ଅନଲାଇନ ଟ୍ରାଞ୍ଜାକସନ ହେଉନଥିଲେ ବ୍ଯସ୍ତ ହୁଅନ୍ତୁ ନାହିଁ, ସର୍ଭର ଅପଡେସନ କାର୍ଯ୍ଯ ଯୋଗୁଁ ବନ୍ଦ ରହିଛି NEFT ସେବା

ଆପଣ ଯଦି କୌଣସି ଅନଲାଇନ ଟ୍ରାଞ୍ଜାକସନ କରୁଛନ୍ତି, ହେଉନାହିଁ ବ୍ଯସ୍ତ ହୁଅନ୍ତୁ ନାହିଁ। ଗତକାଲି ଠାରୁ ଆଜି ଅପରାହ୍ନ ଯାଏଁ ଅର୍ଥାତ୍ ୧୪ ଘଣ୍ଟା ପର୍ଯ୍ଯନ୍ତ ଏହି ସେବା ବନ୍ଦ ରହିଛି। ନ୍ୟାସନାଲ ଇଲେକ୍ଟ୍ରନିକ ଫଣ୍ଡ ଟ୍ରାନ୍ସଫର ( NEFT) ସେବା ୨୩ ମଇରେ ୧୪ ଘଣ୍ଟା ପାଇଁ ବନ୍ଦ ରହିଛି। ଏହି ଭିତରେ NEFT ମାଧ୍ୟମରେ କୌଣସି ବି ଅନ୍ଲାଇନ୍ ଟ୍ରାନ୍ସଫର କରାଯାଇ ପାରିବ ନାହିଁ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ( RBI) ଏହି ସମ୍ୱନ୍ଧରେ ସବୁ ବ୍ୟାଙ୍କକୁ ସର୍କୁଲାର ଜାରି କରିଥିଲା । ରିଜର୍ଭ ବ୍ୟାଙ୍କ୍ କହିଛି କି, ସର୍ଭର ଅପଡେସନ କାର୍ଯ୍ୟ କାରଣରୁ ୧୪ଘଣ୍ଟା ପାଇଁ NEFT ସେବା ବନ୍ଦ ରଖାଯାଇଛି।
ରିଜର୍ଭ ବ୍ୟାଙ୍କ୍ ତରଫରୁ କୁହାଯାଇଥିଲା କି, ୨୩ ମଇରେ ୧୨ଟା ୧ମିନିଟ୍ରୁ ଅର୍ଥାତ୍ ୨୨ ମଇର ବିଳମ୍ୱିତ ରାତିରୁ ୨୩ ମଇର ଦ୍ୱିପ୍ରହର ୨ଟା ଯାଏ NEFT ସେବା ବନ୍ଦ ରହିବ। ସୂଚନା ଯେ, ବ୍ୟବସାୟୀ ବର୍ଗ NEFT ସେବାର ସବୁଠୁ ଅଧିକା ପ୍ରୟୋଗ କରିଥାନ୍ତି।
ରିଜର୍ଭ ବ୍ୟାଙ୍କ ନିଜର ବିଜ୍ଞପ୍ତିରେ କହିଛି କି, ଏହି ସମୟରେ RTGS ( ରିୟଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ) ସେବା ଚାଲୁରହିବ । RTGS ଓ ଏନ୍ଇଏଫଟି ମାଧ୍ୟମରେ ଅନ୍ଲାଇନ୍ ଟଙ୍କା ଟ୍ରାନ୍ସଫର କରାଯାଏ । ଏଥିରେ ଗୋଟିଏ ବ୍ୟାଙ୍କରୁ ଆଉ ଏକ ବ୍ୟାଙ୍କ ଓ ଗୋଟିଏ ଖାତାରୁ ଆଉ ଗୋଟିଏ ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇ ପାରିବ।