ଡିସ୍କବ୍ରେକ୍‌ ସହିତ ଆସିଲା ନୂଆ ଇଲେକ୍ଟ୍ରିକ୍‌ ସାଇକେଲ୍‌, ୫୦ କିମିରୁ ରହିଛି ଅଧିକ ରେଞ୍ଜ

ଇଲେକ୍ଟ୍ରିକ୍ କାର୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟର ପରେ ଏବେ ଦେଶରେ ଏକ ନୂଆ ଇଲେକ୍ଟ୍ରିକ୍ ସାଇକେଲ୍ ମଧ୍ୟ ଲଞ୍ଚ କରାଯାଇଛି । ସହରରେ ଯାତ୍ରା କରିବା ପାଇଁ ଏହା ଏକ ଭଲ ଅପ୍ସନ ହେବ । ତେବେ ଇମୋଟର୍ଡ ଏହାର ନୂଆ ଇଲେକ୍ଟ୍ରିକ୍‌ ସାଇକେଲ T-Rex Airକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ଇ-ସାଇକେଲରେ ଆପଣ ୫୦ କିଲୋମିଟରରୁ ଅଧିକ ରେଞ୍ଜ ମଧ୍ୟ ପାଇବେ ।

କମ୍ପାନୀ ଏହି ନୂଆ ଇଲେକ୍ଟ୍ରିକ୍‌ ସାଇକେଲ T-Rex Airରେ ୨୭.୫ ଇଞ୍ଚର ଚକ ରହିଛି । କମ୍ପାନୀ ଏହି ସାଇକେଲକୁ ବଜାରରେ ଅରେଞ୍ଜ ବ୍ଲେଜ୍ ଏବଂ ଟ୍ରପିକାଲ୍ ଗ୍ରୀନ୍ ଭଳି ଦୁଇଟି କଲରରେ ଲଞ୍ଚ କରିଛି । ଏହା ବ୍ୟତୀତ ଏହି ଇଲେକ୍ଟ୍ରିକ୍‌ ସାଇକେଲରେ ହାଇ ଟେନ୍ସିଲ୍ ଷ୍ଟିଲ୍ ଫ୍ରେମ୍ ସହିତ ଫ୍ରଣ୍ଟ ଟେଲିସ୍କୋପିକ୍ ଫୋର୍କ ଦିଆଯାଇଛି । ଏହା ବ୍ୟତୀତ ଏହି ସାଇକେଲର ଉଭୟ ହ୍ଵିଲରେ ଡିସ୍କ ବ୍ରେକ୍ ଦିଆଯାଇଛି ।

ଏହି ଇଲେକ୍ଟ୍ରିକ୍‌ ସାଇକେଲର ଫିଚର ବିଷୟରେ କହିବାକୁ ଗଲେ କମ୍ପାନୀ ଏଥିରେ ୫ ଇଞ୍ଚର LCD କ୍ଲଷ୍ଟର ଦେଇଛି । ଏହା ସାହାଯ୍ୟରେ ରାଇଡର୍ସମାନେ ବ୍ୟାଟେରୀ, ଭଲ ସ୍ପିଡ୍‌, ପେଡାଲ୍ ଆସିଷ୍ଟ ଲେଭଲ୍‌୍‌ ଏବଂ ଓଡୋମିଟର ବିଷୟରେ ସୂଚନା ପାଇବେ । ଏହା ବ୍ୟତୀତ ଏଥିରେ ଏକ ଦମଦାର ହର୍ନ ଦିଆଯାଇଛି । ଏହି ଇଲେକ୍ଟ୍ରିକ୍ ସାଇକେଲ୍ 2A ଚାର୍ଜର ସହିତ ଆସୁଛି । କମ୍ପାନୀ କହିବା ଅନୁଯାୟୀ ଏହି ବ୍ୟାଟେରୀ ସାହାଯ୍ୟରେ ଇଲେକ୍ଟ୍ରିକ୍‌ ସାଇକେଲ ୨ ଘଣ୍ଟା ୩୦ ମିନିଟରେ ୦ ରୁ ୮୦ ପ୍ରତିଶତ ଚାର୍ଜ ହୋଇପାରିବ ।

ଏହି ନୂଆ ଇଲେକ୍ଟ୍ରିକ୍ ସାଇକେଲ୍ T-Rex Airରେ କମ୍ପାନୀ ୨୫୦Wର ଇଲେକ୍ଟ୍ରିକ୍ ମୋଟର ଦେଇଛି । ଏହା ବ୍ୟତୀତ ଏଥିରେ ୧୦.୨AHର ରିମୋଭେବଲ ଲିଥିୟମ୍-ଆୟନ ବ୍ୟାଟେରୀ ଦିଆଯାଇଛି । ଏହି ସାଇକେଲ୍‌ ବଜାରରେ ୫ ଲେଭଲ୍‌ ପେଡାଲ୍ ଆସିଷ୍ଟ ସହିତ ମିଳିବ । ଏହି ଇଲେକ୍ଟ୍ରିକ୍‌ ସାଇକେଲ ୫୦ କିଲୋମିଟରରୁ ଅଧିକ ରେଞ୍ଜ ଦେଇଥାଏ । କିନ୍ତୁ ଯେତେବେଳେ ବ୍ୟାଟେରୀ ଡିସଚାର୍ଜ ହେବ ଆପଣ ଏହାକୁ ଏକ ଗିଅର ସାଇକେଲ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଏହି ଇଲେକ୍ଟ୍ରିକ୍ ସାଇକେଲ ଘଣ୍ଟା ପ୍ରତି ୨୫ କିଲୋମିଟରର ଟପ୍‌ ସ୍ପିଡ୍‌ ଦେଇଥାଏ ।

ସୂଚନା ଥାଉ କି କମ୍ପାନୀ ୩୪,୯୯୯ ଟଙ୍କା ଦାମରେ ଇମୋଟର୍ଡର ଏହି ଇଲେକ୍ଟ୍ରିକ୍‌ ସାଇକେଲ T-Rex Air ଲଞ୍ଚ କରିଛି । ଆପଣ ଏହି ସାଇକେଲକୁ ଉଭୟ ବ୍ୟାଟେରୀ ଏବଂ ଗିଅର ସାଇକେଲ ଭାବରେ ବ୍ୟବହାର କରିପାରିବେ ।

You might also like