ଲଣ୍ଡନରୁ ଚାକିରି ଛାଡି ଆରମ୍ଭ କରିଥିଲେ ଫାର୍ମିଂ, ବାର୍ଷିକ ୬୦ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର

ଦୃଢ଼ ଇଚ୍ଛା ଶକ୍ତି ପାଖରେ ସବୁ କିଛି ହାର ମାନିଥାଏ । କିଛି କରିବା ସହ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେବା ଇଚ୍ଛାରେ ଚାକିରି ଛାଡି ଆସିଥିଲେ ଲଣ୍ଡନରୁ । ଆଜି ସେ ତାଙ୍କ ଲକ୍ଷ୍ୟରେ ସଫଳ ହୋଇଛନ୍ତି । ନିଜେ ବାର୍ଷିକ ୬୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି ।

neha-3

ଏହି ମହିଳା ଜଣଙ୍କ ହେଲେ ଆଗ୍ରାର ନେହା ଭାଟ୍ଟିଆ । ୨୦୧୪ରେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ଏମ୍‌ଏ ପାଶ୍‌ କରିବା ପରେ ସେଠାରେ ଚାକିରି ମଧ୍ୟ ପାଇଥିଲେ । ଲଣ୍ଡନରେ ମାତ୍ର ଗୋଟିଏ ବର୍ଷ ଚାକିରି କରିବା ପରେ ଫେରି ଆସିଥିଲେ ନିଜ ଦେଶକୁ । ୨୦୧୭ ରେ ଆରମ୍ଭ କରିଥିଲେ ଅର୍ଗାନିକ ଫାର୍ମିଂ । ଏବେ ସେ ବାର୍ଷିକ ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏଥି ସହିତ ଅନ୍ୟ କୃଷକଙ୍କୁ ମଧ୍ୟ ଏହି ଚାଷ ପ୍ରତି ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାର ବାଟ ଦେଖାଉଛନ୍ତି ।

neha

୩୧ ବର୍ଷିୟା ନେହା ଏକ ବ୍ୟବସାୟୀ ପରିବାରରୁ ଆସିଛନ୍ତି । ନେହା କୁହନ୍ତି, ମୁଁ ପ୍ରଥମରୁ ବ୍ୟବସାୟ କରିବାକୁ ମନସ୍ଥ କରିଥିଲି । କେବଳ ମୋ ପାଇଁ ନୁହେଁ ସାମାଜିକ ବେନିଫିଟ୍‌ ସହ ଲୋକଙ୍କର କିଛି ଭଲ କରିବା ଉଦ୍ଦେଶ୍ୟରେ । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ପାଶ୍‌ କରିବା ପରେ ନେହା ଏକ ସୋସିଆଲ୍‌ ଅର୍ଗନାଇଜେସନ୍‌ ସହ ଜଡିତ ହୋଇଥିଲେ ।

neha-1

ସେ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ ସହିତ କେତେକ ରାଜ୍ୟରେ ଶିକ୍ଷା,ସ୍ୱାସ୍ଥ୍ୟ ଭଳି ସମସ୍ୟା ଉପରେ କାମ କରିଛନ୍ତି । ନେହା ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ସବୁଠୁ ବଡ଼ ଅସୁବିଧା ଥିଲା ହେଲ୍ଦି ଫୁଡ୍ସ ପାଇବା । କେବଳ ସହରରେ ନୁହେଁ ଗାଁରେ ମଧ୍ୟ ଭଲ ଖାଦ୍ୟ ମିଳୁ ନଥିବା ଜାଣିବାକୁ ପାଇଥିଲେ । ପରେ ନେହା ୨୦୧୬ରେ କ୍ଲିନ୍‌ ଇଟିଙ୍ଗ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଯାହାଦ୍ୱାରା ଲୋକଙ୍କୁ ଭଲ ଖାଦ୍ୟ ମିଳିପାରିବ । ତେବେ ଭଲ ଖାଦ୍ୟ ପାଇଁ ସାର ଏବଂ ଔଷଧ ବିହୀନ ପନିପରିବାର ଆବଶ୍ୟକତା ରହିଛି । ତେଣୁ ସେ ୨ ଏକର ଜମିରେ ଅର୍ଗାନିକ ଫାର୍ମିଂ ଆରମ୍ଭ କଲେ । ଯଦିଓ ପ୍ରଥମ ଥର ସେ ଚାଷରେ ଏତେଟା ଲାଭ ପାଇ ନଥିଲେ । ଦ୍ୱିତୀୟ ବର୍ଷ ଠାରୁ ସେ ଚାଷରେ ଉନ୍ନତି କରିବାକୁ ଲାଗିଲେ ।

neha-0

ପରିବା ନେଇ ନିଜେ ମାର୍କେଟିଂ ଯାଇ ଲୋକଙ୍କୁ ଅର୍ଗାନିକ ପରିବା ସମ୍ପର୍କରେ ବୁଝାଇଲେ । କିଛି ଦିନ ପରେ ଅର୍ଗାନିକ ପରିବା ଉପରେ ଭଲ ଚାହିଦା ମିଳିଲା । ୨ ଏକରରୁ ଫାର୍ମିଂ ଆରମ୍ଭ କରିଥିବା ନେହା ଏବେ ୧୫ ଏକର ଜମିରେ ପରିବା ଓ ଅର୍ଗାନିକ ହର୍ବ ଚାଷ କରୁଛନ୍ତି ।

ତାଙ୍କ ଫାର୍ମରେ ଅମଳ ହେଉଥିବା ପରିବା ଏବେ ମାର୍କେଟରେ ଭଲ ଚାହିଦା ମିଳିଛି । ନିଜେ ପ୍ରତିଷ୍ଠିତ ହେବା ସହ ତାଙ୍କ ଟିମ୍‌ରେ ଥିବା ୨୦ ଲୋକଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରିଛନ୍ତି । ଅର୍ଗାନିକ ଫାର୍ମିଂ ଜରିଆରେ ନେହା ବାର୍ଷିକ ୬୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।

Leave A Reply

Your email address will not be published.