ବ୍ୟବସାୟ ଓ ଅର୍ଥନୀତି

LPG ସବସିଡିକୁ ନେଇ ସରକାର ନେବେ ନୂଆ ନିଷ୍ପତ୍ତି, ଖୁବ ଶୀଘ୍ର ହେବ ଲାଗ

ରୋଷେଇ ଗ୍ୟାସ ସବସିଡିକୁ ନେଇ ଆସିଲା ବଡ଼ ଅପଡେଟ। ଏବେ ଏହାର ସବସିଡିକୁ ନେଇ ନୂଆ ପ୍ଲାନ ବାହାରିଛି। ତେଣୁ ଗ୍ରାହକମାନଙ୍କୁ ଖୁବ ଶୀଘ୍ର ଏଥିପାଇଁ ବଡ଼ ଅପଡେଟ ମିଳିବାକୁ ଯାଉଛି। ଘରୋଇ ଗ୍ୟାସର ଦାମରେ ଶସ୍ତା ହେବାକୁ ଯାଉଛି। ଋଷ ଓ ୟୁକ୍ରେନର ଯୁଦ୍ଧ ମଧ୍ୟରେ କ୍ରୁଡ ଅଏଲର ଦାମ ବଢ଼ିଯାଇଛି। ଏହାରି ମଧ୍ୟରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୦୦୦ ପାଖକୁ ପହଞ୍ଚିଲାଣି।

ଏଲପିଜି ସିଲିଣ୍ଡର ମହଙ୍ଗା ହେବାକୁ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଆସିନାହିଁ। କିନ୍ତୁ ସରକାରଙ୍କୁ ଏକ ଆନ୍ତରିକ ମୂଲ୍ୟାଙ୍କନରେ ଏକ ସଙ୍କେତ ମିଳିଛି। ଏବେ ଉପଭୋକ୍ତା ସିଲିଣ୍ଡରକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ କିଣିବା ପାଇଁ ସକ୍ଷମ ଅଛନ୍ତି। ଏହାରି ମଧ୍ୟରେ ସରକାର ଦୁଇଟି ନିଷ୍ପତ୍ତି ନେଇପାରନ୍ତି। ପ୍ରଥମତଃ ସରକାର ବିନା ସବସିଡିରେ ସିଲିଣ୍ଡର ସପ୍ଲାଏ କରିବେ। ଦ୍ୱିତୀୟତଃ କିଛି ବଛା ବଛା ଉପଭୋକ୍ତାଙ୍କୁ ସବସିଡିର ଲାଭ ଦିଆଯାଉ।

pc: daily tech news

ତେବେ ଏହାକୁ ନେଇ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ନିଷ୍ପତ୍ତି ଆସିନାହିଁ। ସୂଚନା ଅନୁଯାୟୀ ଏବେ ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାର ଇନକମ ନିୟମକୁ ଲାଗୁ ରଖାଯିବ। ଏବଂ ଉଜ୍ୱଳା ଯୋଜନା ଲାଭାର୍ଥଙ୍କୁ ସବସିଡିର ଲାଭ ମିଳିବ। ଏମିତି ଶୁଣିବାକୁ ମିଳୁଛି ଯେ ଅନ୍ୟମାନଙ୍କ ପାଇଁ ଏହି ସବସିଡି ବନ୍ଦ ହୋଇପାରେ।

ଜାଣିନିଅନ୍ତୁ ଯେ ଗତ କିଛି ମାସ ହେଲା ଏଲପିଜି ଉପରେ ସବସିଡି ଆସୁଛି। ସବସିଡିରେ ସରକାରଙ୍କ ଖର୍ଚ୍ଚ ଗତ ବର୍ଷ ୩,୫୫୯ ଟଙ୍କା ଥିଲା। ୨୦୨୦ରେ ଖର୍ଚ୍ଚ ୨୪,୪୬୮ କୋଟି ଟଙ୍କା ଥିଲା। ଏହା ଡିବିଟ ସ୍କିମ ଅନ୍ତର୍ଗତ ହୋଇଥାଏ ଯାହାର ଆରମ୍ଭ ୨୦୧୫ ମସିହାରେ ହୋଇଥିଲ।ା ଯେଉଁଥିରେ ଗ୍ରାହକଙ୍କୁ ସବସିଡିର ପୁରା ଟଙ୍କା ଭରିବାକୁ ପଡ଼ିଥାଏ। ପରେ ସରକାରଙ୍କ ତରଫରୁ ଏହି ସବସିଡିର ଟଙ୍କା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରିଫଣ୍ଡ କରାଯାଏ। ଏହା ଡାଇରେକ୍ଟ ହୋଇଥାଏ। ଯାହାର ନାମ ଡିବିଟିଏଲ ରଖାଯାଇଛି ।

D Sonali

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

2 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

18 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

24 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

37 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago