Kia Syros ର ଦାମ୍ ୮.୯୯ ଲକ୍ଷ ଟଙ୍କାରୁ ଆରମ୍ଭ, ଭ୍ୟାରିଆଣ୍ଟର ହିସାବ ଜାଣନ୍ତୁ କେତେ ରହିଛି ପ୍ରାଇସ୍

Kia Syros କୁ ଲଞ୍ଚ କରିଛି Kia India । Syros ର ସବ୍-୪ ମିଟର ସବକମ୍ପାକ୍ଟ SUV ସେଗମେଣ୍ଟରେ ଫିଚର୍ସ ସହିତ ଉପସ୍ଥାପନ କରିଛି । ଏହା Sonet ଏବଂ Seltos ମଧ୍ୟରେ ରଖାଯାଇଛି । ଏହା ୬-ଭ୍ୟାରିଆଣ୍ଟ ଏବଂ ୮ କଲର ସ୍କିମରେ ଲଞ୍ଚ କରାଯାଇଛି । ଏହା ଅନେ ଆଡାଭାନ୍ସ ଫିଚର୍ସ ସହିତ ପ୍ରିମିୟମ ଇଣ୍ଟେରିୟରରେ ଲ୍ୟାସ୍ କରାଯାଇଛି । Kia Syros ର ଏକ୍ସ-ସୋରୁମ୍ ପ୍ରାଇସ୍ ୮.୯୯ ଲକ୍ଷ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଛି । ଆସନ୍ତୁ ଜାଣିବା Kia Syros ର ଭ୍ୟାରିଆଣ୍ଟ ର ମୂଲ୍ୟ ବିଷୟରେ ।

ଭ୍ୟାରିଆଣ୍ଟ ୱାଇଜ୍ ପ୍ରାଇସ୍ :

Kia Syros କୁ ୬-ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି ଯାହା ରହିଛି- HTK, HTK (O), HTK+, HTX, HTX+ ଏବଂ HTX+ (O) ।

୧. HTK : ୮,୯୯,୯୦୦ ଟଙ୍କା (ଏକ୍ସ-ସୋରୁମ୍)
୨. HTK (O) : ୯,୯୯,୯୦୦ ଟଙ୍କା (ଏକ୍ସ-ସୋରୁମ୍)
୩. HTK+ : ୧୧,୪୯,୯୦୦ ଟଙ୍କା (ଏକ୍ସ-ସୋରୁମ୍)
୪. HTX : ୧୩,୨୯,୯୦୦ ଟଙ୍କା (ଏକ୍ସ-ସୋରୁମ୍)
୫. HTX+ : ୧୫,୯୯,୯୦୦ ଟଙ୍କା (ଏକ୍ସ-ସୋରୁମ୍)
୬. HTX+ (O) : ୧୬,୭୯,୯୦୦ ଟଙ୍କା (ଏକ୍ସ-ସୋରୁମ୍)

Kia Syros features :

Kia Syros ର ଡିଜାଇନ୍ ଫ୍ଲାଗସିପ୍ ଇଲେକ୍ଟ୍ରିକ୍ SUV EV9 ଦ୍ବାରା ପ୍ରେରିତ ହୋଇଛି । ଏଥିରେ muscular stance ଏବଂ ମର୍ଡନ ଷ୍ଟାଇଲିଂ ଦିଆଯାଇଛି । ଏହାର ଫ୍ରଣ୍ଟ ପ୍ରୋଫାଇଲେରେ EV ପରି blanked-off grille, vertically stacked LED DRLs, LED headlights ଏବଂ restyled bumper ଦିଆଯାଇଛି । ଏହାର ସାଇଡ୍ ପ୍ରୋଫାଇଲ୍ ବକ୍ସି ରହିଛି ଏବଂ ୧୭-ଇଞ୍ଚର ଆଲଏ ହୁଇଲ୍ ଦିଆଯାଇଛି । ଏହାର ପାୱାର ବଢ଼ାଇବା ପାଇଁ Chunky body cladding ଏବଂ square wheel arches ଦିଆଯାଇଛି ।

Interior :

