ଆଜିଠୁ କେବୁଲ୍‌ ଓ DTH ସେବା ପାଇଁ ନୂଆ ଟାରିଫ୍‌ ନୀତି

କେନ୍ୟୁଜ୍ : ଆଜିଠୁ କେବୁଲ୍‌ ଓ DTH ସେବା ପାଇଁ ନୂଆ ଟାରିଫ୍‌ ନୀତି। ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ ସେହି ଚ୍ୟାନେଲ୍‌ ପାଇଁ ଟଙ୍କା ଦେବେ। ମାସିକ ୧୫୩ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ୧୦୦ଟି ଫ୍ରି ଟୁ ଏୟାର ଚ୍ୟାନେଲ ଯୋଗାଇବାକୁ କେବୁଲ୍‌ ଅପରେଟର ବାଧ୍ୟ। ଅଧିକ ୨୦ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ୍‌ ଦେଖିପାରିବେ ଉପଭୋକ୍ତା । ଅଧିକ ପେ ଚ୍ୟାନେଲ ଦେଖିବାକୁ ଚାହିଁଲେ ଉପଭୋକ୍ତାମାନେ ସେହି ଚ୍ୟାନେଲର ପଇସା ଦେବେ। ପ୍ରତି ଚ୍ୟାନେଲ ଦର ୧ରୁ ୧୯ଟଙ୍କା ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି।

Leave A Reply

Your email address will not be published.