ନୂଆ କାର କିଣିବାକୁ ପ୍ଲାନ କରୁଥିଲେ ଏହି ୩ଟି କଥାକୁ ଧ୍ୟାନ ରଖନ୍ତୁ, ଆଦୈା ଠକାମିରେ ପଡ଼ିବେନି

ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ। ଯାହା କୁ ଜାଣିବା ପରେ ଆପଣ ମହଙ୍ଗା ଗାଡ଼ିକୁ ବି ଖୁବ ଶସ୍ତାରେ କିଣିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଡିଲରସିପ୍ଙ୍କୁ କିଛି ଡିମାଣ୍ଡ କରିବାକୁ ହେବ।
ଯେବେ ବି ଆମେ କେବେ ନୂଆ କାର କିଣିବା ପାଇଁ ପ୍ଳାନ କରିଥାଉ। ସବୁବେଳେ ଆମେ ଶସ୍ତା ଦାମରେ ଭଲ କାର କିଣିବାକୁ ଚେଷ୍ଟା କରିଥାଉ। କିନ୍ତୁ ନୂଆ କାରରେ ଲାଗୁ ଥିବା ନୂଆ ନୂଆ ଚାର୍ଜେସ ଏକ୍ସ ସୋ ରୁମ ଦାମ ରୁ ବି ବଢ଼ି ଲକ୍ଷାଧିକ ହୋଇଯାଏ। ଏମିତିରେ ଗ୍ରାହକଙ୍କଚ ଏହି ଚାର୍ଜ ଦେବା ବ୍ୟତିତ ଅନ୍ୟ କୌଣସି ଅପସନ ନଥାଏ। ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହାକୁ ଆପଣାଇ ଆପଣ ଏକ ମହଙ୍ଗାଗାଡ଼ି କୁ କମ ଦାମରେ କିଣିପାରିବେ।
ସର୍ବପ୍ରଥମେ ଆପଣ ଏଜେଣ୍ଟଠୁ ପେପରରେ ଦାମ ସମ୍ପର୍କରେ ଜାଣନ୍ତୁ। ଏକ୍ସ ସୋ ରୁମ ରେ ଏହାର ଚାର୍ଜେସ କେତେ ଲାଗୁଛି ବୁଝନ୍ତୁ। ଏମିତି କିଛି ବା ଚାର୍ଜେସ ଥାଏ ଯାହାକୁ ଆପଣ ଚାହିଁଲେ ହଟାଇପାରିବେ। ଅନେକ ଥର କମ୍ପାନୀ ଅଫର ରୂପରେ ମାଗଣା ଏକ୍ସସରିଜ କିମ୍ବା ଏକ୍ସଟେଡେଣ୍ଟ ଓ୍ଵାରେଣ୍ଟି ଭଳି ସୁବିଧା ଦେଇଥାଏ। ଆପଣ ଚାହିଁଲେ ଏହା ବଦଳରେ ଦାମ କାଟିପାରିବେ।
ଡିସକାଉଣ୍ଟ ମାଗନ୍ତୁ। ଡିଲରସିପ୍ ଙ୍କ ପାଖରେ ଏନେଇ କଥା ହୁ ଅନ୍ତୁ। ଯଦି ସୋ ରୁମ ମ୍ୟାନେଜର ଚାହିଁବେ ତେବେ ଆପଣଙ୍କ ନିଶ୍ଚିତ ଭାବେ ଡିସକାଉଣ୍ଟ ମିଳିବ। ଏହାବ୍ୟତିତ କାର କମ୍ପାନୀ ମଧ୍ୟ ଗାଡ଼ିରେ ଡିସକାଉଣ୍ଟ ଅଫର ଦେଇଥାନ୍ତି। ଏହା ସମ୍ପର୍କରେ ଅନେକ ଜଣଙ୍କୁ ଜଣାନଥାଏ।
ବହୁତ ଥର କାର ଏଜେଣ୍ଟ ଆପଣଙ୍କୁ ଏକ୍ସସରିଜ ନାମ ରେ ଏମିତି ଅନେକ ଜିନିଷ ଦେଇଥାଏ ଯାହାର ଆବଶ୍ୟକତା ନଥାଏ। ଏହାର ଦାମ ମଧ୍ୟ ଅଧିକ ଥାଏ। ଯଦି ଆପଣଙ୍କୁ କିଛି ବି ଏକ୍ସସରିଜ ଦରକାର ପଡ଼ୁଛି ତେବେ ଆାପଣ ଚେଷ୍ଟା କରନ୍ତୁ ଏହାକୁ ବାହାର ଦୋକାନରୁ କିଣିବା ପାଇଁ..