ଗ୍ରାହକଙ୍କୁ Netflix ଦେଲା ବଡ ଝଟକା , ମିଳିବନି ପ୍ରଥମ ମାସର ଫ୍ରି ସବ୍‌ସ୍କ୍ରିପସନ

Netflix ଭାରତୀୟ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ଏପର୍ଯ୍ୟନ୍ତ ଆପଣNetflix ର ପ୍ରଥମ ମାସର ଫ୍ରି ସବସ୍କ୍ରିପସନ ଦେଖୁଥିବା ବେଳେ ଏବେ ଆଉ ସେମିତି କିଛି ହେବ ନାହିଁ। ଏବେ ପ୍ରଥମ ମାସର ସବସ୍କ୍ରିପସନ ପାଇଁ ମଧ୍ୟ ପଇସା ଦେବାକୁ ପଡିବ। ନେଟଫ୍ଲିକ୍ସରେ ଏହି ଅଫରର ପ୍ରଚାର ପ୍ରସାର ମଧ୍ୟ ନିଜ ଆପ୍‌ରେ କରୁଛି।

ମାତ୍ର ୫ ଟଙ୍କାରେ କିପରି ପାଇବେ ନେଟଫ୍ଲିକ୍ସର ସବସ୍କ୍ରିପସନ :

ନେଟଫ୍ଲିକ୍ସର ଏହି ଅଫର କେବଳ ନୂଆ ଗ୍ରାହକଙ୍କ ପାଇଁ ରହିଛି। ଯେଉଁମାନେ ପ୍ରଥମ ଥର ପାଇଁ ନେଟଫ୍ଲିକ୍ସ ବ୍ୟବହାର କରୁଛନ୍ତି, ସେମାନେ ମାତ୍ର ୫ ଟଙ୍କାରେ ପ୍ରଥମ ମାସର ସବସ୍କ୍ରିପସନ ନେଇପାରିବେ। ଏହାପରେ ଆପଣ ୧୯୯ ଟଙ୍କାରୁ ଆରମ୍ଭ କରି ୭୯୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ ଚୟନ କରିପାରିବେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଥମ ମାସର ସବସ୍କ୍ରିପସନ ଫ୍ରିରେ ମିଳୁଥିଲା।

nn

ଗତବର୍ଷ ନେଟଫ୍ଲିକ୍ସ ମୋବାଇଲ ୟୁଜରଙ୍କ ପାଇଁ ମାସିକ ପ୍ଲାନ ଆରମ୍ଭ କରିଥିଲା। ଯାହାର ମୂଲ୍ୟ ୧୯୯ ଟଙ୍କା ଥିଲା। ଏହି ମୂଲ୍ୟରେ ଗ୍ରାହକଙ୍କୁ ଏଚଡି କ୍ୱାଲିଟ ସହିତ କେବଳ ଗୋଟେ ହିଁ ସ୍କ୍ରିନରେ ଏହାର ବ୍ୟବହାର କରାଯାଇପାରୁଥିଲା। ଏହି ପ୍ଲାନର ନାମ ଗୋ- ମୋବାଇଲ ଥିଲା। ଏହି ପ୍ଲାନର ବ୍ୟବହାର ସ୍ମାର୍ଟଫୋନ ଏବଂ ଟାବ୍‌ଲେଟ୍‌ରେ କରାଯାଇପାରିବ।