ସାରା ଦୁନିଆରେ ଭାରତର ଲୋକ ଦେଖୁଛନ୍ତି ସବୁଠୁ ଅଧିକ ଫିଲ୍ମ, Netflix ଦେଲା ସୂଚନା

କରୋନା ଭାଇରସ ମହାମାରୀ ଉପରେ ରୋକ୍ ଲଗାଇବା ପାଇଁ ଏବେ ସବୁଆଡ଼େ ଲକଡାଉନ୍ ଲାଗୁ ହୋଇଛି। ଏହି ସମୟରେ ଅନଲାଇନ୍ ଭିଡିଓ ଓ ମ୍ୟୁଜିକ ଷ୍ଟ୍ରିମିଙ୍ଗ ଭଳି ସେବାର ବ୍ୟବହାର ବଢ଼ିଯାଇଛି। ନେଟଫ୍ଲିକ୍ସ ଇଣ୍ଡିଆର ଉପାଧ୍ୟକ୍ଷ (କଣ୍ଟେଣ୍ଟ) ମୋନିକା ଶେରଗିଲର ଏକ ବ୍ଲଗପୋଷ୍ଟରେ କହିଛନ୍ତି, ସାରା ବିଶ୍ୱରେ ଭାରତରେ ସବୁଠୁ ଅଧିକ ଫିଲ୍ମ ଦେଖାଯାଏ ଓ ଗତ ବର୍ଷ ଭାରତରେ ଆମର ୮୦ ପ୍ରତିଶତ ସଦସ୍ୟ ପ୍ରତି ସପ୍ତାହରେ କମ୍ ସେ କମ୍ ଗୋଟିଏ ଫିଲ୍ମ ଦେଖିଛନ୍ତି।

ସେ କହିଛନ୍ତି, ସବୁଠୁ ଲୋକପ୍ରିୟ ଥ୍ରୀଲର ରାତ ଅକେଲି ହେ, ସର୍ବାଧିକ ଆକ୍ସନ ଫିଲ୍ମ ଏକ୍ସଟ୍ରେକ୍ସନ, ମଲଙ୍ଗ ଓ ଦ ଓଲଡ଼ ଗାର୍ଡ ଏବଂ ସବୁଠୁ ଲୋକପ୍ରିୟ କମେଡ଼ି ଫିଲ୍ମ ଲୁଡୋ ଥିଲା।

ମୋନିକା କହିଛନ୍ତି, ୨୦୨୦ ରେ ନନ୍-ଫିକ୍ସନ ଶୃଙ୍ଖଳକୁ ଗତ ବର୍ଷ ତୁଳନାରେ ୨୫୦ ପ୍ରତିଶତ ଅଧିକ ଦେଖାଯାଇଥିବା ବେଳେ ଡକ୍ୟୁମେଣ୍ଟାରୀକୁ ୧୦୦ ପ୍ରତିଶତ ଅଧିକ ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.