Auto Expo ୨୦୨୫ ରେ Hyundai ସାମ୍ନାକୁ ଆଣିଛି Ioniq 9 Electric SUV, ଖୁବ୍ ଶୀଘ୍ର ହୋଇପାରେ ଭାରତରେ ଲଞ୍ଚ

ସାଉଥ୍ କୋରିଆ ମେକର Kia, ଭାରତୀୟ ବଜାରରେ ନିଜର ନୂଆ ନୂଆ ଗାଡ଼ି ସାମ୍ନାକୁ ଆଣୁଛି । ଭାରତ ମୋବିଲିଟି ୨୦୨୫ ଅଧୀନରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୫ ରେ ପ୍ରିମିୟମ୍ Electric SUV Hyundai Ioniq 9 କୁ ସାମ୍ନାକୁ ଆଣିଛି । ଏଥିରେ କେଉଁ ପ୍ରକାରର ଫିଚର୍ସ ଦିଆଯାଇଛି? ଏହା ଫାୱାରଫୁଲ ବ୍ୟାଟେରୀ ଏବଂ ରେଞ୍ଜ ମଧ୍ୟ ଅଫର କରିଥାଏ । ଏହା କେବେ ଭାରତରେ ଆନୁଷ୍ଠାନିକ ଭାବରେ ପରିଚିତ ହୋଇପାରିବ ? ଏହି ବିଷୟରେ ଆପଣଙ୍କୁ କହିବୁ ।
ଏହି ପ୍ରିମିୟମ ଇଲେକ୍ଟ୍ରିକ୍ SUV ଭାବରେ Hyundai Ioniq 9 କୁ ଅନେକ ଦେଶରେ ସେଲ୍ ପାଇଁ ଉପଲବ୍ଧ କରାଯିବ । ଭାରତରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୫ ରେ କମ୍ପାନୀ ଏହାକୁ ପ୍ରଦର୍ଶନ କରିଛି ।
ଫିଚର୍ସ :
ଏହି ଇଲେକ୍ଟ୍ରିକ୍ SUV ରେ ଅନେକ ପାୱାରଫୁଲ୍ ଫିଚର୍ସ ଅଫର କରାଯାଇଛି । ଏଥିରେ ତିନୋଟି ରୋ ସିଷ୍ଟମ ସହିତ LED signature lights, ୧୯, ୨୦ ଏବଂ ୨୧ ଇଞ୍ଚ ଆଲଇ ହୁଇଲର ଅପ୍ସନ୍, ପାନାରୋମିକ୍ ସନରୁଫ୍, ସେକେଣ୍ଡ ରୋରେ ପାଇଳଯ୍ ସିଷ୍ଟମ୍, ୬୨୦ ଲିଟରର କ୍ଷମତା ବୁଟ୍ ସ୍ପେସ୍, ୧୦୦ ୱାଟ୍ ହାଇ ଆଉଟଫିଟ୍ USB Type C port, ୧୨.୩ ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୧୨.୩ ଇଞ୍ଚ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ୍, ଆମ୍ବିଏଣ୍ଟ ଲାଇଟ୍ସ, ହୁଣ୍ଡାଇ କାର୍ ପ୍ଲେ, ଡିଜିଟାଲ ସାଇଡ୍ ମିରର, ରେମୋର୍ଟ ସ୍ମାର୍ଟ ପାର୍କିଂ ଆସିଷ୍ଟ-୨, ହାଇୱେ ଡ୍ରାଇଭିଂ ଆସିଷ୍ଟ-୨, ଡୁଆଲ୍ ଟୋନ୍ ଇଣ୍ଟେରିୟର, ଫ୍ଲାସ୍ ଡୋର୍ ହ୍ୟାଣ୍ଡଲ, ଏବିଏସ୍, ଇବିଡି, ଏୟାରବ୍ୟାଗ୍, ଫ୍ରଣ୍ଟ ଏବଂ ରିୟରରେ ପାର୍କିଂ ସେନ୍ସର, ଆଇସୋଫିକ୍ସ ଚାଇଲ୍ଡ ଆଙ୍କେରେଜ୍, ରୁଫ୍ ରେଳ୍, ୩୬୦ ଡିଗ୍ରୀ କ୍ୟାମେରା, ଇଲେକ୍ଟ୍ରିକାଲି ଆଡଜେଷ୍ଟେବଲ୍ ସିଷ୍ଟମ, ମସାଜ୍ ଫଙ୍କସନ୍ ସିଷ୍ଟମ ଭଳି ଫିଚର୍ସ ଦିଆଯାଇଛି ।
Hyundai ର Ioniq 9 ପ୍ରିମିୟମ ଇଲେକ୍ଟ୍ରିକ୍ SUV ରେ ୧୧୦.୩ kWh ର ପାୱାରଫୁଲ୍ ବ୍ୟାଟେରୀ ଦିଆଯାଇଛି । ଏହାକୁ ଫୁଲ ଚାର୍ଜ କରିବା ପରେ ୬୨୦ କିଲୋମିଟର ପର୍ଯ୍ୟନ୍ତ WLTP ରେଞ୍ଜ ମିଳିପାରିବ । SUV ର ଫାଷ୍ଟ ଚାର୍ଜରେ ୨୦ ମିନିଟରେ ୧୦ ରୁ ୮୦% ଚାର୍ଜ ହୋଇପାରିବ ।
ଭାରତରେ ଚାଲିଥିବା ଅଟୋ ଏକ୍ସପୋ ୨୦୨୫ ରେ କେବଳ ଏହି ଇଲେକ୍ଟ୍ରିକ୍ SUV କମ୍ପାନୀ ଦ୍ବାରା ପରିଚିତ ହୋଇଛି । କିନ୍ତୁ ଏହାର ଲଞ୍ଚ ସମ୍ପର୍କରେ କିଛି ଇନଫରମେସନ୍ ଦିଆଯାଇ ନାହିଁ । ଆଶା କରାଯାଏ ଯେ ୨୦୨୫ ଶେଷ ସୁଦ୍ଧା ହୁଣ୍ଡାଇର ନୂଆ ଇଲେକ୍ଟ୍ରିକ୍ SUV କୁ ଭାରତରେ ଲଞ୍ଚ କରାଯାଇପାରିବ । ଲଞ୍ଚ ସମୟରେ ଏହାର ଆଶା କରାଯାଉଥିବା ଏକ୍ସ-ସୋରୁମ୍ ପ୍ରାଇସ୍ ୧.୩୦ କୋଟି ଟଙ୍କା ହୋଇପାରେ ।