କେବଳ ୧୦ ମିନିଟରେ ଚାର୍ଜ ହୋଇଯିବ Electric Car, ହଜାରେ କିମି ପର୍ଯ୍ଯନ୍ତ ମିଳିବ ରେଞ୍ଜ

ଆସନ୍ତା ସମୟ ହେବ ଇଲେକ୍ଟ୍ରିକ୍‌ କାର୍‌ର ଯୁଗ । କିନ୍ତୁ ଭାରତରେ ଏହାକୁ ନେଇ ଏବେ ବି ଇନଫ୍ରାଷ୍ଟ୍ରକ୍ଚର ସ୍ତରରେ ବହୁତ କାମ କରିବା ବାକି ରହିଛି । ଇଲେକ୍ଟ୍ରିକ୍‌ କାର୍ ଗୁଡ଼ିକରେ ଚାର୍ଜିଂ ଏକ ବହୁତ ବଡ ସମସ୍ଯା ହୋଇ ରହିଛି । ଚାର୍ଜିଂରେ ୬-୮ ଘଣ୍ଟା ବା ପୂରା ରାତି ସମୟ ବି ଲାଗିଥାଏ । କିନ୍ତୁ ଚୀନ୍‌ର କାର୍‌ କମ୍ପାନୀ ବ୍ୟାଟେରୀ ଚାର୍ଜିଂକୁ ନେଇ ଏକ ନୂଆ ଟେକ୍‌ନିକ୍‌ ଆବିଷ୍କାର କରିଛି । ଯେଉଁଥିରେ ଇଲେକ୍ଟ୍ରିକ୍‌ କାର କେବଳ ୧୦ ମିନିଟ୍‌ରେ ହିଁ ଫୁଲ୍‌ ଚାର୍ଜ ହୋଇଯିବ ।

ଚୀନ୍‌ର କମ୍ପାନୀ Guangzhou Automobile Corporation (GAC) ନିକଟରେ ନିଜର ନୂଆ ଇଲେକ୍ଟ୍ରିକ୍ କାର୍‌ Aion Vକୁ ଦୁନିଆ ସାମନାରେ ପ୍ରଦର୍ଶିତ କରିଛି । ଏହି କାରରେ ଗ୍ରେଫିନ୍‌ ବ୍ୟାଟେରୀ ଟେକ୍ନୋଲୋଜିର ବ୍ୟବହାର କରାଯାଇ ଥିବା କୁହାଯାଉଛି । ଯାହାକି କାର୍‌କୁ କେବଳ ୮ମିନିଟ୍‌ରେ ହିଁ ୮୦ ପ୍ରତିଶତ ଯାଏ ଚାର୍ଜ କରିଦିଏ । ଅର୍ଥାତ୍‌ ଏଥିରେ ପାଖାପାଖି ସେତିକି ସମୟ ଲାଗିବ ଯେତିକି ପେଟ୍ରୋଲ ବା ଡିଜେଲ୍‌ କାରରେ ପେଟ୍ରୋଲ ପମ୍ପକୁ ଯାଇ ତେଲ ଭରିବାରେ ଲାଗିଥାଏ ।

GACର କହିବା ଅନୁଯାୟୀ, କମ୍ପାନୀ ପାଖରେ ୩ସି ଓ ୬ସି ଭର୍ସନ ରହିଛି । ଯାହା ବ୍ୟାଟେରୀକୁ ବହୁତ ଦ୍ରୁତ ଭାବେ ଚାର୍ଜ କରିଥାଏ । କମ୍ପାନୀର ଦାବି ଅନୁଯାୟୀ, ୩ସି ଫାଷ୍ଟ ଚାର୍ଜରରେ କାର୍‌ କେବଳ ୧୬ ମିନିଟ୍‌ରେ ହିଁ ୦-୮୦ପ୍ରତିଶତ ଚାର୍ଜ ହୋଇଯାଏ । ୩୦-୮୦ ପ୍ରତିଶତ ଯାଏ ଚାର୍ଜ ହେବାରେ ତାକୁ କେବଳ ୧୦ ମିନିଟ୍‌ର ସମୟ ଲାଗିଥାଏ ।

କମ୍ପାନୀ କହିଛି କି, ବ୍ୟାଟେରୀକୁ ବହୁତ ଚାର୍ଜ କରିବାରେ ବି ଏହା ଖରାପ ହୋଇନଥାଏ । କାର୍‌କୁ ୧ଲକ୍ଷ କିଲୋମିଟର ଯାଏ ଚଲାଇବା ପରେ ବି ବ୍ୟାଟେରୀର କୌଣସି କ୍ଷତି ହୋଇନଥାଏ । କମ୍ପାନୀ ଜୋର ଦେଇ କହିଛି , ତାର ନୂଆ Aion V SUVର ରେଞ୍ଜ୍‌ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଥରେ ଫୁଲ୍‌ ଚାର୍ଜ କଲେ ୧୦୦୦କିଲୋମିଟର ଯାଏ ଗାଡ଼ି ଗଡ଼ିବ । ଏହି Aion V କାରକୁ ସେପ୍ଟେମ୍ୱରରେ ଲଞ୍ଚ୍ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.