୧୫୦ ଟଙ୍କାରୁ ବି କମ ଦାମରେ ପାଇବେ ଏଥର ନେଟଫ୍ଲିକ୍ସ ସବସ୍କ୍ରିପସନ, କେବେ ଠୁ ଉଠାଇବେ ଫାଇଦା ଜାଣନ୍ତୁ..

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ନେଟଫ୍ଲିକ୍ସ ଆଣୁଛି ବଢ଼ିଆ ସବସ୍କ୍ରିପସନ। ଆଜି କା ଦିନରେ ଯଦି ଲୋକପ୍ରିୟତାରେ ସିନେମାକୁ ଯଦି କେହି ଟକ୍କ ର ଦେଉଛି ତେବେ ତାହା ହେଉଛି ଓଟିଟି ପ୍ଲାଟଫର୍ମ। ଯଦି ଆପଣ ବି ଓଟିଟି କଣ୍ଟେଟ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ବହୁତ ଭଲ ଫାଇଦା ଦେବ। ଅନଲାଇନ ଭିଡିଓ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ ଆରମ୍ଭ କରିଛି। ଆଜି ଜାଣନ୍ତୁ ଯେ ଆପଣ କିପରି ନେଟଫ୍ଲିକ୍ସରେ ସବସ୍କ୍ରିପସନ ପ୍ଲାନକୁ ଅତି କମ ଦାମରେ ପାଇପାରିବେ।

ସାଧାରଣ ଭାବେ ଏସବୁର ପ୍ଲାନ ରେଟ୍‌ ଅଧିକ ରହୁଥିବା କାରଣରୁ ଚାହିଁଲେ ବି ସମସ୍ତେ ବ୍ୟବହାର କରିପାରନ୍ତି ନାହିଁ। କିଛି ସମୟ ପୂର୍ବରୁ ନେଟଫ୍ଲିକ୍ସ ଏକ ନୂଆ ପ୍ଲାନର ଆନାଉସମେଣ୍ଟ କରିଛି। ଯେଉଁଥିରେ ଏବେ ଶସ୍ତା ଲଞ୍ଚ ହୋଇଛି। ଏହି ପ୍ଲାନ ଭାରତରେ କେବେ ଆଉ କେତେ ଦାମରେ ଲଞ୍ଚ ହେବ ଜାଣନ୍ତୁ ..

ନେଟଫ୍ଲିକ୍ସ ନିଜ ସବସ୍କ୍ରାଇବର୍ସ କୁ ବଢ଼ାଇବା ପରେ ନିଜ ପ୍ଳାନରେ ପରିବର୍ତ୍ତନ କରୁଛି। ୟୁଜର୍ସଙ୍କ ପାଇଁ ଆଣିଛି ଆଉ ଏକ ଶସ୍ତା ପ୍ଲାନ। ଏହି ପ୍ଳାନରେ ଏକ ଡ୍ରବ୍ୟାକ ବି ରହିବ। ଯେଉଁଥିରେ ଆଡ୍‌ ପ୍ଳାନ ମଧ୍ୟ ରହିବ। ମାନେ କଣ୍ଟେଟ ମଝିରେ ମଝିରେ ଆପଣଙ୍କୁ ଆଡ୍‌ ଦେଖିବାକୁ ପଡ଼ିବ। ଚାହିଁଲେ ବି ଆପଣ ସେହି ଆଡ୍‌ କୁ ସ୍କିପ କରିପାରିବେ ନାହିଁ।

ଏହି ପ୍ଳାନକୁ ଭାରତରେ କେଉଁ ତାରିଖରେ ଲଞ୍ଚ କରାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ମିଳିଥିବା ସୁଚନା ଅନୁସାରେ ଏହି ପ୍ଲାନକୁ ଆସନ୍ତା ମାସରେ ଲଞ୍ଚ କରାଯିବ। ପ୍ଲାନର ଦାମ ମଧ୍ୟ କୁହାଯାଇନାହିଁ। କିନ୍ତୁ ଏହାର ଦାମ ଅନ୍ୟ ଦାମ ଠୁ ଶସ୍ତା ରହିବ ବୋଲି କୁହାଯାଇଛି। ତେଣୁ ଏହାକୁ ୧୪୯ ଟଙ୍କା ରୁ କମ ଦାମରେ କିଣିପାରିବେ।

ଜାଣି ରଖନ୍ତୁ ଯେ ଏବେ ନେଟଫ୍ଲିକ୍ସରେ ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୪୯ ଟଙ୍କା ପ୍ଳାନ। ଯେଉଁଥିରେ ଷ୍ଟାଣ୍ଡାର୍ଡ ଭିଡ଼ିଓ କ୍ୱାଲିଟି ଦିଆଯାଉଛି। ଏହା ସହ ସ୍ମାର୍ଟଫୋନ ତଥା ଟାବଲେଟ ରେ ଷ୍ଟ୍ରିମିଂ ମଧ୍ୟ କରିପାରିବେ। ଏଥିରେ ଆପଣ ଗୋଟିଏ ଥରେ ଗୋଟିଏ ଡିଭାଇସକୁ କନେକ୍ଟ କରିପାରିବେ। ଅନ୍ୟପ୍ଳାନ ପାଇଁ ୧୯୯ ଟଙ୍କା ରହିଛି। ଯେଉଁଥିରେ ଫୋନ, ଟାବଲେଟ, କମ୍ପ୍ୟୁଟର କିମ୍ବା ଟିଭି ରେ ଷ୍ଟ୍ରିମିଂ କରାଇପାରିବେ। କିନ୍ତୁ ଏହାକୁ ମଧ୍ୟ ଜଣେ ହିଁ ଆକ୍ସେସ କରିପାରିବେ। ଅନ୍ୟ ପ୍ଳାନ ହେଉଛି ୪୯୯ ଓ ୬୪୯ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.