ନୂଆଦିଲ୍ଲୀ : ମାରୁତି ସୁଜୁକୀ ୱାଗନରର ନୂଆ ଜେନେରେସନ୍ ଆସନ୍ତା ଜାନୁଆରୀ ୨୩ ତାରିଖରେ ଲଞ୍ଚ ହେବା ପାଇଁ ଯାଉଛି। କମ୍ପାନି ମାରୁତି ସୁଜୁକୀରୁ ଭିନ୍ନ ହେବା ପରେ ଏହା ପ୍ରଥମ ଥର ମାରୁତି ଏକାକୀ Wagnor ଲଞ୍ଚ କରିବାକୁ ଯଉଛି। ଏହାର ନାମ କମ୍ପାନି Big New Wagnor ଦେଇଛି। ଏବେ ଏହା ଡିଲରସିପ ମାନଙ୍କ ନିକଟରେ ଏବେ ପହଞ୍ଚିଥିବା ବେଳେ ସେଠାରୁ କିଛି ଫଟୋ ଲିକ୍ ହୋଇଥିବା ଜଣାପଡ଼ିଛି। ତେବେ ଆଜି ଆମେ ଏହି କାରରେ ମିଳିଥିବା ଏକ୍ସଟିରିୟର ଏବଂ ଇଣ୍ଟିରିୟର ସମ୍ବନ୍ଧୀୟ ୫ଟି କଥା ଆପଣଙ୍କୁ ଜଣାଇବାକୁ ଯାଉଛୁ। ଏହି ନୂତନ କାରଟି ଗ୍ରାହକଙ୍କୁ ଖାସ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।
ଟଚସ୍କ୍ରିନ୍ ଇଫୋଟେଣ୍ଟମେଣ୍ଟ ସିଷ୍ଟମ୍
ମାରୁତି ୱାଗନରରେ ଟଚସ୍କ୍ରିନ୍ ଇଫୋଟେଣ୍ଟମେଣ୍ଟ ସିଷ୍ଟମ୍ ରହିଛି। ଏହା ଦ୍ବାରା ଆନଡ୍ରୋଏଡ୍ ଏବଂ ଆପଲ୍ ଅଟୋ କାର ପ୍ଲେ କରାଯାଇପାରିବ। ତେବେ ଏହା ପୂର୍ବରୁ କେବଳ ଟପ୍ ମଡ଼େଲ ମାନଙ୍କରେ ହିଁ ମିଳୁଥିଲା।
ମଲ୍ଟି ଫକ୍ସନାଲ ଷ୍ଟେରିଂ
ନୂଆ Wagnorରେ ମଲ୍ଟି ଫକ୍ସନାଲ ଷ୍ଟେରିଂ ହ୍ବିଲ୍ ରହିଛି। ଏହା ଦ୍ବାରା ଆପଣ ଅଡ଼ିଓ ଏବଂ ଫୋନକୁ କଣ୍ଟ୍ରୋଲ କରିପାରିବେ। ଏହା ଅଡ଼ିଓ କଣ୍ଟ୍ରୋଲ ଇଗ୍ନିସ୍ ହୋଇଥିବା ବେଳେ ଷ୍ଟେରିଂ ହ୍ବିଲର ଫାହାଣ ପାର୍ଶ୍ବରେ ହ୍ୟାଣ୍ଡଲ୍ୟପ୍ ଲେବେଲର ଦିଆଯାଇଛି। ସେହିପରି ବାମ ପାଖରେ ଇୟରଫୋନ କଣ୍ଟ୍ରୋଲ ସିଷ୍ଟମ ରହିଛି।
ଇଷ୍ଟ୍ରୁମେଣ୍ଟର କ୍ଲଷ୍ଟର
ଏହି ନୂତନ Wagnorରେ ଡ଼ିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଏଥିର ଟ୍ରିପ ଇଫୋ, ଫ୍ଳୁଏଲ ଏଫିସିଏନ୍ସି ଏବଂ ଫ୍ଳୁଏଲ ଲେବଲର ସୂଚନା ରହିବ। ଏହାଛଡ଼ା ୧୨ଭି ଚାଜିଂ ସକେଟ ମଧ୍ୟ ଏଥିରେ ଦିଆଯାଇଛି। ଯାହାଫଳରେ ଲମ୍ବା ଯାତ୍ରା ସମୟରେ ଆପଣଙ୍କୁ ମୋବାଇଲ ଚାଜିଂର କୌଣସି ଅସୁବିଧା ହେବ ନାହିଁ।
-ରିପୋର୍ଟ ମୁତାବକ, Maruti Wagnorରେ ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ୍ , EBD ସହ ABS, ରିୟର ପାକିଂ ସେନ୍ସର, ସିଟ ବେଲ୍ଟ ଏବଂ ସ୍ପିଡ଼ ୱାର୍ଣ୍ଣି ଭଳି ସୁବିଧା ରହିଛି।