍କ ଏକ ନୋଟିଫିକେସନରେ ଜଣାଇଛି ଯେ NEFT ଟ୍ରାନଜାକସନ୍ ୨୪ ଘଣ୍ଟା, ସାତ ଦିନ ଯାକ ଖୋଲା ରହିବ। ଏହାସହିତ ରିଜର୍ଭ ବ୍ୟାଙ୍କ ସମସ୍ତ ସଦସ୍ୟଙ୍କୁ ବ୍ୟାଙ୍କ ଖାତାରେ ସବୁ ସମୟରେ ପର୍ଯ୍ୟାପ୍ତ ରାଶି ରଖିବାକୁ ନିର୍ଦ୍ଦେଶ ଦେଇଛି। ଯାହାଦ୍ୱାରା ଏନଇଏଫଟି ଟ୍ରାନଜାକସନରେ କୌଣସି ସମସ୍ୟା ହେବନାହିଁ। ସେହିପାରି ସମସ୍ତ ବ୍ୟାଙ୍କକୁ ଠିକ ଭାବରେ ଏହି ସର୍ଭିସକୁ ଲାଗୁ କରିବା ପାଇଁ କହିଛି। ଆରବିଆଇ ଅନୁଯାୟୀ NEFTରେ କରାଯାଇଥିବା ପରିବର୍ତ୍ତନ ବିଷୟରେ ଉପଭୋକ୍ତାଙ୍କୁ ସୂଚିତ କରାଯାଇପାରିବ।
କଣ ଏହି NEFT
ଏନଇଏଫଟି ହେଉଛି ଅନଲାଇନ୍ ଟ୍ରାନଜାକସନର ଏକ ଉପାୟ। ଏହାଦ୍ୱାରା ଆପଣ ଏକକାଳୀନ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶିକୁ ଅନଲାଇନ ଟ୍ରାନଜାକସ୍ କରିପାରିବେ। ଏହି ଟ୍ରାନଜାକସନ୍ ବ୍ୟାଙ୍କ ଶାଖା ବା କୌଣସି ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାକିଂ ଜରିଆରେ କରିପାରିବେ। ବର୍ତ୍ତମାନ ସାମାନ୍ୟ ଦିନରେ NEFT ଟ୍ରାନଜାକସନ୍ ସକାଳ ୮ଟାରୁ ସଂଧ୍ୟା ୭ଟାଂ ପଯ୍ୟର୍ନ୍ତ ହୋଇଥାଏ। ସେହିପରି ପ୍ରଥମ ଏବଂ ତୃତୀୟ ଶନିବାର ସକାଳ ୮ଟାରୁ ଦ୍ୱିପହର ୧ ପର୍ଯ୍ୟନ୍ତ କରାଯାଇଥାଏ।
ଆରବିଆଇ ଅନୁଯାୟୀ ଅକ୍ଟୋବର ୨୦୧୮ରେ ସେପ୍ଟେମ୍ବର ୨୦୧୯ ଅବଦ୍ଧିରେ ରେ ୨୫୨ କୋଟି ଟଙ୍କାର ଲେଣଦେଣ ହୋଇଛି। ବର୍ଷ ଆଧାରରେ ଏହାର ଲେଣଦେଣରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିଜର୍ଭ ବ୍ୟାଙ୍କ ପୂର୍ବରୁ ହିଁ ଏନଏଫଟି ଟ୍ରାଜାକସନରେ ଶୁଳ୍କ ସମାପ୍ତ କରିବାର ନିର୍ଣ୍ଣୟ ନେଇସାରିଛି।