ଏବେ ବଦଳିବ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟ, ପ୍ରସ୍ତୁତ ହୋଇ ସାରିଛି ନୂଆ ଟାଇମ୍‌ ଟେବୁଲ

ଉତ୍ସବ ମାହୋଲ ସରିବା ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଚିନ୍ତା ବଢିଯାଇଛି । ବ୍ୟାଙ୍କ ଏବେ ତାର ନୂଆ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟାରେ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ନେଇ ନୂଆ ସମୟସାରଣୀ ପ୍ରସ୍ତୁତ କରାଯାଇଛି। ଅନେକ ବ୍ୟାଙ୍କ ଶୁକ୍ରବାର ଠାରୁ ନୂଆ ସମୟ ଲାଗୁ କରିବା ପାଇଁ ଘୋଷଣା କରିଦେଇଥିବା ବେଳେ ଆଉ କେତେକ ବ୍ୟାଙ୍କ ଆଗାମୀ ଦିନରୁ ଏହି ସମୟ ଧାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କୁ ସକାଳ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ସେବା ଯୋଗାଇ ଦେବାକୁ ନୋଟିସ ଜାରି କରିଛି। ଏବେ ଏହାର ଶାଖା ବ୍ୟାଙ୍କଗୁଡିକ ଅଲଗା ଅଲଗା ସମୟରେ ଖୋଲି ବନ୍ଦ ହେଉଛି। ପବ୍ଲିକ ସେକ୍ଟରର ବ୍ୟାଙ୍କ ନୂଆ ସମୟ ସାରଣୀ ବ୍ୟାଙ୍କର କମିଟି ପ୍ରସ୍ତୁତ କରିଛି।

bank time

ଏବେ ପ୍ରାୟ ବ୍ୟାଙ୍କ ସକାଳ ୧୦ରୁ ଆରମ୍ଭ କରି ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ବେଳେ ପଇସା ନେଣଦେଣ କେବଳ ୩.୩୦ ପର୍ଯ୍ୟନ୍ତ ହେଉଛି। କିନ୍ତୁ ନୂଆ ସମୟସାରଣୀ ଅନୁଯାୟୀ ତିନୋଟି ନୂଆ ସମୟ ଧାର୍ଯ୍ୟ କରାଯାଇଛି। ରେସିଡେଣ୍ଟାଲ ଜୋନ୍‌ରେ ବ୍ୟାଙ୍କ ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କାମ ହେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ବ୍ୟାବସାୟିକ ଜୋନରେ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଗ୍ରାହକ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନେଣଦେଣ କରିପାରିବେ।

ଏହାସହ ପଢନ୍ତୁ ; ନଭେମ୍ବର ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁଦିନ କରାଇପାରିବେ ଜରୁରୀ କାମ

ଅନ୍ୟ ଅଞ୍ଚଳ ତଥା ଅଫିସ ଅଞ୍ଚଳରେ ବ୍ୟାଙ୍କ କାର୍ଯ୍ୟ ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଗ୍ରାହକମାନଙ୍କ ପାଇଁ ସେବା ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ରହିବ। ବ୍ୟାଙ୍କ ଡିଭିଜନ ସବୁ ବ୍ୟାଙ୍କ ସହିତ କଥାବାର୍ତ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତିନି ପ୍ରକାରର ସମୟ ସାରଣୀ ପ୍ରସ୍ତୁତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.