ଲଞ୍ଚ ହୋଇଛି Hyundai Aura ର Corporate Edition, ରହିଛି ଜବରଦସ୍ତ ଫିଚର୍ସ ଏବଂ ପ୍ରାଇସ୍

ଭାରତୀୟ ବଜାରରେ ବିଭିନ୍ନ ସେଗମେଣ୍ଟରେ ଗାଡ଼ି ଅଫର କରୁଥିବା ଦକ୍ଷିଣ କୋରିଆର ଅଟୋମୋବାଇଲ୍ ମେକର Hyundai କମ୍ପାକ୍ଟ ସେଡାନ୍ କାର୍ Hyundai Aura ର Corporate Edition ଲଞ୍ଚ କରିଛି । ଏହି ଏଡିସନରେ କମ୍ପାନୀ ଦ୍ବାରା କେଉଁ ଫିଚର୍ସ ପ୍ରଦାନ କରାଯାଇଛି । ଏହି ଏଡିସନରେ କେତୋଟି ଭ୍ୟାରିଆଣ୍ଟ ଅଣାଯାଇଛି ଏବଂ ଏହାକୁ କେଉଁ ମୂଲ୍ୟରେ କିଣାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହି ସବୁ ଡିଟେଲ୍ସ ବିଷୟରେ ।
କମ୍ପାକ୍ଟ ସେଡାନ୍ କାର୍ ସେଗମେଣ୍ଟରେ Hyundai ଦ୍ବାରା Aura ଅଫର କରାଯାଏ । ଏହି ସେଗମେଣ୍ଟରେ ପ୍ରଦାନ କରାଯାଇଥିବା Hyundai Aura ଏକ କର୍ପୋରେଟ୍ ଏଡିସନ୍ ସହିତ ଲଞ୍ଚ କରାଯାଇଛି । ଯାହା ଫଳରେ ବୁଲାବୁଲି ସମୟରେ ଏକ୍ସପେରିୟନ୍ସ ଉନ୍ନତ ହେବ ।
Aura ର ନୂଆ ଏଡିସନରେ କମ୍ପାନୀ ଦ୍ବାରା ଅନେକ ଫିଚର୍ସ ପ୍ରଦାନ କରାଯାଇଛି । ଏଥିରେ ୬.୭୫ ଇଞ୍ଚ ଟଚସ୍କ୍ରିନ୍ ଡିସପ୍ଲେ ଅଡିଓ ଅଛି । ଏହା ସହିତ ୧୫ ଇଞ୍ଚ ଟାୟାର ସହିତ ଡୁଆଲ ଟୋନ୍ ଷ୍ଟାଇଲ୍ ଷ୍ଟଲ୍ ହୁଇଲ୍, LED DRL, ରିୟର ୱିଙ୍ଗ ସ୍ପଏଲର, TPMS, ରିୟର AC ଭେଣ୍ଟ, କପ୍ ହୋଲ୍ଡର ସହିତ ରିୟର ସେଣ୍ଟର ଆର୍ମରେଷ୍ଟ ପ୍ରଦାନ କରାଯାଇଛି । ଏହା ସହିତ କାରରେ କର୍ପୋରେଟ୍ ବ୍ୟାଜିଂ ମଧ୍ୟ ଦିଆଯାଇଛି ।
ଏହି ସେଡାନ କାରଟି ଏକ କର୍ପୋରେଟ୍ ଏହିସନ୍ ସହିତ ଲଞ୍ଚ କରାଯାଇଛି । କିନ୍ତୁ ଏହାର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ଏକ ୧.୨ ଲିଟର ଇଞ୍ଜିନ୍ ସହିତ ଲ୍ୟାସ୍ ଯାହା ୮୩ PS ପାୱାର୍ ଏବଂ ୧୧୩.୮ ନ୍ୟୁଟନ୍ ମିଟର ଟର୍କ ମିଳିଥାଏ । ପେଟ୍ରୋଲ ସହିତ ଏଥିରେ CNG ଇଞ୍ଜିନର ଅପ୍ସନ ମଧ୍ୟ ରହିଛି ଯେଉଁଥିରେ ୧.୨ ଲିଟର ଇଞ୍ଜିନ୍ ଏହାକୁ ୬୯ PS ପାୱାର ଏବଂ ୯୫.୨ ନ୍ୟୁଟନ୍ ମିଟରର ଟର୍କ ଜେନେରେଟ୍ କରିଥାଏ । Hyundai Aura Corporate Edition ରେ ମଧ୍ୟ ୫-ସ୍ପିଡ୍ ମାନୁଆଲ୍ ଏବଂ ସ୍ମାର୍ଟ ଅଟୋ AMT ଟ୍ରାନ୍ସମିସନ୍ ଅପ୍ସନ ମିଳିଥାଏ ।
ପ୍ରାଇସ୍ :
ହୁଣ୍ଡାଇ ପେଟ୍ରୋଲ ଏବଂ CNG ଇଞ୍ଜିନ ଉଭୟ ଅପ୍ସନ ସହିତ Aura ର କର୍ପୋରେଟ୍ ଏଡିସନ୍ ଲଞ୍ଚ କରିଛି । ସେଡାନ୍ କାରର କର୍ପୋରେଟ୍ ଏଡିସନର ପେଟ୍ରୋଲ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୭.୪୮ ଲକ୍ଷ ଟଙ୍କା ରଖାଯାଇଛି । ଏହାର ଏଡିସନକୁ ୮.୪୭ ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ମୂଲ୍ୟରେ କିଣାଯାଇପାରିବ ।
Hyundai Aura କୁ Compact Sedan Car ସେଗମେଣ୍ଟରେ ଅଣାଯାଇଛି । ଏହି ସେଗମେଣ୍ଟରେ ଏହା Maruti Dzire, Tata Tigor ଏବଂ Honda Amaze ଭଳି କାର ସହିତ ଟକ୍କର କରିବ ।