Kia Syros ରେ ଅନେକ୍ ଦମଦାର୍ଫିଚର୍ସ ଦିଆଯାଇଛି । ଏହା ସହିତ ଏହି ସେଗମେଣ୍ଟରେ ଅନ୍ୟ ମଡେଲ୍ ଅପେକ୍ଷା ଏହା ଅଧିକ ପ୍ରିମିୟମ ଫିଚର୍ସ ସହିତ ଲ୍ୟାସ୍ ହୋଇଛି । ଏଥିରେ ୧୨.୩ ଇଞ୍ଚର ଡିଜିଟାଲ ଡ୍ରାଇଭର ଡିସପ୍ଲେ, ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଳ୍ କାରପ୍ଲେ ସହିତ ୧୨.୩ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ରହିଛି । ଏହା ସହିତ କ୍ଲାଇମେଟ୍ କଣ୍ଟ୍ରୋଲ୍ ପାଇଁ ୫-ଇଞ୍ଚର ଟଚସ୍କ୍ରିନ୍, ୱାୟରଲେସ୍ ଫୋନ୍ ଚାର୍ଜର ଭେଣ୍ଟଲେଟେଡ୍ ଫ୍ରଣ୍ଟ ଏବଂ ରିୟର ସିଟ୍, ୪-ପାୱାର-ଆଡଜଷ୍ଟେବଳ୍ ଡ୍ରାଇଭର ସିଟ୍, ସ୍ଲାଇଡିଂ ଏବଂ ରିକ୍ଲିନିଙ୍ଗ ରିୟର ସିଟ୍, ୬୪-ରଙ୍ଗ ଏମ୍ବିଏଣ୍ଟ ମୋଡ୍ ଲାଇଟିଂ, ୮-ସ୍ପିକର ହରମନ/ କାର୍ଡନ ସାଉଣ୍ଡ ସିଷ୍ଟମ, ସନରୁଫ୍ ପରି ଫିଚର୍ସ ଦେଇଛି ।

ସେଫ୍ଟି ଫିଚର୍ସ :

Kia Syros ରେ ପ୍ୟାସେଞ୍ଜରର ସେଫ୍ଟି ପାଇଁ ୬-ଏୟାରବ୍ୟାଗ୍, EBD ସହିତ ABS, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍, ଟାୟର ପ୍ରେସର ମନିଟରିଙ୍ଗ ସିଷ୍ଟମ, ISOFIX ଚାଇଲ୍ଡ ସିଟ୍ ସାଉଣ୍ଟ, ୩୬୦-ଡିଗ୍ରୀ କ୍ୟାମେରା, ଡୁଆଲ ଡ୍ୟାସକ୍ୟାମ୍ ସେଟଅପ୍, ଅଟୋ ହୋଲ୍ଡ ସହିତ ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ଏବଂ ଲେଭଲ- 2 ADAS ଭଳି ଆଡଭାନ୍ସ ଫିଚର୍ସ ସହିତ ଲ୍ୟାସ୍ କରାଯାଇଛି ।

Kia Syros ଭ୍ୟାରିଆଣ୍ଟ ୱାଇଜ୍ ଇଞ୍ଜିନ୍ :

• HTK : ଏଥିରେ ୧ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି । ଏହି ଭ୍ନୟାରିଆଣ୍ଟର ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ସହିତ ଆଡ୍ ହୋଇଛି ।

• HTK (O) : ଏଥିରେ ୧ ଲିଟର ଟର୍ବୋ ପେଟ୍ରୋଲ ଏବଂ ୧.୫ ଲିଟର ଡିଜେଲ୍ ଦୁଇଟି ଇଞ୍ଜିନ୍ ମିଳିବ । ଏଥିରେ ୬-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ଦିଆଯାଇଛି ।

• HTK+ ଏବଂ HTX : ଏଥିରେ ୧ ଲିଟରର ଟର୍ବୋ ପେଟ୍ରୋଲ ଏବଂ ୧.୫ ଲିଟର ଡିଜେଲ ଇଞ୍ଜିନ୍ ଦିଆଯାଇଛି । ଏଥିରେ ୬-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ରହିଛି । ଏହା ସହିତ ପେଟ୍ରୋଲ ଇଞ୍ଜିନର ୭-ସ୍ପିଡ୍ DCT ଟ୍ରାନ୍ସମିସନର ମଧ୍ୟ ଅପ୍ସନ ଦିଆଯାଇଛି ।

• HTX+ ଏବଂ HTX+ (O) : ଏହି ଭ୍ୟାରିଆଣ୍ଟରେ ୧ ଲିଟର ଟର୍ବୋ ଏବଂ ୧.୫ ଲିଟର ଡିଜେଲ ଇଞ୍ଜିନ୍ ଅପ୍ସନ ଦିଆଯାଇଛି । ପେଟ୍ରୋଲ୍ ଇଞ୍ଜିନ୍ ପାଇଁ ୭-ସ୍ପିଡ୍ DCT ର ଅପ୍ସନ ଏବଂ ଡିଜେଲ ଇଞ୍ଜିନ୍ ପାଇଁ ୬-ସ୍ପିଡ୍ AT ଗିୟରବକ୍ସ ରହିଛି ।